ବନମହୋତ୍ସବ ସପ୍ତାହ ରେ ଯୋଗଦେଇ ବୃକ୍ଷ ରୋପଣ କଲେ ଦଶପଲ୍ଲା ବିଧାୟକ

ଓଡ଼ିଶା ତାଜା ନ୍ୟୁଜ୍ (୦୫ ଜୁଲାଇ , ସୋମବାର ) ଗଣିଆ :- ନୟାଗଡ ଜିଲ୍ଲା ଗଣିଆ ବନାଞ୍ଚଳ ପକ୍ଷରୁ ୭୨ ତମ ବନ ମହୋତ୍ସବ ସପ୍ତାହ ରାସଙ୍ଗ ପଞ୍ଚାୟତ ର ହଟିଆ ପଲ୍ଲୀ ଠାରେ ପାଳିତ ହୋଇଯାଇଛି । ଗଣିଆ ବନାଞ୍ଚଳ ଅଧିକାରିଣୀ ସୋନାଲି ସିଓ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।ସମ୍ମାନୀତ ଅତିଥି ଭାବେ ଗଣିଆ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ ,

ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା,ସାଂସଦ ଙ୍କ ପ୍ରତିନିଧି ସଦାଶିବ ମିଶ୍ର,ଏ ସି ଏଫ୍ ସ୍ଵେତାଳିନା ସାହୁ,ସମାଜ ସେବୀ ପ୍ରଦୀପ କୁମାର ସାହୁ ଙ୍କ ସମେତ ବିଡ଼ିଓ,ତହସିଲଦାର, ଥାନା  ଅଧିକାରୀ ,ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

Exit mobile version