ଓଡ଼ଗାଁରେ ଚାରା ବିତରଣ କେନ୍ଦ୍ରର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ (୦୫ ଜୁଲାଇ , ସୋମବାର ) ଓଡ଼ଗାଁ :- ଓଡଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାରା ବିତରଣ କେନ୍ଦ୍ରର ଶୁଭାରମ୍ଭ ହୋଇଯାଇଛି।ଏଥିରେ ବନ ସଂରକ୍ଷକ ଅରବିନ୍ଦ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ,ବିଭୁପ୍ରସାଦ ସାହୁ,ତହସିଲଦାର ବିଜୟିତା ସାମନ୍ତସିଂହାର,ମଣ୍ଡଳ ଉନ୍ନୟନ ଅଧିକାରୀ ସ୍ୱାତୀଲେଖା ଦାସ,ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର,ବନାଞ୍ଚଳ ଅଧିକାରୀ ଅମ୍ରିତ୍ କୁମାର ସାହୁ,ବନପାଳ ଜ୍ୟୋତିରଞ୍ଜନ ମାନସିଂହ,ସରିତା ବରାଳ,

ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ,ବ୍ଲକ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ମଲ୍ଲିକ ଉପସ୍ଥିତ ଥିଲେ।ଉକ୍ତ ଉତ୍ସବରେ ବୃକ୍ଷ ମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରାଯାଇଥିଲା।ପ୍ରଥମେ ଶିକ୍ଷକ ପଞ୍ଚାନନ ପଣ୍ଡା ଏକଟଙ୍କା ଦେଇ ବନ ସଂରକ୍ଷକଙ୍କ ଠାରୁ ଗୋଟିଏ ଅଁଳା ଗଛ କ୍ରୟ କରିଥିଲେ।ଓଡ଼ଗାଁ ବନାଞ୍ଚର ସମସ୍ତ ବନରକ୍ଷୀ ଓ ବନବିଭାଗର କର୍ମଚାରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଉକ୍ତ ଚାରା ବିତରଣ କେନ୍ଦ୍ରରେ ୧ଟଙ୍କା ମୂଲ୍ୟରେ ବିଭିନ୍ନ କିସମର ଚାରା ଲୋକମାନେ ପାଇପାରିବେ । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version