ଭାରତୀୟ ପ୍ରାଥମିକ ଶିକ୍ଷକ ଫେଡେରେସନ ପଶ୍ଚିମ ଓଡ଼ିଶା ସଂଘ ପକ୍ଷରୁ ଭର୍ଚ୍ୟୁଏଲ ମାଧ୍ୟମରେ କାର୍ଯ୍ୟ କାରିଣୀ ବୈଠକ

ଓଡ଼ିଶା ତାଜା ନ୍ୟୁଜ୍ (୫ ଜୁଲାଇ ସୋମବାର) ପାଟଣାଗଡ଼ :- ଆଜି ତା ରବିବାର ଦିବା ୨ ଘଣ୍ଟା ସମୟରେ ସର୍ବ ଭାରତୀୟ ପ୍ରାଥମିକ ଶିକ୍ଷକ ଫେଡେରେସନ, ପଶ୍ଚିମ ଓଡିଶା, ବଲାଙ୍ଗୀର ଜିଲ୍ଲା (ଏ ଆଇପି ଟି ଏଫ ଏ ,ଡବ୍ଳୁ ବଲାଙ୍ଗୀର )ର ତ୍ରୟ ମାସିକ କାର୍ଯ୍ୟକାରିଣୀ ବୈଠକ ସଂଗଠନର ଗଣମାଧ୍ୟମ ସଂଯୋଜକ, ବନମାଳୀ ସାହୁ ଙ୍କ ଆୟୋଜନ କ୍ରମେ ଭର୍ଚ୍ୟିଏଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି I ବୈଠକରେ ସଂଗଠନର ସଭାପତି ଦେବଦତ୍ତ ମେହେର ସଭାପତିତ୍ୱ କରିଥିଲେ I  ବୈଠକର ପ୍ରାରମ୍ଭରେ ସଂଗଠନର ସମ୍ପାଦକ ହରେକୃଷ୍ଣ ରଥ ସମସ୍ତଙ୍କୁ ସ୍ୱାଗତ କରିଥିଲେ l

ସଂଗଠନର ବରିଷ୍ଟ ଉପଦେଷ୍ଟା ସୁଚିତ୍ର ସୁନା ବୈଠକର ନିୟମାବଳୀ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ବୈଠକରେ ସର୍ବ ଭାରତୀୟ ପ୍ରାଥମିକ ଶିକ୍ଷକ ଫେଡେରେସନ ର ସେକ୍ରେଟାରୀ ଜେନେରାଲ କମଳାକାନ୍ତ ତ୍ରିପାଠୀ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ, ଓଡିଶା ର ଉପଦେଷ୍ଟା ଗୌରାଙ୍ଗ ମଲ୍ଲିକ, ରାଜ୍ୟ ଉପସଭାନେତ୍ରୀ ଶାନ୍ତିଲତା ସାହୁ ଯୋଗଦେଇ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ l ବୈଠକରେ ସଂଗଠନର ବିଶିଷ୍ଟ ସଦସ୍ୟ ସଦସ୍ୟା ତପନ କୁମାର ଦାସ, ବିଶ୍ୱ ମୋହନ ମିଶ୍ର, ଦିଲୀପ ବେହେରା, ଦୁର୍ୟୋଧନ ପସୟତ, ପ୍ରତାପ ତ୍ରିପାଠୀ, ରଘୁନାଥ ଷଡ଼ଙ୍ଗୀ, ସବିତା ମହାରା, ଅନୁପମା ପ୍ରହାରାଜ,ତୁଷାର କର୍ମି, ସୁଶୀଲ କୁମାର ମହଲା, ଜିତେନ୍ଦ୍ର ମାଝୀ,ପଞ୍ଚାନନ କରନ, ଗୋପୀନାଥ ସାହୁ ଆଦି ପ୍ରମୁଖ ଯୋଗ ଦେଇ କୋଭିଡ ଦ୍ୱାରା ମୃତ ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ଶୋକସଭାରେ ସମବେଦନା ଜ୍ଞାପନ ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଥିଲେ l

ଏହାସହ ରାଜ୍ୟ ସରକାରଙ୍କ ଠାରେ ସେମାନଙ୍କ ମୃତ୍ୟୁ ଜନୀତ କ୍ଷତି ପୂରଣ ଦାବୀ କରିବା ପାଇଁ ସଂଗଠନ ମାଧ୍ୟମରେ ଦାବୀ କରିବା ପାଇଁ ନିଷ୍ପତ୍ତି ଗ୍ରହଣ ଗରଗଲା l
ଏହା ବ୍ୟତୀତ ୫୦ ବର୍ଷ ବୟସ ରୁ ତତୁର୍ଦ୍ଧ୍ଵ ବୟସ ,ରୁଗ୍ଣ ତଥା ଦିବ୍ୟାଙ୍ଗ ଶିକ୍ଷକ ମାନଙ୍କୁ କରୋନା ଡ଼ିଉଟି ବାରଣ ସକାଶେ ସଂଗଠନର ପ୍ରତିନିଧି ମାଧ୍ୟମରେ ଜିଲ୍ଲା ଓ ବ୍ଲକ ପ୍ରଶାସନ ସମ୍ମୁଖରେ ଦାବୀ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା l ଏହା ସହ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇ ସେ ସବୁକୁ ସରକାରଙ୍କ ଠାରେ ଦାବୀ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଗଲା l ଶେଷରେ ବନମାଳୀ ସାହୁ ନିଜ ମତାମତ ପ୍ରଦାନ ପୂର୍ବକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l (ପାଟଣାଗଡ଼  ଗୋରେଖନାଥ ବରିହା )

Exit mobile version