୭୨ତମ ବନ ମହୋତ୍ସବ ଅବସରରେ  ଆଦର୍ଶ ବିଦ୍ୟାଳୟ ଠାରେ ବିଧାୟକ କେ. ନାରାୟଣ ରାଓଙ୍କ ଦ୍ୱାରା ଚାରାରୋପଣ

ଓଡ଼ିଶା ତାଜା ନ୍ୟୁଜ୍ (୫ ଜୁଲାଇ ସୋମବାର )ପାରଳାଖେମୁଣ୍ଡି :- ୭୨ତମ ବନ ମହୋତ୍ସବ ପାଳନ ଅବସରରେ ଗଜପତି ଜିଲ୍ଲା ଗୁମ୍ମା ଆଦର୍ଶ ବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି। ଏଥିରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗୁମ୍ମା ଫରେଷ୍ଟେର ଦିବାକର ଲେଙ୍କା,ସୁମିନା ଶବର, ବିଧାୟକ ପ୍ରତିନିଧି କୃଷ୍ଣଚନ୍ଦ୍ର ବିଶୋଇ, ବରିଷ୍ଠ ବିଜେପି ନେତା
ନୃସିଂହ ଚରଣ ପଟନାୟକ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ କେଦାରନାଥ ଦାସଙ୍କ ସମେତ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଓ ବିଦ୍ୟାଳୟ ଷ୍ଟାଫ ଉପସ୍ଥିତ ଥିଲେ ।

ଏହାପରେ ବିଧାୟକ ଭୁବନି ପଞ୍ଚୟତର ତିଡ଼ାସିଂ ଗ୍ରାମରେ ମାସ୍କ ବଣ୍ଟନ କରିବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ଏବଂ କରୋନା ସଚେତନା ଉପରେ ଲୋକଙ୍କୁ କହିଥିଲେ । କରନା ସମୟରେ ଲୋକଙ୍କୁ ଅମ୍ଳଜାନ ଅସୁବିଧା ହେଉଥିବାରୁ ବୃକ୍ଷ ରୋପଣ କରିଲେ ଆଗାମୀ ଦିନରେ ସବୁଜ ପରିବେଶ ହେବା ସହ ଅମ୍ଳଜାନର ଅଭାବ ହେବନାହିଁ ବୋଲି ବିଧାୟକ ଶ୍ରୀ ରାଓ କହିଛନ୍ତି ।    (ରିପୋର୍ଟ  – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version