ଅଜୟ ଦାସ ହେଲେ ଏ ଆଇ ଜି ସି ଜୋନାଲ ସମ୍ପାଦକ

ଓଡ଼ିଶା ତାଜା ନ୍ୟୁଜ୍ (୫ ଜୁଲାଇ ସୋମବାରଖୋର୍ଦ୍ଧା-ଜଟଣୀ :- ଇଷ୍ଟକୋଷ୍ଟ ଯୋନ ଅଲ ଇଣ୍ଡିଆ ଗାର୍ଡ କାଉନସିଲ(ଏ ଆଇ ଜି ସି)ର ଯୋନାଲ ସମ୍ପାଦକ ହେଲେ ଅଜୟ ଦାସ କର୍ମଚାରୀ ମହଲରେ ଖୁସିର ମାହୋଲ । ଆଜି ଭୁବନେଶ୍ୱର ଷ୍ଟେସନରେ ଏଆଇଜିସି ର ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ଏଥିରେ ନୂତନ ଭାବେ ନିର୍ବାଚିତ ହୋଇଥିବା ଏଆଇଜିସି ଗାର୍ଡ କାଉନସିଲର ଯୋନାଲ ସମ୍ପାଦକ ଶ୍ରୀଯୁକ୍ତ ଅଜୟ କୁମାର ଦାସଙ୍କୁ ପୁଷ୍ପଗୁଛ ଓ ଉତ୍ତରିୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅଵସରରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଷ୍ଟେସନ ଡ଼ାଇରେକ୍ଟର ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ନାୟକ ଅନ୍ୟତମ ଅତିଥି,ଷ୍ଟେସନ ମ୍ୟାନେଜର ଶ୍ରୀଯୁକ୍ତ ବି ଡି ବେହେରା ଅତିଥି ଭାବେ ଯୋଗ ଦେଇଥିଲେ ।

ରଞ୍ଜନ କୁମାର ଚାନ୍ଦ ଙ୍କ ପୌରହିତ୍ୟି ରେ ଆୟୋଜିତ ସଭାରେ ସୁବ୍ରତ କୁମାର ବାହିନୀପତି ପ୍ରାରମ୍ଭିକ ସୂଚନା ଏବଂ ଅତିଥି ପରିଚୟ ପ୍ରଦାନ ଓ ସଭା ପରିଚାଳନା କରିଥିଲେ । ଏହି ସଭାରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଅଲ ଇଣ୍ଡିଆ ଗାର୍ଡ କାଉନସିଲର ସହକାରୀ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ ନିଶଙ୍କ ଓ ଯୋନାଲ ସଭାପତି ପି କେ ଭି ରାଜୁ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଲିମ ଖାନ, ଏମ ପି ରାଓ, ଅଵସର ପ୍ରାପ୍ତ ଗାର୍ଡ ବି ବି ପଟନାୟକ, ପି କେ ପାତ୍ର, ଜେ କେ ରାଉତ, ସନ୍ଦୀପ ଦାସ, ପି ଏଲ ବାରିକ, ଏଲ ଏନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।     (ଖୋର୍ଦ୍ଧା-ଜଟଣୀ ରୁ ଇଫତେଖାର ଅଲ୍ଲୀ ଙ୍କ ରିପୋର୍ଟ )

Exit mobile version