ଏସ୍‌ବିଆଇ ପକ୍ଷରୁ ୩୬୦ ଉତ୍ସର୍ଗୀକୃତ କରେଣ୍ଟ୍ ଆକାଉଣ୍ଟ୍ ସର୍ଭିସ୍‌ ପଏଣ୍ଟ୍‌ର ଶୁଭାରମ୍ଭ – ଭୁବନେଶ୍ୱର

ଓଡ଼ିଶା ତାଜା ନ୍ୟୁଜ୍ (୫ ଜୁଲାଇ ସୋମବାରଭୁବନେଶ୍ୱର :- ଦେଶର ସର୍ବବୃହତ୍ ଋଣ ପ୍ରଦାନକାରୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ୬୬ତମ ବ୍ୟାଙ୍କ ଦିବସ ପାଳନ ପରିପ୍ରେକ୍ଷୀରେ ଜାତୀୟ ସ୍ତରରେ ଚଳନ୍ତୀ ଖାତା (କରେଣ୍ଟ୍ ଆକାଉଣ୍ଟ୍‌) ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଲାଗି ଏହାର ୩୬୦ଟି ଚୟନ କରାଯାଇଥିବା ଶାଖାରେ ଉତ୍ସର୍ଗୀକୃତ କାଉଣ୍ଟର୍ ଖୋଲାଯାଇଛି । ଏହି ଉତ୍ସର୍ଗୀକୃତ କାଉଣ୍ଟର୍‌ଗୁଡ଼ିକର ନାମ ହେଉଛି କରେଣ୍ଟ୍ ଆକାଉଣ୍ଟ୍ ସର୍ଭିସ୍ ପଏଣ୍ଟ୍ (ସିଏଏସ୍‌ପି) ଯାହା ଚଳନ୍ତୀ ଖାତା ଗ୍ରାହକମାନଙ୍କ ପ୍ରମୁଖ ଆବଶ୍ୟକତା ପୂରଣ କରିବ ଏବଂ ନୂଆ ଗ୍ରାହକ ଯୋଗାଡ଼ କରିବ ।

ଏହି ଅଭିଯାନ ଗ୍ରାହକମାନଙ୍କୁ ସେମାନଙ୍କ ପ୍ରକ୍ରିୟାର ଡିଜିଟାଲ୍ କରଣ କରିବାରେ ସହାୟକ ହେବ ଏବଂ ସେମାନଙ୍କ ଆବଶ୍ୟକତା ଅନୁସାରେ ସେମାନଙ୍କୁ ସରଳୀକୃତ ବୈଷୟିକ ସମାଧାନ ପ୍ରଦାନ କରିବ । ସିଏଏସ୍‌ପିଗୁଡ଼ିକରେ ସମସ୍ତ କେନ୍ଦ୍ରରେ ପ୍ରଶିକ୍ଷିତ ଷ୍ଟାଫ୍ ଓ ଉତ୍ସର୍ଗୀକୃତ ରିଲେସନ୍‌ସିପ୍ ମ୍ୟାନେଜର ରହିବେ । ସମସ୍ତ ସର୍କଲ୍‌ର ମୁଖ୍ୟ ମହାପ୍ରବନ୍ଧକମାନଙ୍କ ଉପସ୍ଥିତିରେ ସିଏଏସ୍‌ପି ଅଭିଯାନକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ (ରିଟେଲ୍ ଆଣ୍ଡ୍ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍‌) ଶ୍ରୀଯୁକ୍ତ ଚାଲା ଶ୍ରୀନିବାସୁଲୁ ସେଟ୍ଟି ଉଦ୍‌ଘାଟନ କରିଛନ୍ତି ।

 

Exit mobile version