ୟୁପିଏଲ୍ ପକ୍ଷରୁ ନୂଆ ନାଚୁରାଲ୍ ପ୍ଲା’ପ୍ରୋଟେକ୍ସନ୍ (ଏନ୍‌ପିପି) ବ୍ୟବସାୟ ୟୁନିଟ୍‌ର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ (୫ ଜୁଲାଇ ସୋମବାର) ଭୁବନେଶ୍ୱର :- ନିରନ୍ତର କୃଷି ଉତ୍ପାଦ ଓ ସମାଧାନ ପ୍ରଦାନକାରୀ ୟୁପିଏଲ୍‌ ଲିମିଟେଡ୍ ପକ୍ଷରୁ ନାଚୁରାଲ୍ ପ୍ଲା’ ପ୍ରୋଟେକ୍ସନ୍ (ଏନ୍‌ପିପି) ବିଜ୍‌ନେସ୍ ୟୁନିଟ୍‌ର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି । ଏହା ଅଧୀନରେ କଂପାନିର ପ୍ରାକୃତିକ ଓ ଜୈବିକ କୃଷି ଇନ୍‌ପୁଟ୍ ଓ ପ୍ରଯୁକ୍ତି ଜ୍ଞାନକୌଶଳ ରହିବ । ଏହା ଏକ ସ୍ୱତନ୍ତ୍ର ବ୍ରାଣ୍ଡ୍ ଭାବେ ପରିଚାଳିତ ହେବ । କଂପାନିର ଯେତେ ସବୁ ଜୈବ ସମାଧାନ ପୋର୍ଟଫୋଲିଓ ରହିଛି ତାହା ଓ ଆର୍‌ଆଣ୍ଡ୍‌ଡି ଲାବୋରେଟୋରି ଏହା ଅଧୀନକୁ ଆସିବ । ବର୍ତମାନ ୟୁପିଏଲ୍‌ର ମୋଟ୍ ରାଜସ୍ୱର ୭% ଏହା ଅଧୀନରେ ରହିଛି । ୟୁପିଏଲ୍‌ର ଗ୍ଲୋବାଲ୍ ସିଇଓ ଜୟ ଶ୍ରଫ୍ କହିଛନ୍ତି ଯେ, “ବିଗତ ଦୁଇ ଦଶନ୍ଧୀ ଧରି ଜୈବ ସମାଧାନର ବିକାଶ ଓ ଏହାକୁ ବ୍ୟାପକ କରିବାରେ ୟୁପିଏଲ୍‌ ନିବେଶ କରୁଛି । ଆମର ବର୍ତମାନ ପୋର୍ଟଫୋଲିଓର ଦୃଢ଼ତା କେବଳ ନିରନ୍ତର କୃଷି ପାଇଁ ଆମ ପ୍ରଗତିଶୀଳ ମନୋଭାବର ନୁହେଁ ବରଂ ଚାଷୀ, ଗ୍ରାହକ ଓ ପରିବେଶର ନବସୃଜନ ଓ ପ୍ରଯୁକ୍ତି ଆବଶ୍ୟକତା ପୂରଣ କରିବା ଲାଗି ଆମ ଟିମ୍‌ର ଉତ୍ସର୍ଗୀକୃତ ମନୋଭାବର ପ୍ରତିଫଳନ ।

ଆମର ଓପନ୍‌ଏଜି ପ୍ରକ୍ରିୟାରେ ପ୍ରଗତିକୁ କେନ୍ଦ୍ର ସ୍ଥଳରେ ରଖାଯାଇଛି ଏବଂ ଏନ୍‌ପିପି ପକ୍ଷରୁ ୟୁପିଏଲ୍‌ର ବିଶ୍ୱସ୍ତରୀୟ ବ୍ୟବସ୍ଥାରେ କାର୍ଯ୍ୟ କରି ଭବିଷ୍ୟତର ଜୈବିକ ପ୍ରଯୁକ୍ତିକୁ ଆକାର ପ୍ରଦାନ କରାଯିବ ।’’ ଫୋବିଓ ଟୋରେଟା, ଚିଫ୍ ଅପରେଟିଂ ଅଫିସର, ଏନପିପି, ୟୁପିଏଲ୍‌ କହିଛନ୍ତି ଯେ, “ଏନ୍‌ପିପି ଦୁନିଆକୁ ବଦଳାଇ ପାରିବ । ଏହା ପାଖରେ ସଠିକ୍ ଦକ୍ଷତା, ସଠିକ୍ ମନୋଭାବ, ସଠିକ୍ ପ୍ରଯୁକ୍ତି ଦକ୍ଷତା ଏବଂ ସମ୍ବଳ ରହିଛି ଯାହା କୃଷି କ୍ଷେତ୍ରରେ ସକାରାତ୍ମକ ଓ ପ୍ରଗତିଶୀଳ ପରିବର୍ତନ ଆଣିପାରିବ । ପାରମ୍ପରିକ ଆଗ୍ରୋକେମିକାଲ୍ ଏକ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବାର ଅନୁମାନ ଥିବା ବେଳେ ତାହା ତୁଳନାରେ ଜୈବିକ ସମାଧାନର ବଜାର ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ସହ ୨୦୨୫ ସୁଦ୍ଧା ୧୦ ବିଲିୟନ୍‌ ଡଲାର୍‌ରେ ପହଞ୍ଚିବ ବୋଲି ଆକଳନ କରାଯାଇଛି ।

ଏକ ନିରନ୍ତର ଖାଦ୍ୟ ଭବିଷ୍ୟତକୁ ଆକାର ପ୍ରଦାନ କରିବା ଲାଗି ଏନ୍‌ପିପି ବହୁତ ଭଲ ସ୍ଥିତିରେ ରହିଛି ।’’ ଏନ୍‌ପିପିର ସବୁଠୁ ବଡ଼ ଦକ୍ଷତା ହେଉଛି କ୍ରସ୍‌-ପୋଲିନେସନ୍ ନବସୃଜନ ଯେଉଁଥିରେ କଂପାନି ଗୋଟିଏ ବଜାରକୁ ବୁଝିବା ଓ ସେଥିରୁ ହାସଲ କରିଥିବା ଶିକ୍ଷାକୁ ଅନ୍ୟ ବଜାରକୁ ସମ୍ପ୍ରସାରିତ କରିପାରିବା । କଂପାନି ଏହାର ଉତ୍ପାଦ ପୋର୍ଟଫୋଲିଓ ଓ ପ୍ଲାଟ୍‌ଫର୍ମରେ ନୂତନ ଉତ୍ପାଦ ଯୋଡ଼ିବାରେ ଆଗ୍ରୁଆ ରହିଛି । ଏହା ବିଶ୍ୱସ୍ତରୀୟ ସହଯୋଗିତା, ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ପରିବେଶ ନିରନ୍ତରତା, ଚାଷୀ ସହନଶୀଳତା ଏବଂ ସାରା ବିଶ୍ୱରେ ଖାଦ୍ୟ ମୂଲ୍ୟ ଶୃଙ୍ଖଳାରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରୁଛି ।

Exit mobile version