ଡାଲ୍‌ମିଆ ଭାରତ ଫାଉଣ୍ଡେସନ୍ ପକ୍ଷରୁ ଓଡ଼ିଶାର ଗରୁଡ଼ଗାଁରେ ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଇଁ ସହାୟତା ପ୍ରଦାନ

୫.୫ କିଲୋୱାଟ୍ କ୍ଷମତାର ମିନି ସୋଲାର୍ ପାୱାର୍ ଗ୍ରିଡ୍ ଓ ସପନପୁର ଗ୍ରାମରେ ପାଇପ୍‌ଲାଇନ୍ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ୍ (୫ ଜୁଲାଇ ସୋମବାରଭୁବନେଶ୍ୱର :- ସମସ୍ତଙ୍କୁ ଉତ୍ତମ ଜବନଜୀବିକା ପ୍ରଦାନ କରିବାର ଉଦ୍ୟମକୁ ଜାରି ରଖି ଡାଲ୍‌ମିଆ ଭାରତ ଗ୍ରୁପ୍‌ର ସିଏସ୍‌ଆର୍ ଶାଖା ଡାଲ୍‌ମିଆ ଭାରତ ଫାଉଣ୍ଡେସନ୍ (ଡିବିଏଫ୍‌) ପକ୍ଷରୁ ନିକଟରେ ଅଲେଖ ମହିମା ପର୍ଯ୍ୟଟନ ପୀଠରେ ୫.୫ କିଲୋୱାଟ୍‌ର ଏକ ମିନି ସୋଲାର୍‌ ପାୱାର୍ ଗ୍ରିଡ୍‌କୁ ଉଦ୍‌ଘାଟନ କରାଯାଇଛି ଓ ଗରୁଡ଼ଗାଁ ଗ୍ରାମ ପଞ୍ଚାୟତର ସପନପୁର ଗ୍ରାମରେ ଏକ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ସମୁଦାୟ ୨୪ ଲକ୍ଷ ଟଙ୍କାର ନିବେଶ ସହିତ ଡାଲ୍‌ମିଆ ଭାରତ ଫାଉଣ୍ଡେସନ୍‌ର ଏହି ଅଭିଯାନ ଗ୍ରାମରେ ବାସ କରୁଥିବା ୩୫୦ରୁ ଅଧିକ ପରିବାରଗୁଡ଼ିକର ଜୀବନ ଧାରଣ ମାନରେ ଉନ୍ନତି ଆଣିବ ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଲେପୁରର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରାଙ୍କ ଉପସ୍ଥିତିରେ ଡାଲ୍‌ମିଆ ସିମେଌକ୍ଷଗ୍ଧ; (ଭାରତ) ଲିମିଟେଡ୍‌ର ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ ରାମଅବତାର ଶର୍ମା ସମ୍ବୋଧିତ କରିଥିଲେ । ଗାଁ ସରପଞ୍ଚ ଶ୍ରୀଯୁକ୍ତ ସୁବୋଧ କୁମାର ସାମଲ, ପିଏସ୍ ସଦସ୍ୟ ସୁକାନ୍ତ ସାମଲ-ଗରୁଡ଼ଗାଁ ଗ୍ରାମ ପଞ୍ଚାୟତ, ମତ ପ୍ରଦାନକାରୀ ଓ ଏସ୍‌ଏଚ୍‌ଜି ସଦସ୍ୟମାନେ ଏହି ଅବସରରେ ଉପସ୍ଥିତ. ଥିଲେ ।

ଏହି ବିକାଶ ସମ୍ପର୍କରେ ଶ୍ରୀଯୁକ୍ତ ରାମଅବତାର ଶର୍ମା କହିଛନ୍ତି ଯେ, “ଡାଲ୍‌ମିଆ ଭାରତରେ ଆମର ସିଏସ୍‌ଆର କାର୍ଯ୍ୟକଳାପଗୁଡ଼ିକୁ ବିଭିନ୍ନ ଅଭିଯାନ ଜରିଆରେ ସମାଜପାଇଁ କିଛି କରିବାର ଲକ୍ଷ୍ୟ ରଖି ପ୍ରସ୍ତୁତ କରଯାଇଛି ଯାହା ଲୋକମାନଙ୍କ ଜୀବନରେ ଥିବା ଆହ୍ୱାନକୁ ଦୂର କରିବାରେ ସହାୟକ ହେବ । ୫.୫ କିଲୋୱାଟ୍ କ୍ଷମତାର ଏକ ମିନି ପାୱାର୍‌ ଗ୍ରିଡ୍ ସ୍ଥାପନ କରି ଆମେ ସପନପୁରରେ ବାସ କରୁଥିବା ୧୫୦୦ ଗ୍ରାମବାସୀଙ୍କ ନିକଟରେ ଶକ୍ତି ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ । ପୁନଶ୍ଚ, ପାଇପ୍‌ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ କରି ଆମେ ଗୋଷ୍ଠୀ ନିକଟକୁ ସୁରକ୍ଷିତ ଓ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବାକୁ ଚାହୁଁଛୁ, ଫଳରେ ଏହି ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ସ୍ୱାସ୍ଥ୍ୟ, ପରିମଳ ଓ ଜୀବନର ଗୁଣାତ୍ମକ ମାନରେ ଉନ୍ନତି ହୋଇପାରିବ ।’’

Exit mobile version