ଚିତ୍ରକାର ସେବକ ଙ୍କ ଦ୍ଵାରା ତିନି ରଥର ପ୍ରଭା ଗୁଡିକରେ ରଙ୍ଗ କାର୍ଯ୍ୟ ଆରମ୍ଭ

ତା ୪.୭.୨୯୨୧,ରବିବାର ରଥଖଳାରୁ

ଓଡ଼ିଶା ତାଜା ନ୍ୟୁଜ୍ (୫ ଜୁଲାଇ ସୋମବାର) ପୁରୀ /ରିପୋର୍ଟ ଅଭିମନ୍ୟୁ ମହାରଣା  :- ରଥ ନିର୍ମାଣ ଅଗ୍ରଗତି ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ : ୧୯୭ ତିନିରଥର ମୋଟ ମହାରଣା ୭୮ ତିନିରଥର ଭୋଇ ସେବକ ୭୬ ତିନିରଥ କରତି ସେବକ  ୫ ପାହି ମହାରଣା  ୧ ଓଝା ବା କମାର ସେବକ ୧୬ ତୁମ୍ବ ବିନ୍ଧ କାରୀଗର ୧ ତିନିରଥର ରୂପକାର ସେବକ ୧୯ ରଥ ଖଳା ସହାୟକ ୧ ମୋଟ ୧୯୭

ରଥ ନିର୍ମାଣ ଅଗ୍ରଗତି  ତିନିରଥର ‘ପ୍ରଭା’ରେ ରୂପ ଖୋଦେଇ କାର୍ଯ୍ୟ ରୂପକାର ସେବକଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଅଛି ।  ଏଥିସହ ତିନିରଥର ବେଦୀ ପାର୍ଶ୍ୱ ପଟାତଳେ ହଂସ ପଟା ଵାଡ଼ିଆ ସମ୍ପୂର୍ଣ୍ଣ ହୋଇଅଛି ।  ନନ୍ଦିଘୋଷ ରଥର ବିଜେ ଚକା ନିର୍ମାଣ ଶେଷ ହୋଇଅଛି।  ନନ୍ଦିଘୋଷ ରଥର ପ୍ରଭା ଗୁଣ୍ଠି ନିର୍ମାଣ ଶେଷ ହୋଇଥିଲା ଆଜିବାଲି କାଗଜ ଦ୍ୱାରା ଗୁଣ୍ଠି ଗୁଡିକର ପଲିସ କାର୍ଯ୍ୟ ଶେଷ ହୋଇଅଛି  ।  ଏଥିସହ ଆଜି ଶ୍ରୀ ମନ୍ଦିର ପ୍ରଶାସନ ଅଧିକ୍ଷଣ ଯନ୍ତ୍ରୀ ସହ ଅନୁଧ୍ୟାନ ଟିମ ତିନିରଥର ନିର୍ମାଣ କାର୍ଯ୍ୟ ରେ କେଉଁଠି କଣ ତୃଟି ରହିଛିକି ନାହିଁ ଅନୁଧ୍ୟାନ କରିବାସହ ମୁଖ୍ୟ ମହାରଣା ମାନଙ୍କସହ ଆଲୋଚନା କରିଥିଲେ । 

ଆଜି ଚିତ୍ରକାର ସେବକ ମାନେ ତିନିରଥର ପ୍ରଭାରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିବାସହ ତିନିରଥ ର ଚକରେ ପଦ୍ମ ପାଖୁଡା ଚିତ୍ର ରେ ରଙ୍ଗ ଦେବା କାର୍ଯ୍ୟ ଜାରୀ ରଖିଛନ୍ତି ।  ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ଘୋଡା କ୍ଳାମ୍ପ ନିର୍ମାଣ ସାରି ଯୋଗାଇ ଛନ୍ତି ।  ଦରଜୀ ସେବକ ମାନେ ତିନିରଥର ଦୁଆର ବେଢା ପାଇଁ କାନା କଟିଙ୍ଗ ପରେ ଲେସ କାମ କରୁଛନ୍ତି । 

Exit mobile version