ଚନ୍ଦ୍ରଗିରିରୁ ପଶ୍ଚିମବଙ୍ଗର ମୁର୍ଶିଦାବାଦ କୁ ଗଞ୍ଜେଇ ଚାଲାଣ ବେଳେ ୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ; ୨ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୪ ଜୁଲାଇ ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଜିଲ୍ଲା ଏସ୍‌ପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜେଇ ଚୋରା କାରବାର ବିରୁଦ୍ଧରେ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ଗତକାଲି ଗଜପତି ଜିଲ୍ଲାରୁ ପଶ୍ଚିମବଙ୍ଗର ମୁର୍ସିଦାବାଦକୁ ଚୋରା ଗଞ୍ଜେଇ ଚାଲାଣ ବେଳେ ୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିବା ସହ ଏକ ମିନି ଟ୍ରକ ଓ କାରକୁ ଜବତ କରାଯାଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ , ଗତକାଲି ରାତ୍ରରେ ଚନ୍ଦ୍ରଗିରି ଫାଣ୍ଡି ସମ୍ମୁଖ ଦେଇ ଏକ ଆଇଏନ୍‌ଇ କାର ଓ ୪୦୭ ମିନି ଟ୍ରକ ଦ୍ରୁତଗତିରେ ଆସୁଥିବା ବେଳେ ଚନ୍ଦ୍ରଗିରି ଫାଣ୍ଡି ପକ୍ଷରୁ ସନ୍ଦେହ କରାଯାଇ

ଗାଡି ଗୁଡିକୁ ଅଟକାଇ ଯାଞ୍ଚ କରାଯାଇଥିଲେ । ଯାଞ୍ଚ ବେଳେ ମିନି ଟ୍ରକରୁ ୧୨୯ କେଜି ଗଞ୍ଜେଇ ଦେଖିବାକୁ ପାଇଥିଲେ । ଘଟଣାରେ ସମ୍ପୃକ୍ତ ଖୋର୍ଦ୍ଦା ଜିଲ୍ଲାର ଖୁଣ୍ଟୁଣୀ ଅଞ୍ଚଳର ଜତିନ ବେହେରା ଓ ମୁର୍ସିଦାବାଦର ମୁକ୍‌ବଲ୍ ହୁଶେନ ୨ଜଣଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାରେ ବ୍ୟବହୃତ କାରଟି ମିନିଟ୍ରକକୁ ବାଟ କଡାଇ ପାଇଁ ଆଗରେ ପହରା ଦେଇ ଯାଉଥିଲା । ଫଳରେ ଉଭୟ ଗାଡିକୁ ଜବତ କରାଯାଇଛି । ଜବତ ହୋଇଥିବା ୧୨୯ କେଜି ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୬ଲକ୍ଷ ଟଙ୍କା ହେବ ବୋଲି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି । ଗିରଫ ୨ଜଣଙ୍କୁ ଆଜି କୋର୍ଟକୁ ଚାଲାଣ କରାଯାଇଛି ।   ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version