ରାଜ୍ୟ ବିଜେପି ଟିମର କାଶୀନଗର ଗସ୍ତ ବେଳେ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ଗଜପତି ବିଜେପି ପକ୍ଷରୁ ଅଣଦେଖା କୁ ନେଇ କାଶୀନଗର ପ୍ରେସକ୍ଲବର ନିନ୍ଦା

ଓଡ଼ିଶା ତାଜା ନ୍ୟୁଜ୍ (୪ ଜୁଲାଇ ରବିବାର ) ପାରଳାଖେମୁଣ୍ଡି :-  ଗତ ୨ ତାରିଖ ରେ ରାଜ୍ୟ ବିଜେପି ଟିମ୍ ବଂଶଧାରା ଜଳ ବିବାଦ ନେଇ ଉପୁଜିଥିବା ସମସ୍ୟା ଦେଖିବାକୁ ଆସିଥିଲେ। କିନ୍ତୁପରିତାପରବିଷୟଏହିକିଯେ କାଶୀନଗର ରେ ପ୍ରେସ କ୍ଲବ ଥିଲେ ସୁଦ୍ଧା ଗଜପତି ବିଜେପି ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ନିମନ୍ତ୍ରଣ କରାଗଲା ନାହିଁ। ଯାହାଫଳରେ ସାମ୍ବାଦିକ ମାନଙ୍କ ସ୍ୱାଭିମାନ ଉପରେ ଆଞ୍ଚ ଆସିଥିବାରୁ ଗତକାଲି ରାତି ରେ ପ୍ରେସ କ୍ଲବ ତରଫରୁ ଏହାର ନିନ୍ଦା କରାଜିବା ସଙ୍ଗେ ସଙ୍ଗେ ଏକ ବୈଠକ କରି ବିଜେପି ର କୌଣସି

କାର୍ଯ୍ୟକ୍ରମ ରେ ସାମ୍ବାଦିକ ମାନେ ଖବର ପ୍ରସାରଣ କରିବେ ନାହିଁ ବୋଲି ନିଷ୍ପତି ନିଆଯାଇଛି । ଗତ କାଲି ର ବୈଠକ ରେ ପ୍ରେସ କ୍ଲବ ର ଆବାହକ ପ୍ରଶାନ୍ତ ମିଶ୍ର ସଭାପତି ହୃଷୀକେଶ ଗୌଡ ଉପସଭାପତି ମନୋଜ ଚୌଧୁରୀ ସୀମଞ୍ଚଲ ମହାରଣା ରାଜେଶ ପଟ୍ଟନାୟକ ଆନନ୍ଦ ପାତ୍ର , ଟି କ୍ରିଷ୍ଣା, ପ୍ରଶାନ୍ତ ସାହୁ, ରାଜେଶ ମିଶାଇ ଏମାନେ ଯୋଗ ଦେଇଥିଲେ।ବିଜେପି ପକ୍ଷରୁ କ୍ଷମା ପ୍ରାର୍ଥନା ନ କରିବା ଯାଏଁ ଏହି ନିଷ୍ପତି ଲାଗୁ ରହିବ ବୋଲି ମତ ପ୍ରକାଶ ପାଇଛି ।   ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version