ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ

ଓଡ଼ିଶା ତାଜା ନ୍ୟୁଜ୍ (୪ ଜୁଲାଇ ରବିବାର) ପଦ୍ମପୁର :- ଡାକ୍ଟର ଶ୍ଯାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରେ ଗତ ୨୩ ତାରିଖ ରୁ ଭାରତୀୟ ଜନତା ପାର୍ଟି ତରଫରୁ କାର୍ଯ୍ଯକର୍ତ୍ତା ମାନଙ୍କ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ମାନ କରା ଯାଉଛି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ଭାରତର କୋଣ ଅନୁକୋଣରେ ଥିବା ବିଭିନ୍ନ ଅନୁଷ୍ଠାନ ଓ ସାମୁହିକ ସ୍ଥାନ ମାନଙ୍କରେ ବୃକ୍ଷରୋପଣ କାର୍ଯ୍ଯକ୍ରମ କରା ଯାଉଛି । ଏହି ଅବସରରେ ବରଗଡ ଜିଲ୍ଲା ସ୍ତରୀୟ ବୃକ୍ଷରୋପଣ କାର୍ଯ୍ଯକ୍ରମ ମହାପ୍ରଭୁ ନୃସିଂହନାଥ ପୀଠରେ ଅବସ୍ଥିତ ଆଇଓସିଏଲ ଅତିଥି ଭବନ ପରିସର ମଧ୍ୟରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

ଏହି ବୃକ୍ଷରୋପଣ କାର୍ଯ୍ଯକ୍ରମରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ଯ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ଯଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣ କରିବା ସହ ଗଛ ଲଗାଇବା ଉପାଦେୟତା ଉପରେ ବକ୍ତବ୍ଯ ରହିଥିଲେ । ଗଛ ହିଁ ଜୀବନ,ପରିବେଶ ବଞ୍ଚିଲେ ଆମେ ବି ବଞ୍ଚିବା ଏହି ବାର୍ତ୍ତା ଦେଇ କାର୍ଯ୍ଯକର୍ତ୍ତା ମାନଙ୍କୁ ଅନୁପ୍ରେରିତ କରିଥିଲେ । କାର୍ଯ୍ଯକ୍ରମରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ସମେତ ବିଜେପି ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ ସାମଲ,କୃଷକ ମୋର୍ଚ୍ଚା ରାଜ୍ଯ କାର୍ଯ୍ଯ କାରିଣୀ ସଦସ୍ଯ ଶ୍ରୀ ଗୋବର୍ଦ୍ଧନ ଅଗ୍ରୱାଲ,ଜିଲ୍ଲା କୋଡିନେଟର ଶ୍ରୀ ଯୋଗୀନ୍ଦ୍ର ଭୋଇ,ବରିଷ୍ଠ କାର୍ଯ୍ଯକର୍ତ୍ତା ଶ୍ରୀ ଲୋଚନ ପ୍ରଧାନ,ଶ୍ରୀ ସୁବୋଧ ପଣ୍ତା,ଶ୍ରୀ କୃଷ୍ଣ ସାହୁ,ଶ୍ରୀ ରାଜେନ୍ଦ୍ର ସେଠ,ଶ୍ରୀ ଧନଞୀୟ ପାଣ୍ତେ ପ୍ରମୁଖ ଉପସ୍ଥିତ ରହିଥିଲେ । ରିପୋର୍ଟ – ନିରୋଜ କୁମାର ପାଣୀ

Exit mobile version