ପୁରୀ : ତିନିରଥର ବେଦୀ ସିଂହାସନ ସମେତ : ଚତୁର୍ପାର୍ଶ୍ୱରେ ପଟାଗୁଜ ଗୁଡିକରେ ରଙ୍ଗ କାର୍ଯ୍ୟ ଜାରୀ ରହିଛି

ତା ୩.୭.୨୦୨୧,ଶନିବାର ରଥଖଳା 

ରଥ ନିର୍ମାଣ ଅଗ୍ରଗତି

ଓଡ଼ିଶା ତାଜା ନ୍ୟୁଜ୍ (୪ ଜୁଲାଇ ରବିବାର)ପୁରୀ /ରିପୋର୍ଟ ଅଭିମନ୍ୟୁ ମହାରଣା :- ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ :- ୧୯୭ ତିନିରଥର ମୋଟ ମହାରଣା ୭୮ ତିନିରଥର ଭୋଇ ସେବକ ୭୬ ତିନିରଥ କରତି ସେବକ ୫ ପାହି ମହାରଣା ୧ ଓଝା ବା କମାର ସେବକ ୧୬ ତୁମ୍ବ ବିନ୍ଧ କାରୀଗର ୧ ତିନିରଥ ରୂପକାର ସେବକ ୧୯ ରଥ ଖଳା ସହାୟକ ୧ ମୋଟ ୧୯୭

ରଥ ନିର୍ମାଣ ଅଗ୍ରଗତି   ତିନିରଥର ବେଦୀ ସିଂହାସନ ସମେତ ବେଦୀ ଚତୁର୍ପାର୍ଶ୍ୱରେ ପଟା ପଡିବା ସମ୍ପୂର୍ଣ୍ଣ ହୋଇଅଛି ।  ତିନିରଥର ଦୁଆର ବେଢା କୁ ବାନ୍ଧି ରଖିବା ପାଇଁ ପ୍ରତି ଦୁଆର ବେଢାର ନାତଗୋଡ ସହ ଚଉଦ ନାହାକା ରେ ଦୁଇଟି ଲେଖାଁଏ ସପୋର୍ଟ ବଟମ ବା ‘ଦୁଆର ବାଣିଆ’ ପ୍ରତି ରଥ ପାଇଁ୧୬ ଟି ଲେଖାଁଏ ଫିଟିଙ୍ଗ କରାଯାଇଛି।  ତିନିରଥର ୮ ଟି ଲେଖାଁଏ ‘କନ୍ୟା ପଟା’ ରେ କନ୍ୟା ଚିତ୍ର ଅଙ୍କନ ପରେ କୋଣଗୁଜ ନିକଟ ଦଣ୍ଡା ମୁଁହାଟ ଏବଂ ନିରାଡ଼ି ସହ ଫିଟିଙ୍ଗ ହୋଇଅଛି । 

ତିନିରଥର ଉପର ଅଂଶ କନା ପଡିବା ପୂର୍ବରୁ ‘ ହାତୀ ଆଳ ମାଳ’ବା ବତା ଫାଳିଆ କାଠ ବଟମ ୮ଟି ଲେଖାଁଏ ପଡିଥିଲା, ଆଜି ବଡଥଳ ପୋଟଳ ଠାରୁ ଚନ୍ଦ୍ରଶାଳୀ ପର୍ଯ୍ୟନ୍ତ ରଥର ପ୍ରତି କୋଣରେ ତିନୋଟି ଲେଖାଁଏ ‘ମଣ୍ଡନୀ ବଟନ’ପଡ଼ିଅଛି। ତିନିରଥର ରୂପକାର ସେବକ ମାନେ ‘ପ୍ରଭା’ ରେ ରୂପ ଖୋଦେଇ ର ଶେଷ ସ୍ପର୍ଶ ଦେଉଛନ୍ତି । ଚିତ୍ରକାର ସେବକ ମାନେ ତିନିରଥ ର ୨୭ ଗୋଟି ଶିଖର ଡମ୍ବରୁ (ପାର୍ଶ୍ୱ ଦେବଦେବୀଙ୍କ ଆସ୍ଥାନ) ,ପ୍ରତି ରଥ ର ୯ଟି ଲେଖାଁଏ ପାର୍ଶ୍ୱ ଦେବଦେବୀ ସହ ଦୁଇଟି ଲେଖାଁଏ ଦ୍ୱାରପାଳ, ୯ଟି ଲେଖାଁଏ ତିନିରଥର ୨୭ ଟି ସଖୀ,

ସାରଥୀ, ରଙ୍ଗ କାର୍ଯ୍ୟ ଶେଷ କରି ହଂସ ପରାରେ ହଂସ ଚିତ୍ର କରୁଛନ୍ତି, ଏଥିସହ ରଥଗୁଡିକରେ କୋଣଗୁଜ,ପଟା ଗୁଜରେ ରଙ୍ଗ କାର୍ଯ୍ୟ ଶେଷ କରି ଚକ ଗୁଡିକର ଚିତ୍ର କାର୍ଯ୍ୟ ଜାରୀ ରଖି ଛନ୍ତି ।  ଦୋଳବେଦୀ ଅସ୍ଥାଇ କମାର ଶାଳ ରେ ଓଝା ସେବକ ମାନେ କୋଠ ସୁଆଁ ସିଆ ଙ୍କ ପାଇଁ ଛୁରୀ, ହାତୁଡୁ ନିର୍ମାଣ ସହ କ୍ଳାମ୍ପ ନିର୍ମାଣ କରୁଛନ୍ତି। ତିନିରଥର ଦରଜୀ ସେବକ ମାନେ ଉପର ବତା କାନା ରେ ଲେସ ଫିଟିଙ୍ଗ ପରେ ଆଜି ଦୁଆର ବେଢା ପାଇଁ କାନା କଟିଙ୍ଗ କରି ସେଥିରେ ରୂପା ଲେସ ଫିଟିଙ୍ଗ କାର୍ଯ୍ୟ କରୁଛନ୍ତି ।

ତିନି ରଥର ହଂସ ପଟା, ସଖୀ, ପାର୍ଶ୍ୱ ଦେବା ଦେବୀ, ସାରଥୀ, ରଥରେ ସଂଯୋଗ ହୋଇଥିବା ଚାର ପରିଛା, ପଟାଗୁଜ ଗୁଡିକରେ ରଙ୍ଗ କାର୍ଯ୍ୟ ଜାରୀ ରହିଛି ।

Exit mobile version