ହିଞ୍ଜିଳିରେ ଅନଲାଇନ ପ୍ଲାଟଫର୍ମରେ ଅଭିଯୋଗ”ମୋ ନିବେଦନ”ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ ( ୦୩ ଜୁଲାଇ , ଶନିବାର ) ହିଞ୍ଜିଳିକାଟୁ :- ରାଜ୍ୟ ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଵ ପ୍ରଥମେ ଆରମ୍ଭ ହୋଇଛି ଅନଲାଇନ ପ୍ଲାଟଫର୍ମରେ ଜନ ଅଭିଯୋଗ ପ୍ରତିକାର ବ୍ୟବସ୍ଥା”ମୋ ନିବେଦନ”।ରାଜ୍ୟ ସରକାରଙ୍କ ୫ଟି ତତ୍ତ୍ୱ ଆଧାରରେ ଜିଲ୍ଲାବାସୀଙ୍କୁ ବିଭିନ୍ନ ପ୍ରକାର ସାମାଜିକ ଅଭିଯୋଗର ସମୟାନୁଯାୟୀ ପ୍ରତିକାର ବ୍ୟବସ୍ଥା ସ୍ୱରୂପ ଏକ ନୂତନ ପଦକ୍ଷେପକୁ ସର୍ବ ପ୍ରଥମେ ଆରମ୍ଭ କରିଥିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ ଜିଲ୍ଲାପାଳଙ୍କ ଦ୍ୱାରା ଆରମ୍ଭ ହୋଇଥିଲା”ମୋ ନିବେଦନ”ନାମରେ ଜନ ଅଭିଯୋଗ ପ୍ରତିକାର ବ୍ୟବସ୍ଥା।ଜିଲ୍ଲାର ସଫଳତାର ଉପଲବ୍ଧିକୁ ଉଦାହରଣ ସ୍ୱରୂପ ସରକାର ରାଜ୍ୟର କିଛି ଜିଲ୍ଲାରେ ଏହାକୁ ଉପଯୋଗ କରିଥିଲେ। ଗତ ଜୁନ ୨୬ ତାରିଖରେ ଜିଲ୍ଲାରେ ପ୍ରଥମ କରି ଅନଲାଇନ ପ୍ଲାଟଫର୍ମରେ ମୋ ନିବେଦନ କାର୍ଯ୍ୟକାରୀ ପାଇଁ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।
ମାସର ପ୍ରତି ଶନିବାର ପଞ୍ଚାୟତ ସ୍ତରରେ ଏବଂ ପ୍ରତି ସୋମବାର ବ୍ଳକ ସ୍ତରରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରିବା ପାଇଁ ବିଡ଼ିଓ,ତହସିଲଦାର ଓ ପୌର ପ୍ରଶାସନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ଏହି ପରିପ୍ରେକ୍ଷୀରେ ଶନିବାର ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ହିଞ୍ଜିଳି ବ୍ଳକର ରାଳବ,ଚାନ୍ଦୁଲି, ଶାସନ ଆମ୍ବଗାଁ ଏବଂ ଭାବନ୍ଧ ଆଦି ୪ଟି ପଞ୍ଚାୟତରେ ଆରମ୍ଭ ହୋଇଥିଲା ଅନ ଲାଇନରେ ମୋ ନିବେଦନ କାର୍ଯ୍ୟକ୍ରମ।ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ସାମାଜିକ ନିରାପତ୍ତା,ଖାଦ୍ୟ ସୁରକ୍ଷା,ଆବାସ ଯୋଜନା,ମୁଖ୍ୟମନ୍ତ୍ରୀ ଙ୍କ ଆର୍ଥିକ ସହାୟତା ପାଣ୍ଠି ଭଳି ଜନ କଲ୍ୟାଣକାରୀ ଯୋଜନାରେ ୯୧ଜଣ ଅନ ଲାଇନରେ ମୋ ନିବେଦନରେ ଅଭିଯୋଗ କରିଥିଲେ।ଏଥି ମଧ୍ୟରୁ ରାଳବରେ ୧୧,ଚାନ୍ଦୁଲି ରେ ୧୭,ଭାବନ୍ଧରେ ୧୯ ଓ ଶାସନ ଆମ୍ବଗାଁ ପଞ୍ଚାୟତରେ ସର୍ବାଧିକ ୪୪ଜଣ ଆବେଦନକାରୀ ଖାଉଟି କାର୍ଡ, ଆବାସ ଗୃହ,ବାର୍ଦ୍ଧକ୍ୟ ଭତ୍ତା ଓ ଅନ୍ୟାନ୍ୟ ଆର୍ଥିକ ସହାୟତା ପାଇଁ ଅଭିଯୋଗ କରିଥିଲେ।
ପଞ୍ଚାୟତ କାର୍ଯ୍ୟକ୍ରମରେ ନୋଡାଲ ଅଭିଯୋଗ ଅଧିକାରୀ ଭାବେ ହର୍ଷ ମାଧବ କର,ସନ୍ତୋଷ କୁମାର ନାୟକ,ସୁବାଷ ରାଉତ,ସିପି ଦଣ୍ଡପାଣି ଦାଶ,ପିଇଓ ସୁଶାନ୍ତ କୁମାର ପାତ୍ର,ଅଶ୍ୱିନୀ କୁମାର ସାହୁ, କିଶୋର ଚନ୍ଦ୍ର ସାହୁ ଓ ବେଣୁଧର ବେହେରା ପ୍ରମୁଖ ଦାୟିତ୍ୱ ପରିଚାଳନା କରିଥିଲେ।ବ୍ଳକ କାର୍ଯ୍ୟାଳୟ ପକ୍ଷରୁ ଏବିଡ଼ିଓ ଅରୁଣ କୁମାର ପ୍ରଧାନ,ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରଶାନ୍ତ କୁମାର ରଥ,ପ୍ରଗତି ସହାୟକ ରାମଚନ୍ଦ୍ର ରଥ,ବିତ୍ତୀୟ ଅଧିକାରୀ ଦିବ୍ୟସିଂହ ନାୟକ,ସାମାଜିକ ସୁରକ୍ଷା ଅଧିକାରୀ ସୁଶାନ୍ତ କୁମାର ମଲ୍ଲିକ,ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁ,ସୁଜିତ କୁମାର ସାହୁ,ଗୋଷ୍ଠୀ କୃଷି ଅଧିକାରୀ ବଳରାମ ସୁବୁଦ୍ଧି,ସିଡିପିଓ ଶୁଭଶ୍ରୀ ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ସରପଞ୍ଚ ଜାଗିଲି ଦାସ,ଲକ୍ଷ୍ମଣ ଗୌଡ଼,ବିଏଫଟି ବୃନ୍ଦାବନ ଗୌଡ଼,ଅଶୋକ କୁମାର ପଣ୍ଡା,ଗନ୍ତାୟତ ଦଳାଇ,ମନୋଜ କୁମାର ସାବତ,କାଳି ଦଳାଇ ଓ ଶୁଭ୍ରକେଶ ଦଳାଇ ସହଯୋଗ କରିଥିଲେ।
( ରିପୋର୍ଟ: ଶୁସାନ୍ତ ପ୍ରଧାନ )