ନିଖୋଜ ତ୍ରିଲୋଚନର ମୃତଦେହ ଉଦ୍ଧାର

ଓଡ଼ିଶା ତାଜା ନ୍ୟୁଜ୍ ( ୦୩ ଜୁଲାଇ , ଶନିବାର ) କୋରାଇ :- ଗତକାଲି ରାତ୍ର ୧୦ଟାରେ ଠାରୁ ନିଖୋଜ ଥିବା ଯାଜପୁର ଜିଲା କୋରାଇ ବ୍ଲକ ମକୁନ୍ଦପୁର ଗ୍ରାମର ବାସୁଦେବ ଦାସଙ୍କ ପୁତ୍ର ତ୍ରିଲୋଚନ ଦାସ(୧୨)ଙ୍କ ମୃତଦେହ ଆଜି ବୈତରଣୀ ନଦୀ ନିକଟ ନିଶଙ୍ଖପୁର ପାଟ ଅଂଚଳରୁ ଉଦ୍ଧାର କରାଯାଇଛି । ଗତକାଲି ପୁତ୍ର ନିଖୋଜ ହେବା ପରେ ପରିବାର ଲୋକଙ୍କ ପକ୍ଷରୁ କୋରାଇ ଥାନରେ ଏ ନେଇ ଅଭିଯୋଗ କରାଯାଇଥିଲା ।

ଏହି ଅଭିଯୋଗ ଆଧାରରେ କୋରାଇ ପୁଲିସ ୧୯୪/୨୧ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ସମୟରେ ଆଜି ସକାଳୁ ନିଶଙ୍ଖପୁର ପାଟରୁ ପ୍ରାୟ ଆଣ୍ଠୁଏ ପାଣିରୁ ତ୍ରିଲୋଚନ ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ତ୍ରିଲୋଚନଙ୍କ ନାକରୁ ରକ୍ତ ବାହାରୁ ଥିବା ଜଣାପଡିଛି । ତ୍ରିଲୋଚନକୁ ହତ୍ୟା କରାଯ୍ଧବଥିବା ସନ୍ଦେହ କରାଯାଉଛି । ତେଣୁ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଉପରୁ ପରଦା ଉଠିନଥିଲାବେଳେ ଏ ଦିଗରେ ଅଧିକ ତଦନ୍ତ ଜାରି ରହିଥିବା କୋରାଇ ଥାନାଧିକାରୀ ରଞ୍ଜିତ ମହାନ୍ତି ସୂଚନା ଦେଇଛନ୍ତି ।  ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )

Exit mobile version