ଓଡ଼ଗାଁ ବ୍ଲକର ବିଭିନ୍ନ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ସହ ଲୋକଙ୍କ ସମସ୍ୟା ବୁଝିଲେ – ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ

x . ନନ୍ଦିଘୋର ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ପରିଦର୍ଶନ କରିଛନ୍ତି ମନ୍ତ୍ରୀ

x . କୋମଣ୍ଡ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ ସହ ଲୋକମାନଙ୍କ ସହିତ ଆଲୋଚନା ।

ଓଡ଼ିଶା ତାଜା ନ୍ୟୁଜ୍ ( ୦୩ ଜୁଲାଇ , ଶନିବାର ) ଓଡ଼ଗାଁ :- ଆଜି ଓଡ଼ଗାଁ ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଛନ୍ତି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ । ଏହା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଲୋକଙ୍କ ପାଇଁ ଅସୁବିଧା ଦୂର କରିବା ପାଇଁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଡଃ ସାହୁ ।

ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଆଜି ନନ୍ଦିଘୋର , ନେଳିଆ ସାହି , ବାଘେରା ସାହି , ପାଇକ ସାହି ଓ ଓସ୍ତିଆ ପ୍ରଭୂତି ଗ୍ରାମକୁ ଗସ୍ତ କରିଥିବା ଜଣାପଡିଛି । ମନ୍ତ୍ରୀ ଗ୍ରସ୍ତ ସମୟରେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ , ସୂର୍ଯ୍ୟ ନାରାୟଣ ଚୋୖଧୁରୀ , ବିଡ଼ିଓ ସ୍ବାତିଲେଖା ଦାସ , ସହକାରୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଲୋକମାନଙ୍କୁ ମଧ୍ୟ କରୋନା ପାଇଁ ସଚେତନତା କରାଯାଇଛି । ଓଡ଼ଗାଁ ବ୍ଲକ ଆରଡା ଓ କୋମଣ୍ଡ ପଞ୍ଚାୟତର ବିଭିନ୍ନ ଗାଁ କୁ ମନ୍ତ୍ରୀ ଗ୍ରସ୍ତ କରିଥିବା ଜଣାପଡିଛି ‌। (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version