୭୨ତମ ବନମହୋତ୍ସବ ସପ୍ତାହ ପାଳନ

ତାଜା ନ୍ୟୁଜ୍ (୩ ଜୁଲାଇ ଶନିବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡର କେସିଙ୍ଗା ବନାଞ୍ଚଳର ରୁପ୍ରାରୋଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବନ ବିଭାଗ ପକ୍ଷରୁ ୭୨ ତମ ବନମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି ।ରୁପ୍ରାରୋଡ ଗ୍ରାମପଞ୍ଚାୟତ ସମିତି ସଭ୍ୟ କିଶୋର ଚନ୍ଦ୍ର ଭୋଇ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମର ଶୁଭାରମ୍ଭ କରିଥିଲେ । ପୁଣି ଏ ଅଞ୍ଚଳର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ସାଙ୍ଗକୁ ମାସ୍କ ପ୍ରଦାନ କରିଥିଲେ

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜଙ୍ଗଲ ବିଭାଗ ପକ୍ଷରୁ ରୁପ୍ରାରୋଡ ବନପାଳ ବିଶ୍ଵଜିତ ଠାକୁର ,ଅତିରିକ୍ତ ରେଞ୍ଜର ଯୁଧିଷ୍ଠିର ଜାଲ ,ତପନ ବେହେରା ,ଫକିର ବିଶ୍ଵାଳ ,ନିଗମ ସାହୁ ଉପସ୍ଥିତ ଥିବା ବେଳେ ଜଙ୍ଗଲ କମିଟିର ସଭାପତି ଦୁଲ୍ଲଭ ମାହାର , ଏ ଜେ ୱାଇ ସଂସ୍ଥାର ହେମନ୍ତ ସାହୁ ,ବୋରିଙ୍ଗ ପଦର ଜଙ୍ଗଲ ବିଭାଗର ଭି ଏସ ଏସ ଅମିତ ଭୋଇ ,ବିଲାଟ ଗ୍ରାମର ସଦସ୍ୟ ରୁବି ଚନ୍ଦ୍ର ମାଝୀ ,ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ହେମନ୍ତ କୁମାର ଭୋଇ ,ରମେଶ ଚନ୍ଦ୍ର ତ୍ରିପାଠୀ ସମେତ ନର୍ଲା ଗଣମାଧ୍ୟମ ପ୍ରତିନିଧି ଦୀପକ କୁମାର ଠାକୁର ,ତ୍ରିଲୋଚନ ଗଉଡ ,ପ୍ରଦୀପ କୁମାର ଗଉଡ, ସଞ୍ଜିବ ଦାସ,ଅନିଲ କୁମାର ଅଗ୍ରୱାଲ ପ୍ରମୁଖ ୭୨ ତମ ବନମହୋତ୍ସବ ସପ୍ତାହ ପାଳନରେ ଉପସ୍ଥିତ ଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )

Exit mobile version