
ତାଜା ନ୍ୟୁଜ୍ (୩ ଜୁଲାଇ ଶନିବାର) ନୟାଗଡ଼ :- ଜନପ୍ରିୟ ମନ୍ତ୍ରୀ ତଥା ସ୍ନେହୀ ବିଧାୟକ ମାନ୍ୟବର ଅରୁଣ ସାହୁଙ୍କ ବାର୍ତ୍ତା ପଞ୍ଚାୟତର ପ୍ରତି ଲୋକଙ୍କ ନିକଟରେ ପହଁଚିବା ଓ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନୟାଗଡ଼ ଜିଲ୍ଲା ଚମ୍ପତ୍ତିପୁର ପଞ୍ଚାୟତରେ କରୋନା ଭୟାବହତାକୁ ନଜରରେ ରଖି ବିଜୁ ଯୁବ ଜନତା ଦଳ ତରଫରୁ ୫,୦୦୦ରୁ ଉର୍ଦ୍ଧ୍ବ ମାସ୍କ୍ ବଣ୍ଟନ କରା ଯାଇଛି ।
ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଯୁବ ସଭାପତି ଦୁର୍ୟୋଧନ ବେହେରା, ସାମାଜିକ ଗଣମାଧ୍ୟମ ସଂଯୋଜକ ମନୋଜ ନାୟକ ଓ ସରପଞ୍ଚ ରୁବିନ ବେହେରା ଉପସ୍ଥିତ ଥିଲେ ଓ ନିରଞ୍ଜନ ବେହେରା, ପ୍ରକାଶ ଚନ୍ଦ୍ର ଲେଙ୍କା, କାର୍ତ୍ତିକ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। (ରିପୋର୍ଟ -ରାମକୃଷ୍ଣ ରଥ)
