ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପାଳିଲେ ୭୨ ତମ ବନ ମହୋତ୍ସବ

ତାଜା ନ୍ୟୁଜ୍ (୩ ଜୁଲାଇ ଶନିବାରନୟାଗଡ଼ :- ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ, ଜଙ୍ଗଲ ବିଭାଗର ମିଳିତ ଆନୁକୂଲ୍ୟରେ ଏଠାକାର ଅଗ୍ନିଶମ ସେବା କେନ୍ଦ୍ର ପରିସରରେ ବ୍ୟାପକ ବୃକ୍ଷ ରୋପଣ ସହ କୋଭିଡ ଆଇନ ଅନୁଯାୟୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ଜିଲ୍ଲାଜଜ ସମ୍ମାନନୀୟା ରୂପଶ୍ରୀ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନବ ଜୀବନର ସୁରକ୍ଷା ପାଇଁ କିଭଳି ବହୁଳ ଭାବରେ ବୃକ୍ଷ ରୋପଣର ଆବଶ୍ୟକତା ରହିଛି ଏପରିକି ଖାଲି ବୃକ୍ଷ ରୋପଣ କରିଦେଲେ ହେବନାହିଁ ସେମାନଙ୍କର ଯତ୍ନ ନେଇ ବୃକ୍ଷକୁ ବଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ |

ଏହି ଅବସରରେ ମାନବ ସମାଜର ଉପକାରରେ ଆସୁଥିବା ବହୁ ଉପାଦେୟ ବୃକ୍ଷ ମଧ୍ୟ ସମ୍ମାନନୀୟା ଜିଲ୍ଲା ଦୌରାଜାଜ ଶ୍ରୀମତୀ ଚୌଧୁରୀ ରୋପଣ କରିବା ସହ ଅନ୍ୟ ମାନଙ୍କର ବୃକ୍ଷ ରୋପଣ ଜୀବନର ଧେୟ ହେଉ ବୋଲି ପ୍ରବାର୍ତ୍ତାଇଥିଲେ | ଅଗ୍ନିଶମ ସେବା କେନ୍ଦ୍ର ପରିସରରେ କୋଭିଡ ଆଇନ ଅନୁଯାୟୀ ଅନୁଷ୍ଠିତ ଏହି କାର୍ଯକ୍ରମକୁ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାଜଜ, ଏସ.ଡି.ଯେ.ଏମ, ରେଜିଷ୍ଟ୍ରାର, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମସ୍ତ ସଦସ୍ୟ ଉପସ୍ଥିତ ରହି ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଏହାର ବ୍ୟାପକତା ଉପରେ ଜୋର ଦେଇଥିଲେ |

ଏହି ମହାନ କାର୍ଯ୍ୟକ୍ରମକୁ ନୟାଗଡ଼ ଜଙ୍ଗଲ ବିଭାଗର କର୍ମଚାରୀ, ଏସିଏଫଓ, ଅଗ୍ନିଶମ ବାହିନୀର ସମସ୍ତ ଆଗ୍ନିକ,ଏଏଫଓଙ୍କ ସମେତ ଗ୍ରାମ୍ୟ ଆଇନ ସେବକ ଦେବାଶିଷ ପଟ୍ଟନାୟକ, ମାନସ ବଳବନ୍ତରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ କୋଭିଡ ଆଇନ ଅନୁଯାୟୀ ଶାନ୍ତି ଶୃଙ୍ଖଳାର ସହ ଆଗେଇ ନେଇଥିଲେ |  ( ରିପୋର୍ଟ -ରାମକୃଷ୍ଣ ରଥ)

Exit mobile version