ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ଯୁବମୋର୍ଚ୍ଚା 31.3.2020 :- କୋରୋନା ମହାମାରୀ ସମୟରେ ସାରା ଦେଶ ଏବେ ଲଢୁ ଥିବାବେଳେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଆହ୍ୱାନରେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ହରେକୃଷ୍ଣ ଙ୍କ ନିର୍ଦ୍ଦେଶରେ ଜିଲ୍ଲା ପକ୍ଷରୁ ବିଭିନ୍ନ ଅଂଚଳରେ କଟକଣା ସମୟରେ ସହରରେ ଯେଭଳି କୌଣସି ଅସହାୟ ଲୋକ ଖାଦ୍ୟଭାବ ତଥା ଅନ୍ୟ କୌଣସି ଭାବରେ ଅସୁବିଧାର ସମ୍ମୁଖୀନ ନହୁଏ ସେଥିପ୍ରତି ଭାରତୀୟ ଜନତା ପାର୍ଟି ସମସ୍ତ କାର୍ଯ୍ୟକର୍ତା ସାହାର୍ଯ୍ୟର ମନବୃତି ନେଇ ସେମାନଙ୍କୁ ସାହାର୍ଯ୍ୟ କରିବାକୁ ଓହ୍ଲାଇ ଆସିଛନ୍ତି । ଭୁବନେଶ୍ୱର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱରେ ଅଭିଶେକ ଆଚାର୍ଯ୍ୟ, ରଶ୍ମିରଞ୍ଜନ ମୁଦୁଲି, ଦିଲ୍ଲୀପ ବେହେରା, ବସନ୍ତ ରାଉତ, ଶିବାସିଷ ମହାନ୍ତି, ଅଭିଶେକ ପରିଡାଙ୍କ ସମେତ ଯୁବମୋର୍ଚ୍ଚାର ସମସ୍ତ କାର୍ଯ୍ୟକର୍ତା ଭୁବନେଶ୍ୱରର ସମସ୍ତ ଅଂଚଳରେ ଅସହାୟ ବ୍ୟକ୍ତିମାନଙ୍କୁ ଦିନରାତି ରହିବା ଏବଂ ଖାଇବାର ବ୍ୟବସ୍ଥା କରାଇଥିଲେ । ସେମାନଙ୍କୁ ରନ୍ଧା ଖାଦ୍ୟ,ମାସ୍କ, ସାନିଟାଇଜର ସହିତ ନିତ୍ୟ ବ୍ୟବହାର ସାମଗ୍ରୀ ପ୍ରଦାନ କରିଥିଲେ । ଏକାମ୍ର ଭୁବନେଶ୍ୱର ଅଂଚଳରେ ବାବୁ ସିଂଙ୍କ ସଂଯୋଜନରେ ଜିଲ୍ଲା ସଂପାଦିକା ତୃପ୍ତିମୟୀ ମକଦ୍ଦମ, ସୁରେନ୍ଦ୍ର ପ୍ରଧାନ ଏହି କୋରୋନା ମହାମାରୀ ସମୟରେ ସଫେଇ ପ୍ରଦାନ କରୁଥିବା କର୍ମଚାରୀମାନଙ୍କୁ ଜଳପାନ ସହ ଖାଦ୍ୟ ପୁଡିଆ ବନ୍ଟନ କରିବା ସହ ସ୍ୱଚ୍ଛତା ତଥା ସାମାଜିକ ଦୂରତା ଏବଂ ଏହି ମହାମାରୀ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲେ । ସେହିପରି ଶ୍ରୀକୃଷ୍ଣ ମଣ୍ଡଳର ସଂଯୋଜକ ଅଞ୍ଜନ ନାଥ ସାଲିଆ ସାହି ଏବଂ ଭରତପୁର ଅଂଚଳରେ ଥିବା ବସ୍ତିରେ ଲୋକମାନଙ୍କୁ ସଚେତନା କରାଇବା ସହ ଖାଦ୍ୟ ବନ୍ଟନ କରିଥିଲେ । ସେହି ଅଂଚଳର ଶୁଶାନ୍ତ ସାବତ, ମାନସୀ ମଞ୍ଜରୀ ରାୟ, ଅଶୋକ ସେଠୀ, ବିକ୍ରମ ରାଉତ, ସାନ୍ତନୁ ମହାନ୍ତି, ଜ୍ୟୋତି ରଞ୍ଜନ ରାଉତରାୟ, ପରେଶ ପାତ୍ର, ଦିନବନ୍ଧୁ ଦାସ, ପ୍ରତିକ୍ଷା ମହାପାତ୍ର ନିଜେ ହାତରେ ରାନ୍ଧି ନିସହାୟ ଲୋକମାନଙ୍କୁ ସାହାଯ୍ୟ କରିଥିଲେ । ଆଗାମୀ ଦିନରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପକ୍ଷରୁ ଏହିପରି ତମାମ ଦିନରାତି ସେବା ମନୋଭାବ ନେଇ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତା କାମ କରିବେ ବୋଲି ଜିଲ୍ଲା ସେବା ପ୍ରମୁଖ ତଥା ଜିଲ୍ଲା ସଂପାଦକ ଅଚ୍ୟୁତାନନ୍ଦ ରଣଜିତ୍ ପ୍ରକାଶ କରିଛନ୍ତି ।
ଯୁବମୋର୍ଚ୍ଚାର କାର୍ଯ୍ୟକର୍ତା ଅସହାୟ ବ୍ୟକ୍ତିମାନଙ୍କୁ ସାହାର୍ଯ୍ୟ କରିଥିଲେ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ଏମଏମଡ଼ିଆର ଆକ୍ଟ (MMDR ACT)ସଂଶୋଧନ ଆଇନର ପ୍ରତିବାଦରେ ଆପ୍ ଓଡ଼ିଶାର ସମାବେଶ ଏବଂ ମୋଦୀ ସରକାରର ପୁତ୍ତଳିକା ଦାହ
by
Proprietor Abhimanyu Maharana
September 10, 2026
ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି
by
Proprietor Abhimanyu Maharana
September 10, 2026
ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ
by
Proprietor Abhimanyu Maharana
September 10, 2026
ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ
by
Proprietor Abhimanyu Maharana
September 10, 2026
ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର
by
Proprietor Abhimanyu Maharana
September 10, 2026
ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
by
Proprietor Abhimanyu Maharana
September 10, 2026