ଭବାନୀପାଟଣା : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭବାନୀପାଟଣା ଭିଜିଲାନ୍ସ ପବ୍ଲିକ୍ ପ୍ରସିକ୍ୟୁଟର ପିପି ଆଶୁତୋଷ ମିଶ୍ର

ତାଜା ନ୍ୟୁଜ୍ (୩ ଜୁଲାଇ ଶନିବାରଭବାନୀପାଟଣା :- ମହୁଲପାଟଣା ଫାଣ୍ଡିର ପୂର୍ବତନ ଏଏସଆଇ ମଳୟ ରଣାଙ୍କ ଭିଜିଲାନ୍ସ କେସ୍‌ର ରଫାଦଫା କରିବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍ ହାତରେ ସେ ଧରାପଡ଼ିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଆଶୁତୋଷ ମିଶ୍ର ଶ୍ରୀ ରଣାଙ୍କ ଠାରୁ ୩ ଲକ୍ଷ ଟଙ୍କା ଦାବି କରିଥିଲେ ।

ତେବେ ଆଜି ସେ ତାଙ୍କ ଟିଭି ସେଣ୍ଟର ପଡ଼ା ବାସଗୃହରେ ଲକ୍ଷେ ଟଙ୍କା ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ଭିଜିଲାନ୍ସ ଟିମ୍ ଟଙ୍କା ଜବତ କରିବା ସହିତ ପିପି ଆଶୁତୋଷ ମିଶ୍ରଙ୍କ ଭବାନୀପାଟଣା ଭିଜିଲାନ୍ସ ଅଫିସରେ ଅଟକ ରଖି ପଚରାଉଚରା କରୁଛି ।

Exit mobile version