ଇଣ୍ଡସ୍‌ଇଣ୍ଡ୍‌ର ବ୍ୟାପକ ଡିଜିଟାଲ୍ ଋଣ ପ୍ଲାଟ୍‌ଫର୍ମ “ଇଣ୍ଡସ୍‌ଇଜି କ୍ରେଡିଟ୍‌’

ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର )ଭୁବନେଶ୍ୱର :-  ଡିଜିଟାଲ୍‌କୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଥିବା ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ଗ୍ରାହକ ମାନଙ୍କ ପାଇଁ ବ୍ୟାଙ୍କିଙ୍ଗ୍ ଅନୁଭୂତିରେ ଉନ୍ନତି ଆଣିବା ଲାଗି ପ୍ରଥମ ଧରଣର ଡିଜିଟାଲ୍ ଋଣ ପ୍ଲାଟ୍‌ଫର୍ମ ଇଣ୍ଡସ୍‌ଇଜିକ୍ରେଡିଟ୍‌କୁ ଉନ୍ମୋଚନ କରାଯାଇଛି । ଭାରତର ଜନ ଡିଜିଟାଲ୍ ଭିତ୍ତିଭୂମି ଇଣ୍ଡିଆଷ୍ଟାକ୍‌ର ଶକ୍ତିକୁ ବ୍ୟବହାର କରି ଏହି ପ୍ଲାଟ୍‌ଫର୍ମରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଡିଜିଟାଲ୍ ପ୍ରକ୍ରିୟାରେ ଋଣ ପ୍ରଦାନ କରାଯାଉଛି । ଏଥିରେ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କର ଗ୍ରାହକ ଓ ବ୍ୟାଙ୍କର ଗ୍ରାହକ ନଥିବା ଲୋକମାନେ ମଧ୍ୟ ବ୍ୟକ୍ତିଗତ ଋଣ ଓ କ୍ରେଡିଟ୍ କାର୍ଡ ଲାଗି କାଗଜ ବିହୀନ ଭାବେ ଆବେଦନ କରିପାରିବେ । କେବଳ ଅଣ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ଗ୍ରାହକଙ୍କ ଲାଗି କେୱାଇସି ଦରକାର ପଡ଼ିବ ଯାହା ଭିଡିଓ ଜରିଆରେ ସମ୍ପାଦିତ ହେବ ଫଳରେ ଲୋକମାନେ ଘରେ ସୁରକ୍ଷିତ ଓ ଆରାମରେ ରହି ସୁବିଧାରେ ଏହି ପ୍ରକ୍ରିୟା ଶେଷ କରିପାରିବେ । ବର୍ତମାନ ଗ୍ରାହକମାନେ ବ୍ୟାଙ୍କର ୱେବ୍‌ସାଇଟ୍‌ରେ ଇଣ୍ଡ୍‌ସ୍‌ଇଜିକ୍ରେଡିଟ୍ ପାଇଁ ଆବେଦନ କରିପାରିବେ ।

ଇଣ୍ଡସ୍‌ମୋବାଇଲ୍‌ରେ ଖୁବ୍‌ଶୀଘ୍ର ଏହି ସୁବିଧା ଉପଲବ୍ଧ ହେବ । ଗ୍ରାହକମାନେ ତତ୍କାଳ ବ୍ୟକ୍ତିଗତ ଋଣ ପାଇବା ଲାଗି ପ୍ରଥମେ କେୱାଇସି ଦାଖଲ କରି ନିଜର ଯୋଗ୍ୟତା ଜାଣିବାକୁ ହେବ । କେବଳ ବ୍ୟାଙ୍କର ଗ୍ରାହକ ନଥିବା ଲୋକମାନଙ୍କୁ ଏହି ପ୍ରକ୍ର୍ରିୟା ଦେଇ ଗତି କରିବାକୁ ପଡ଼ିବ । ଋଣରେ କେତେ ଟଙ୍କା ଦରକାର ତାହା ଚୟନ କରନ୍ତୁ ଓ ସ୍ୱୟଂକ୍ରିୟ ସୁଧ ହାର, ପ୍ରୋସେସିଂ ଫି’ ଓ ଇଏମ୍‌ଆଇ ରାଶି ଚୟନ କରନ୍ତୁ । ଏହା ପରେ ବ୍ୟାଙ୍କର ଗ୍ରାହକ ନଥିବା ଲୋକମାନଙ୍କୁ ଭିଡିଓ କେୱାଇସି କାର୍ଯ୍ୟ ସମ୍ପାଦିତ କରିବାକୁ ପଡ଼ିବ । ଡିଜିଟାଲ୍ ଋଣ ଚୁକ୍ତି ସ୍ୱାକ୍ଷର କରିବା ପରେ ଋଣ ବାବଦ ରାଶି ଗ୍ରାହକଙ୍କ ଖାତାରେ ଡିଜିଡାଲ୍ ମାଧ୍ୟମରେ ଜମା ହେବ । ସେହିପରି କ୍ରେଡିଟ୍ କାର୍ଡ ଲାଗି ଆବେଦନ କରିବାକୁ ହେଲେ ବ୍ୟାଙ୍କର ଗ୍ରାହକ ନଥିବା ଲୋକମାନଙ୍କୁ କିଛି ବିବରଣୀ ଦେଇ ଇ-କେୱାଇସି ପ୍ରକ୍ରିୟା ସମ୍ପାଦିତ କରିବାକୁ ହେବ । ଏହା ପରେ ପ୍ରାକ୍‌-ମଂଜୁର ଅଫର୍‌ ଚୟନ କରିବାକୁ ପଡ଼ିବ । ଏହା ପରେ ପସନ୍ଦର କ୍ରେଡିଟ୍ କାର୍ଡ ଉତ୍ପାଦକୁ ଚୟନ କରବାକୁ ପଡ଼ିବ । ଅଣ ଇଣ୍ଡସ୍‌ଇଣ୍ଡ୍ ଗ୍ରାହକଙ୍କୁ ଭିଡିଓ କେୱାଇସି କାର୍ଯ୍ୟ ସମ୍ପାଦିତ କରିବାକୁ ପଡ଼ିବ । ଏହା ପରେ ଗ୍ରାହକଙ୍କ ନିକଟକୁ କ୍ରେଡିଟ୍ କାର୍ଡ ପଠାଇ ଦିଆଯିବ ।

Exit mobile version