ଏସ୍‌ବିଆଇ କର୍ମଚାରୀଙ୍କ ପକ୍ଷରୁ ପିଏମ୍‌ କେୟାର୍ସ ଫଣ୍ଡ୍‌କୁ ୬୨.୬୨ କୋଟି ଟଙ୍କାର ସହାୟତା ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର )ଭୁବନେଶ୍ୱର :-  କୋଭିଡ୍‌-୧୯ ମହାମାରୀ ବିରୋଧ ଲଢ଼େଇ ପ୍ରତି ସହଯୋଗିତା ଜାରି ରଖି ଭାରତର ସର୍ବବୃହତ୍ ଋଣ ପ୍ରଦାନକାରୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍‌ବିଆଇ)ର ୨.୫୦ ଲକ୍ଷ କର୍ମଚାରୀ ଏସ୍‌ବିଆଇର ୬୬ତମ ପ୍ରତିଷ୍ଠା ଦିବସ ଅବସରରେ ପିଏମ୍ କେୟାର୍ସ ଫଣ୍ଡ୍‌କୁ ୬୨.୬୨ କୋଟି ଟଙ୍କାର ଦାନ କରିଛନ୍ତି । ଦ୍ୱିତୀୟ ଥର ଲାଗି ଷ୍ଟେଟ୍ ବ୍ୟାଙ୍କର କର୍ମଚାରୀମାନେ ପିଏମ୍ କେୟାର୍ସ ଫଣ୍ଡ୍‌କୁ ସହାୟତା ପ୍ରଦାନ କରିଛନ୍ତି । ଗତବର୍ଷ ମଧ୍ୟ ସେମାନେ ସମାନ କାରଣ ପାଇଁ ବଡ଼ ଧରଣର ପାଣ୍ଠି ଦାନ କରିଥିଲେ । ଏ ସମ୍ପର୍କରେ ଶ୍ରୀଯୁକ୍ତ ଦୀନେଶ ଖାରା, ଅଧ୍ୟକ୍ଷ, ଏସ୍‌ବିଆଇ କହିଛନ୍ତି ଯେ,

“ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପାଇଁ ଏହା ଗର୍ବର ବିଷୟଯେ ଏହାର କର୍ମଚାରୀମାନେ ସମ୍ପୂର୍ଣ ମହାମାରୀ ସମୟରେ ନିଜ ଠାରୁ ସେବାକୁ ଆଗରେ ରଖି ବାସ୍ତବ ଭାବ ନେଇ ଆମର ଗ୍ରାହକମାନଙ୍କୁ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରିଛନ୍ତି । ପୁନଶ୍ଚ, ସେମାନେ ସ୍ୱେଚ୍ଛାକୃତ ଭାବେ ଏଭଳି ଏକ ସମୟରେ ପିଏମ୍‌ କେୟାର୍ସ ଫଣ୍ଡ୍‌କୁ ସହଯୋଗିତା ପ୍ରଦାନ କରିବା ଲାଗି ଆଗେଇ ଆସିଛନ୍ତି ଯେତେବେଳେ ମହାମାରୀର ମୁକାବିଲା ଲାଗି ଦେଶର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ସରକାର ସୁଦୃଢ଼ କରିବାକୁ ଚାହୁଁଛନ୍ତି ।’’ ସେ କହିଛନ୍ତି ଯେ ଏକ ଦାୟିତ୍ୱବାନ କର୍ପୋରେଟ୍ ନାଗରିକ ଭାବେ ଏସ୍‌ବିଆଇ ପକ୍ଷରୁ ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା ଲାଗି ସରକାର ଗ୍ରହଣ କରୁଥିବା ସମସ୍ତ ପଦକ୍ଷେପ ପାଇଁ ସହଯୋଗ ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛି

Exit mobile version