ହୋଣ୍ଡା ୨ ହ୍ୱିଲର୍ସ ଇଣ୍ଡିଆ ପକ୍ଷରୁ ଜୁନ୍‌ରେ ୨୩୪,୦୨୯ ୟୁନିଟ୍ ବିକ୍ରି

ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର )ଭୁବନେଶ୍ୱର :- ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍ କଟକଣା କୋହଳ ହେବା ସହ ଡିଲର୍‌ସିପ୍ ନେଟ୍‌ୱର୍କ ପର୍ଯ୍ୟାୟ କ୍ରମେ ଖୋଲୁ ଥିବାରୁ ଜୁନ୍ ମାସରେ ହୋଣ୍ଡା ମୋଟର୍‌ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍ (ଏଚ୍‌ଏମ୍‌ଏସ୍‌ଆଇ)ର ଦୁଇ ଚକିଆ ଯାନ ଚାହିଦା ରେ ବୃଦ୍ଧି ଘଟିଛି । ଦ୍ୱିତୀୟ ଲହର ପରେ ଅର୍ଥନୈତିକ ସୁଧାରକୁ ଆଗକୁ ବଢ଼ାଇ ଜୁନ୍ ମାସରେ ହୋଣ୍ଡାର ମୋଟ୍ ଗାଡ଼ି ଡେସ୍‌ପାଚ୍ ୧୧% ବୃଦ୍ଧି ପାଇ ୨୩୪,୦୨୯ ୟୁନିଟ୍ ହୋଇଛି । ସେଥିରୁ ୨୧୨,୪୪୬ ୟୁନିଟ୍ ଦେଶ ଭିତରେ ବିକ୍ରି କରାଯାଇଥିବା ବେଳେ ୨୧,୫୮୩ ୟୁନିଟ୍ ରପ୍ତାନି କରାଯାଇଛି ।

୨୦୨୦ ଜୁନ୍‌ରେ କଂପାନି ୨୧୦,୮୭୯ ୟୁନିଟ୍ ଡେସ୍‌ପାଚ୍ କରିଥିଲା । ସେଥିରେ ଦେଶ ଭିତର ବିକ୍ରି ୨୦୨, ୮୩୭ ୟୁନିଟ୍ ଥିବା ବେଳେ ରପ୍ତାନି ୮୦୪୨ ୟୁନିଟ୍ ରହିଛି । ଦୁଇ ଚକିଆ ଗାଡ଼ି ଚାହିଦାରେ ହୋଇଥିବା ବୃଦ୍ଧି ସଂକ୍ରାନ୍ତରେ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ନିର୍ଦ୍ଦେଶକ-ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟର୍‌ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ କହିଛନ୍ତି ଯେ, “ଏଚ୍‌ଏମ୍‌ଏସଆଇର ପ୍ରାୟ ୯୫% ଡିଲର୍‌ସିପ୍ ପୁନର୍ବାର ବ୍ୟବସାୟ ଆରମ୍ଭ କରିଥିବା ବେଳେ ଆମେ ଆମର ସମସ୍ତ ଚାରିଟି କାରକାନାର ପରିଚାଳନାରେ ପର୍ଯ୍ୟାୟକ୍ରମେ ବୃଦ୍ଧି କରୁଛୁ ।

୨୦୨୧ ଜୁନ୍‌ରେ ମୋଟ୍‌ ଉପରେ ଦୁଇ ଚକିଆ ବିକ୍ରି ପ୍ରଦର୍ଶନ ବଜାର ମନସ୍ତତ୍ୱକୁ ଦୃଢ଼ କରିଛି କାରଣ ଅଧିକ ଗ୍ରାହକ ଡିଲର୍‌ସିପ୍ ପରିଦର୍ଶନ କରି ଏବଂ ଅନ୍‌ଲାଇନ୍‌ରେ ଗାଡ଼ି ବିଷୟରେ ଅନୁସନ୍ଧାନ କରୁଛନ୍ତି ।’’ ଜୁନ୍ ମାସଟି ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ପାଇଁ ଘଟଣା ବହୁଳ ଥିଲା । ଏହି ମାସରେ କଂପାନି ତରଫରୁ ୨୦୨୧ ଗୋଲ୍ଡ ୱିଙ୍ଗ୍ ଟୁର୍‌କୁ ଉନ୍ମୋଚନ କରାଯାଇଥିଲା । ୨୪ ଘଣ୍ଟା ଭିତରେ ଏହାରସମସ୍ତ ବୁକିଂ ଶେଷ ହୋଇଥିଲା । ଏହା ବ୍ୟତୀତ କଂପାନି ଏହାର ପ୍ରିମିୟମ୍ ଡିଲର୍‌ସିପ୍ ନେଟ୍‌ୱର୍କକୁ ଦିଲ୍ଲୀ, କୋଲ୍‌କାତା, ଡେରାଡୁନ୍‌, ପଟିଆଲା ଏବଂ ମୁମ୍ବାଇରେ ସମ୍ପ୍ରସାରିତ କରିଛି । ସଡ଼କ ସୁରକ୍ଷା ସଚେତନତା ଅଭିଯାନକୁ ଏହି ମାସରେ ବ୍ୟାପକ କରାଯାଇଛି । ଏହା ବ୍ୟତୀତ ହରିୟାଣା ଓ ରାଜସ୍ଥାନରେ କୋଭିଡ୍ ସଙ୍ଗରୋଧ  କେନ୍ଦ୍ର ସ୍ଥାପନ କରାଯାଇଛି । ମୋଟୋ ଜିପିରେ ମଧ୍ୟ କଂପାନି ସଫଳତା ହାସଲ କରିଛି ।

Exit mobile version