ବଂଶଧାରା ଟ୍ରିବ୍ୟୁନାଲ ଓଡିଶା ବିରୋଧରେ ଯିବା ପରେ ପ୍ରଭାବିତ ଅଞ୍ଚଳକୁ ରାଜ୍ୟ ବିଜେପିର ଉଚ୍ଚ ସ୍ତରୀୟ ଟିମର ଗ୍ରସ୍ତ

ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର )ପାରଳାଖେମୁଣ୍ଡି :-  ବଂଶଧାରା ଟ୍ରିବ୍ୟୁନାଲ ଗତ ୨୧ ତାରିଖ’ରେ ଓଡିଶା ବିପକ୍ଷରେ ଯିବା ପରେ ଆଜି ପାରଳାଖେମୁଣ୍ଡି ବିଧାୟକ ତଥା ଗଜପତି ଜିଲ୍ଲା ବିଜେପି ସଭାପତି କେ. ନାରାୟଣ ରାଓ ଙ୍କ ନେତୃତ୍ୱରେ କ୍ଷତିଗ୍ରସ୍ତ ଅଞ୍ଚଳକୁ ରାଜ୍ଯ ବିଜେପି’ର ଏକ ଉଚ୍ଚସ୍ତରୀୟ କମିଟି’ର କ୍ଷେତ୍ର ପରିଦର୍ଶନ ପାଇଁ ଗସ୍ତ କରିଥିଲେ । ଏହି ଉଚ୍ଚସ୍ତରୀୟ କମିଟି’ରେ ବିଜେପି ରାଜ୍ଯ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ଓ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ ଜୟରାମ ପାଙ୍ଗି’ଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ନେତା ସାମିଲ ଥିଲେ । ଗଜପତି ଓ ରାୟଗଡା ଅଞ୍ଚଳର କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଥିଲେ ପ୍ରତିନିଧି ଦଳ। ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ସାରା , ବାଡ଼ିଗାଁ ଓ ପାଲସିଙ୍ଗ ଗାଁ ରେ ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ସହ ଆଲୋଚନା କରିଥିଲେ ବିଜେପି ର ଏହି ଟିମ୍ । ଏ ସମ୍ପର୍କରେ ବିଜେପି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ , ଘଟଣାସ୍ଥଳ ବୁଲି ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯେ , ଆନ୍ଧ୍ର ସରକାର ତାଙ୍କର ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଭିତ୍ତିପ୍ରସ୍ଥର ସ୍ଥାପନ ପାଇଁ ଆୟୋଜନ ମଧ୍ୟ କରିଛନ୍ତି । ହେଲେ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଗୋଇନ୍ଦା ବିଭାଗ ପକ୍ଷରୁ କୋଣସି ଖବର ନାହିଁ । ଆନ୍ଧ୍ର ସରକାର ଏକ ପାଖିଆ ଭାବେ ନିର୍ମାଣ କାର୍ଯ୍ୟ କରିଚାଲିଛି । ଏସବୁ ରାଜ୍ୟ ସରକାର’ଙ୍କ ଅପାରଗତା ଓ ନିଷ୍କ୍ରିୟୟତା ଯୋଗୁଁ ଏ ଅଞ୍ଚଳ’ର ଦୁଇ ହଜାର’ରୁ ଅଧିକ ଜମି ପ୍ରଭାବିତ ହେବ । ଏହା ଯୋଗୁଁ ଏ ଅଞ୍ଚଳ’ର ଚାଷୀ , ମୂଲିଆ , ଖଟିଖିଆ ଓ ଆଦିବାସୀ ମାନେ ସମ୍ପୂର୍ଣ୍ଣ ଭାବେ ବାସହରା , ଦିଗହରା ଓ ଅର୍ଥହରା ହେବା ସହ ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡିବ ବୋଲି କହିଥିଲେ ଏ ସମ୍ପର୍କରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ ଜୟରାମ ପାଙ୍ଗି କହିଛନ୍ତି ଯେ , ଏଥିପାଇଁ ଆମେ ରାଜ୍ୟ ସରକାର’ଙ୍କୁ ହିଁ ଦୋଷ ଦେବୁ । ରାୟଗଡ ଜିଲ୍ଲାର ଗୁଡାରି ଗ୍ରାମରେ ଆମେ ଯଦି ପୂର୍ବରୁ ପ୍ରସ୍ତାବିତ ପାନୀଡ଼ଙ୍ଗର ପ୍ରକଳ୍ପ ନିର୍ମାଣ କରିଥାନ୍ତୁ , ତା’ହେଲେ ଆଜି ଆନ୍ଧ୍ର ସରକାର ଏଭଳି ବ୍ୟାରେଜ ନିର୍ମାଣ’ର ପଦକ୍ଷେପ ନେଇ ନ ଥାନ୍ତା । 

ଏହା କେବଳ ଓଡିଶା ସରକାର’ଙ୍କ ଅବହେଳା ଯୋଗୁଁ ସମ୍ଭବ ହୋଇଛି । ଏ ଅଞ୍ଚଳ’ର ପାଣିଡ଼ଙ୍ଗର ଠାରେ । ବହୁ ବର୍ଷ ପୂର୍ବେ ଜଳସେଚନ ପ୍ରକଳ୍ପ ପାଇଁ ଶିଳାନ୍ୟାଶ ଦିଆ ହୋଇଥିଲା । କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ହେଲା ନାହିଁ । ତାହା ହୋଇଥିଲେ ରାୟଗଡା ଜିଲ୍ଲାର ଗୁଡାରି , ପଦ୍ମପୁର ଓ ରାମନାଗୁଡା ବ୍ଲକ ସମେତ ଗଜପତି ଜିଲ୍ଲାର କାଶୀନଗର ବ୍ଲକ ପର୍ଯ୍ୟନ୍ତ ଲୋକଙ୍କ ହଜାର ହଜାର ଏକର ଜମିଳୁ ପାଣି ମାଡ଼ିଥାନ୍ତା । ଓଡିଶା ସରକାର ଏହା ନ କରିବାର ସୁଯୋଗ ନେଇ ଆନ୍ଧ୍ର ସରକାର ସମ୍ପୃକ୍ତ ଅଞ୍ଚଳ’ରେ ବ୍ୟାରେଜ ନିର୍ମାଣ କରିବାର ସାହାସ କରିଛି । ଆନ୍ଧ୍ର ସରକାରଙ୍କ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଗଜପତି ଜିଲ୍ଲା ସାରା , ବାଡ଼ିଗାଁ ଓ ପାଲସିଙ୍ଗ ଗ୍ରାମର ୨ ହଜାର’ରୁ ଅଧିକ ଏକର ଜମି ପ୍ରଭାବିତ ହେବ ବୋଲି କହିଥିଲେ । ସେହିଭଳି ଜଣେ ପ୍ରଭାବିତ ଅଞ୍ଚଳବାସୀ ଅଭିଯୋଗରେ କହିଛନ୍ତି ଯେ ଆନ୍ଧ୍ର ସରକାର ସମ୍ପୃକ୍ତ ଅଂଚଳ’ରେ ବ୍ୟାରେଜ ନିର୍ମାଣ କଲେ ଆମର ବହୁ କ୍ଷତି ହେବ , ତେଣୁ ଆମେ ତାହା ଆନ୍ଧ୍ର’କୁ କରାଇଦେବୁନୁ ।ଓଡିଶା ସରକାର’ଙ୍କ ଅବହେଳା ଓ ନିଷ୍କ୍ରିୟୟତା ଯୋଗୁଁ ଆଜି ଆମର ଏହି ଦୁର୍ଦ୍ଦିନ ଦଶା ଭୋଗ କରିବାକୁ ପଡୁଛି । ଆନ୍ଧ୍ର’ର ଏହା ହେଲେ ସାରା ଗ୍ରାମର ୩୦୦ , ବାଡ଼ିଗାଁ ଗ୍ରାମର ୪୦ ଓ ପାଳସୀଙ୍ଗ ଗ୍ରାମ’ର ୭୬୦ ଘର ପରିବାର ସମେତ ୪୦୦ ଏକର ଜମି ପ୍ରଭାବିତ ହେବ । ଆମ ସୀମା ଅଚଳ’କୁ ଆନ୍ଧ୍ର ଆସି ଯେତେବେଳେ ପ୍ରକଳ୍ପ ନିର୍ମାଣ ପାଇଁ ଆସିବ , ଆମେ ତାହା କରାଇ ଦେବୁଣି , ଆମେ ସମ୍ପୃକ୍ତ ଅଞ୍ଚଳ’ରେ ଧାରଣାରେ ବସିବୁ ବୋଲି କହିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ କାଶୀନଗର ବ୍ଲକ ଅଧ୍ୟକ୍ଷ ଚି. ଏଚ୍ ସୀମାଦ୍ରି, ପୁର୍ବତନ ନଗରପାଳ ତଥା ବରିଷ୍ଟ ବିଜେପି ନେତା ନୃସିଂହ ଚରଣ ପଟନାୟକ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ସିଦ୍ଧେଶ୍ୱର ମିଶ୍ର, ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଜେନା, ରାଜ୍ୟ ଯୁବମୋର୍ଚ୍ଚା ସଦସ୍ୟ ପିନିଣ୍ଟି କ୍ରାନ୍ତି, ପିନିଣ୍ଟି କିରଣ, ମହିଳା ନେତ୍ରୀ ପି. ଲତା, କୃଷକମୋର୍ଚ୍ଚାଜିଲ୍ଲା ସଭାପତି ପ୍ରଶାନ୍ତ ପାଳ ଓ କାଶୀନଗର ତଥା ଗୁଣୁପୁର ର ବରିଷ୍ଟ ବିଜେପି ନେତା ମାନେ ଉପସ୍ଥିତ ରହି ସାରା, ବାଦି ଗାଁ , ପାଲସିଂ ଇତ୍ୟାଦି ଗାଁ ଲୋକଙ୍କ ସହ ଆଲୋଚନା କରିବା ସହ ଆଗମୀ ଦିନରେ ସେମାନଙ୍କ ସମସ୍ୟା ରାଜ୍ୟସ୍ତରର ନେତୃତ୍ଵ ଙ୍କ ସହ ଆଲୋଚନା କରି ରଣନୀତି ପ୍ରସ୍ତୁତ କରାଯିବ ବୋଲି ବିଜେପି ଟିମ୍ କହିଛନ୍ତି ।, ଗଜପତି ଜିଲ୍ଲା କାଶୀନଗର ବଂଶଧାରା ନଦୀର ଉପକୂଳ ଗାଁ ବୁଲିବା ପରେ ବିଜେପି ର ଏହି ଟିମ୍ ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଭିମୁଖେ ଗସ୍ତ କରିଥିଲେ।(ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version