କୋରାଇ ଶିକ୍ଷାମଣ୍ଡଳ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର )କୋରାଇ :- କୋରାଇ ଶିକ୍ଷାମଣ୍ଡଳ ଅଧିକାରୀ ଜଗବନ୍ଧୁ ଶତପଥିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।   ଶିକ୍ଷା ମଣ୍ଡଳ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା ବିଆରସି ରସାଇ ମୁଣ୍ଡୁରୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବେଳେ ସହକାରୀ ମଣ୍ଡଳ ଅଧିକାରୀ ଅଶୋକକୁମାର ରାୟ, ରାଧା ମୋହନ ମୁଣ୍ଡା, ବରିଷ୍ଠ କିରାଣୀ ବିଷ୍ଣୁପ୍ରସାଦ ଦାସ, ଏମାଇ ଦୀପ୍ତିମୟୀ ଜେନା ପ୍ରମୁଖ ବିଦାୟୀ ମଣ୍ଡଳ ଅଧିକାରୀ ଶ୍ରୀ ଶତପଥୀଙ୍କ କାର୍ଯ୍ୟାବଳୀ ସମ୍ପର୍କରେ ବତବ୍ୟକ୍ତ କରିଥିଲେ । ସିଆସିସି ଚିତରଞ୍ଜନ ନନ୍ଦ, ପ୍ରଫୁଲ କୁମାର ନାଥ, ପ୍ରଫୁଲକୁମାର ରାଉତ, ମମତା ପୃଷ୍ଟି, ଅଭୟ ସ୍ୱାଇଁ, ହରେକୃଷ୍ଣ ସ୍ୱାଇଁ, ସୁରେଶ ପଣ୍ଡା, ସୁଭ୍ରାଂଶୂୁ ନାୟକ, ବସନ୍ତକୁମାର ପାତ୍ର, ଅଚ୍ୟୁତାନନ୍ଦ ଦାସ, ପ୍ରଶାନ୍ତକୁମାର ବେହେରା,

ରାମଚନ୍ଦ୍ର ସାହୁ, ବିଳାସକୁମାର ଖଟୁଆ ପ୍ରମୁଖ ଯୋଗଦେଇ ଅଧିକାରୀ ଶ୍ରୀ ଶତପଥି ଜଣେ ଦକ୍ଷ ପ୍ରଶାସକ ଓ କର୍ମନିଷ୍ଠା ଅଧିକାରୀ ବୋଲି ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ । ଏହି ଅବସରରେ ବିଦାୟୀ ଅଧିକାରୀ ଶ୍ରୀ ଶତପଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଦାୟୀ ଶତପଥୀଙ୍କର କୋରାଇରୁ ସାଲେପୁର ଶିକ୍ଷାମଣ୍ଡଳକୁ ବଦଳୀ ହୋଇଥିଲା ବେଳେ ତାଙ୍କ ସ୍ଥାନରେ କାହାରିକୁ ଦିଆଯାଇନଥିବାରୁ ବିଆରସି ଶ୍ରୀ ମୁଣ୍ଡରୀଙ୍କୁ ସେ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହିଅବସରରେ ପ୍ରାଥମିକ ଶିକ୍ଷକ ସଂଘ ଓ ବିଜ୍ଞାନ ଶିକ୍ଷକ ସଂଘ ପକ୍ଷରୁ ମଧ୍ୟ ଶିକ୍ଷାଅଧିକାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷର ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲକୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।     ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )

Exit mobile version