ଗାଁରେ ଝାଡ଼ଖଣ୍ଡ ଦନ୍ତାର ଉତ୍ପାତ : ଭାଙ୍ଗିଦେଲା ଚାଳ ଛପର ଘର ଓ ସ୍କୁଲ ପାଚେରୀ, ଭୟରେ ଗ୍ରାମବାସୀ

ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର )ନୀଳଗିରି :-  ପୁଣି ନୀଳଗିରିକୁ ପ୍ରବେଶ କଲା ଝାଡଖଣ୍ଡ ଦନ୍ତା । ଏହି ଦନ୍ତା ବିଭିନ୍ନ ଅଂଚଳରେ ଉପଦ୍ରବ କରିଛି । ମୟୁରଭଞ୍ଜର ଜିଲ୍ଲା ଭୀମଦା ଅଂଚଳରେ ଆତଙ୍କ ଖେଳାଇବା ପରେ ବୁଧବାର ସନ୍ଧ୍ୟାରେ ନୀଳଗିରି ଅଞ୍ଚଳକୁ ପଶି ଆସିଥିଲା । ସେହିଦିନ ରାତିରେ କାଂଶ ସ୍କୁଲ ପାଚେରୀ ଭାଙ୍ଗିବା ସହ ନିମ୍ବପାଳ ଗାଁରେ ଚାଳ ଛପର ଭାଙ୍ଗିଥିଲା । ପୁଣି ମହିସାପଟା ଗାଁକୁ ଗତକାଲି ରାତିରେ ପ୍ରବେଶ କରି ଶାଲବଣି ଅଂଚଳ ରେ ଆତଙ୍କ ଖେଳାଇବା ସହ ଘର ଭାଙ୍ଗୁଥିବା ଅଭିଯୋଗ ହୋଇଛି ।

ଏପରିକି ଦୋକାନ ଘର ଭାଙ୍ଗି ବିସ୍କୁଟ ଓ ପାଉଁରୁଟି, କୁରୁକୁରି ପ୍ୟାକେଟ ଓ ଅନ୍ୟାନ୍ୟ ସାମଗ୍ରୀ ଖାଉଥିବା ଦେଖାଯାଇଛି । ନୀଳଗିରି ରେଞ୍ଜର ମନୁୱର ଖାଁ ନିଜ ବନ ବିଭାଗ ଟିମ ସହ ରାତିସାରା ହାତୀକୁ ଜଗି ରହିଥିବା ବେଳେ ଆଜି ସକାଳେ ହାତୀଟି ଗୋପାଳପୁର ଜଙ୍ଗଲ ମୁହାଁ ହେଉଥିବା ଜଣାପଡିଛି । ଦନ୍ତା ଭୟରେ ଗ୍ରାମବାସୀ ମାନେ ଘଉଡିବାକୁ ଦାବି ହୋଇଛି ।  (ରିପୋର୍ଟ – ଦୀପ୍ତିମାନ ପତି )

Exit mobile version