ବନମହୋତ୍ସବ ସପ୍ତାହର ଦ୍ଵିତୀୟ ଦିନରେ କୁରାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ – ଓଡ଼ଗାଁ

ଓଡ଼ିଶା ତାଜା ନ୍ୟୁଜ୍ ( ୦୨ ଜୁଲାଇ , ଶୁକ୍ରବାର ) ଓଡ଼ଗାଁ :- ପରିବେଶ କୁ ସବୁଜ ସୁନ୍ଦର କରି ଗଢ଼ିବା ନିମନ୍ତେ ସାରା ବିଶ୍ବରେ ଚଳିତ ସପ୍ତାହ ବନ ମହୋତ୍ସବ ସପ୍ତାହ ରୂପେ ପାଳନ କରାଯାଉଥିବା ବେଳେ ଆଜି ହେଉଛି ଦ୍ଵିତୀୟ ଦିବସ । ଏ ଅବସରରେ ମହାନ୍ ବିପ୍ଳବୀ ତଥା ଭାରତ ସ୍ବାଧୀନତାର ଯଶଶ୍ୱୀ ଯୋଗୀ ଶ୍ରୀ ଅରବିନ୍ଦ ଙ୍କ ପବିତ୍ର ୧୫୦ ତମ ଜନ୍ମତିଥି ତଥା ସୁନାମଧନ୍ୟ ପରିବେଶବିତ୍ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ସ୍ମୃତି ଉପଲକ୍ଷେ ଆଜି କୁରାଳ ଦଣ୍ଡୋର୍ ମଧ୍ୟବର୍ତ୍ତି ରାସ୍ତା ପାର୍ଶ୍ବ ଖଳିପଡିଆ ଠାରେ ଆରୋମୀରା ଟ୍ରଷ୍ଟ,କୁରାଳ୍ ଓ ପରିବେଶ ସାଥି ଅନୁଷ୍ଠାନ, କୁରାଳ ତରଫରୁ ଧୂପ,ପୁଷ୍ପ ଅର୍ପଣ ପୂର୍ବକ ଗୋଟିଏ ବର ଓ ଅଶ୍ଵତଥ୍ ବୃକ୍ଷ ରୋପଣ କରାଯାଇଛି ।

ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ପରିବେଶବିତ, ଗବେଷକ ଡ ଅଧିବାସ ପଣ୍ଡା ଶ୍ରୀ ଅରବିନ୍ଦଙ୍କ ଉଦ୍ଦେଶ୍ୟରେ ଵର ଵୃକ୍ଷ ରୋପଣ କରିଥିବା ବେଳେ କବି,ଲେଖକ ,ମାନବବାଦୀ ,ପରିବେଶ ସାଥି ତଥା ସମ୍ଭବ ଓ ରାଧାମୋହନ ପ୍ରେମୀ ଶାନ୍ତନୁ ବିଶୋଇ ପଦ୍ମଶ୍ରୀ ପ୍ରଫେସର୍ ରାଧାମୋହନ ଙ୍କ ଉଦ୍ଦେଶ୍ୟରେ ଦଣ୍ଡୋର ଗ୍ରାମ ବାସୀଙ୍କ ତରଫରୁ ଅଶ୍ଵତ୍ଥ ବୃକ୍ଷ ଟିକୁ ରୋପଣ କରିଥିଲେ ।  ଡ ପଣ୍ଡା ପରିବେଶ ସୁରକ୍ଷା ସହ ଶ୍ରୀ ଅରବିନ୍ଦ ଓ ପ୍ରଫେସର୍ ରାଧାମୋହନଙ୍କ ସ୍ମୃତି ଚାରଣ କରିଥିଲେ । ଅନ୍ୟତମ ଅତିଥି ରୂପେ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ ଅବନୀକାନ୍ତ ପାତ୍ର ଏବଂ ଜୀବନ ବୀମା ନିଗମର ବରିଷ୍ଠ କର୍ମୀ ପ୍ରଦୀପ୍ତ କୁମାର ସିଂ ସାମନ୍ତ,କାହ୍ନୁ ଭାଇ, ଉପସ୍ଥିତ ରହି ଉତ୍ସାହିତ କରିଥିଲେ ।

ମାଟି ମା ନମସ୍ତୁ ତେ ବୃକ୍ଷ ଦେବ ନାମସ୍ତୁ ତେ,ଗଛ ଲଗାଅ ,ପରିବେଶ ବଞ୍ଚାଅ ଇତ୍ୟାଦି ନାରା ସହ ଶ୍ରୀ ଅରବିନ୍ଦ ଓ ରାଧାମୋହନଙ୍କ ଜୟ ଗାନ ପରିବେଶକୁ ଚଳଚଞ୍ଚଳ କରି ଗଢି ତୋଳିବା ସହ ପଥ ଚାରୀଙ୍କ ଆକର୍ଷିତ କରିଥିଲା । ସମସ୍ତ କାର୍ଯ୍ୟକ୍ରମ କୁ ଶ୍ରୀ ଅରବିନ୍ଦ ଓ ରାଧାମୋହନ ଙ୍କ ଅନୁଗତ ପରିବେଶ ସାଥି ତଥା ସାମାଜିକ କର୍ମୀ ସୁକାନ୍ତ ଭାଇ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମର ସଫଳତା ସକାଶେ ପରିବେଶ ସାଥି ସର୍ବ ଶ୍ରୀ ପାଣୁ ଚରଣ ଖଟେଇ , ସିମାଞ୍ଚଳ ସାହୁ,ଗୋଲେଇ ବିହାରୀ ବେହେରା, ପ୍ରତ୍ୟୁଷ କୁମାର ରାଉତ,ପ୍ରମୋଦ ଚୌଧୁରୀ,ରାମକୃଷ୍ଣ ସାହୁ ସକ୍ରିୟ ସହଯୋଗ କରିଥିଲେ ।  ପ୍ରତ୍ୟେକ ଗ୍ରାମରେ ଏହି କାର୍ଯ୍ୟକ୍ରମ ଚାଲିବା ସହିତ କୁରାଳ ଅଞ୍ଚଳରେ ବ୍ୟାପକ ବୃକ୍ଷ ରୋପଣ କରିବାର ସୂଚନା ମିଳିଛି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version