ଢଁସର ପଞ୍ଚାୟତର ୧୨ନମ୍ବର ୱାର୍ଡରେ ପିଇବାକୁ ମିଳୁନି ବିଶୁଦ୍ଧ ପାଣି 

ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର ବାଙ୍କୀ :- ରାଜ୍ୟ ସରକାର ଘରକୁ ଘର ପାଇପ୍ ଯୋଗେ ପାଣି ଯୋଗାଇବା ପାଇଁ ପ୍ରତି ପଞ୍ଚାୟତରେ ପାଣି ଟାଙ୍କି ନିିର୍ମାଣ ସହ ଷ୍ଟାଣ୍ଡ୍ ପୋଷ୍ଟ୍ ଟ୍ୟାପ୍ ଲଗାଇ ପାରି ଲୋକଙ୍କୁ ଯୋଗାଉଛନ୍ତି । ଘଟଣାରୁ ଜଣାଯାଏ ଯେ କଟକ ଜିଲ୍ଲା ବାଙ୍କୀ ଡମପଡ଼ା ବ୍ଲକ ଠାରୁ ୬କି.ମି. ଦୂରରେ ଥିବା ପଞ୍ଚାୟତ ଢଁସର ଅବସ୍ଥିତି । ଏହି ପଞ୍ଚାୟତ ୧୪ଗୋଟି ୱାର୍ଡ ମଧ୍ୟରୁ ୧୨ନମ୍ବର ୱାର୍ଡରେ ପିଇବା ପାଇଁ ପାଣି ମିଳୁନାହିଁ । ଫଳରେ ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ୱାର୍ଡର ବାସୀନ୍ଦାମାନେ । ନଳକୂଅ ଖରାପ ହେଲେ ବାଧ୍ୟ ହୋଇ ଖୋଲା କୂଅରୁ ଲୋକମାନେ ପାଣି ପିଛି ରୋଗାଗ୍ରସ୍ତ ହେଉଥିବାର ଅଭିଯୋଗ ହେଉଛି ।

ଏ ସଂପର୍କରେ ଡମପଡ଼ା ବ୍ଲକ ବି.ଡି.ଓ ଆର୍ତ୍ତବନ୍ଧୁ ଲେଙ୍କାକୁ ପଚାରିବାରେ ସେ କହିଲେ ମୁଁ ବୁଝିକି କହିବି । କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନୀଙ୍କୁ ପଚାରିବାରେ ସେକହିଲେ ଗ୍ରାମ୍ୟ ଜଳଯୋଗାଣର ସହକାରୀ ଯନ୍ତ୍ରୀଙ୍କୁ ପାଣି ଯୋଗାଣର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯିବ । ଯଦିଓ ସପ୍ତାହ ମଧ୍ୟରେ ୧୨ନମ୍ବର ୱାର୍ଡରେ ପାଇପ୍ ଯୋଗେ ପାଣି ଯୋଗାଣ କରାନଯାଏ ତେବେ ଶତାଧିକ ମହିଳା ଡମପଡ଼ା ବ୍ଲକ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଥିଲେ ।

Exit mobile version