ଭାରତରେ ଆର୍ଥିକ ସେବା ଡିଜିଟାଲ୍‌ ଠକେଇ ଉଦ୍ୟମରେ ୮୯% ବୃଦ୍ଧି

ଓଡ଼ିଶା ତାଜା ନ୍ୟୁଜ୍ (୨ ଜୁଲାଇ ଶୁକ୍ରବାର ) ଭୁବନେଶ୍ୱର :- ଭାରତରେ ଅନ୍‌ଲାଇନ୍‌ରେ ଆର୍ଥିକ କାରବାର ଓ ବ୍ୟାଙ୍କିଙ୍ଗ୍ ବୃଦ୍ଧି ପାଇଥିବା ବେଳେ ଆର୍ଥିକ ସେବା କ୍ଷେତ୍ରରେ ଠକେଇ ଉଦ୍ୟମ ମଧ୍ୟ ବୃଦ୍ଧି ପାଇବାରେ ଲାଗିିଛି । ଟ୍ରାନ୍ସୟୁନିୟନ୍ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୨୦୨୦ର ଶେଷ ଚାରି ମାସ (ସେପ୍ଟେମ୍ବର ୧ – ଡିସେମ୍ବର ୩୧) ଏବଂ ୨୦୨୧ର ପ୍ରଥମ ଚାରି ମାସ (ଜାନୁଆରି ୧ – ମେ’ ୧)କୁ ତୁଳନା କରାଗଲେ ଡିଜିଟାଲ୍ ଠକେଇ ଉଦ୍ୟମରେ ୮୯% ବୃଦ୍ଧି ଘଟିଛି । ସାରା ବିଶ୍ୱରେ ଆର୍ଥିକ ସେବା ଠକେଇ ଉଦ୍ୟମରେ ୧୪୯% ବୃଦ୍ଧି ହୋଇଛି । ବ୍ୟାବସାୟଗୁଡ଼ିକ ଉପରେ ହୋଇଥିବା ଡିଜିଟାଲ୍ ଠକେଇ ଉଦ୍ୟମରେ ଭାରତରେ ୨୫% ବୃଦ୍ଧି ହୋଇଛି । ସାରା ବିଶ୍ୱରେ ହେଉଥିବା କୋଟି କୋଟି ପ୍ରକାର ଆର୍ଥିକ କାରବାର ଉପରେ ନଜର ରଖି ଟ୍ରାନ୍ସୟୁନିୟନ୍ ସିବିଲ୍ ତରଫରୁ ଏହି ନିିସ୍କର୍ଷ ବାହାର କରାଯାଇଛି ।

ଏହା ବିଶ୍ୱର ୪୦,୦୦୦ରୁ ଅଧିକ ୱେବ୍‌ସାଇଟ୍ ଓ ଆପ୍‌ରେ ହେଉଥିବା କାରବାର ଉପରେ ନଜର ରଖିଛି । ଭାରତରେ ଅବସ୍ଥାପିତ ଟ୍ରାନ୍ସୟୁନିୟନ୍‌ର ଠକେଇ ସମାଧାନ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ସାଲିନ ଶ୍ରୀବାସ୍ତବ କହିଛନ୍ତି ଯେ, “ଯେହେତୁ ଡିଜିଟାଲ୍ ମାଧ୍ୟମରେ ବହୁ ମୂଲ୍ୟର ଆର୍ଥିକ କାରବାର ହେଉଛି ତେଣୁ ଆର୍ଥିକ ସେବା ଶିଳ୍ପ କ୍ଷେତ୍ରରେ ସାରା ବିଶ୍ୱରେ ଠକେଇ ଉଦ୍ୟମ ବଢ଼ିଚାଲିଛି । ଅଧିକାଂଶ ଆର୍ଥିକ ସେବା କଂପାନି ଠକେଇ ନିରୋଧୀ ବ୍ୟବସ୍ଥା ଗ୍ରହଣ କରୁଛନ୍ତି ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ସଫଳ ମଧ୍ୟ ହୋଇଛନ୍ତି । ଆମ ଅଧ୍ୟୟନରୁ ଜଣାପଡ଼ିଛି ଯେ ଏହା ଆରାମ କରିବାର ସମୟ ନୁହେଁ । ଅର୍ଥନୀତି ଉନ୍ମୁକ୍ତ ହେଉଥିବା ବେଳେ ଉନ୍ନତ ପ୍ରଦର୍ଶନ କରୁଛି । ଏଭଳି ପରିସ୍ଥିତିରେ ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ଏହା ନିଶ୍ଚିତ କରିବାକୁ ପଡ଼ିବ ଯେ ସେମାନେ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ଅନୁଭୂତି ପ୍ରଦାନ କରିବା ଲାଗି ଏକ ସୁରକ୍ଷିତ ବଜାର ସ୍ଥଳ ପ୍ରଦାନ କରୁଛନ୍ତି ।’’ ଭାରତରେ ଆର୍ଥିକ ସେବା କ୍ଷେତ୍ରରେ ଠକେଇ ଉଦ୍ୟମ ପରିମାଣ ୮୮.୫୍ଟ%, ଟେଲିଯୋଗାଯୋଗ ଶିଳ୍ପରେ ୧୮.୫୪%, ଟ୍ରାଭେଲ୍ ଆଣ୍ଡ୍ ଲିଜର୍‌ରେ ୧୧.୫୭% ବଢ଼ିଛି । ଏହି ସମୟରେ କିନ୍ତୁ ଠକେଇ ଉଦ୍ୟମ ଗେମିଂରେ ୩୪.୦୩%, ଲଜିଷ୍ଟିକ୍ସରେ ୧୩.୧୭% କମିଛି, କିନ୍ତୁ ରିଟେଲ୍‌ରେ ୪.୧୯% ବଢ଼ିଛି । ଆର୍ଥିକ ସେବା କ୍ଷେତ୍ର ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ପ୍ରକୃତ ପରିଚୟ ଚୋରି ଜରିଆରେ ଠକେଇ ଉଦ୍ୟମ ହେଉଥିବା ବେଳେ କ୍ରେଡିଟ୍ କାର୍ଡ ଠକେଇ ଉଦ୍ୟମ ହୋଇଛି । ଲଜିଷ୍ଟିକ୍ସରେ ସିପିଙ୍ଗ୍‌କୁ ନେଇ ଠକେଇ ଉଦ୍ୟମ ହେଉଥିବା ବେଳେ ରିଟେଲ୍‌ରେ ପ୍ରଚାର ପ୍ରସାରକୁ ନେଇ ଠକେଇ ହେଉଥିବା ଟ୍ରାନ୍ସୟୁନିୟନ୍ ଅଧ୍ୟୟନରୁ ଜଣାପଡ଼ିିଛି ।

Exit mobile version