କୋଭିଡ୍ କଟକଣାକୁ ନେଇ ଜିଲ୍ଲା ପ୍ରଶାସନ ଓ ବଣିକ ସଂଘର ସମନ୍ୱୟ ବୈଠକ, ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ୍ (୧ ଜୁଲାଇ , ଗୁରୁବାର ) ଢେଙ୍କାନାଳ :- ଆଜି ଜିଲ୍ଲା କାର୍ଯ୍ୟାଳୟରେ କୋଭିଡ୍ କଟକଣାକୁ ନେଇ ଜିଲ୍ଲା ପ୍ରଶାସନ ଓ ବଣିକ ସଂଘର ସମନ୍ୱୟ ବୈଠକ ହୋଇଯାଇଛି। ଜିଲ୍ଲାରେ କରୋନା ସଂକ୍ରମଣ ହାର ୫% କମ ଥିବାରୁ ଲକ୍ ଡାଉନ୍ ପ୍ରକ୍ରିୟା ଉଠାଇ ଦିଆଯାଇ ମଲ୍, ସ୍ଫା ଓ ପାର୍ଲର୍ ବ୍ୟତୀତ ସମସ୍ତ ବାଣିଜ୍ୟ ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ ବଜାର ଆଦି ସକାଳ 6 ଟାରୁ ସଂଧ୍ୟା 6 ଘଟିକା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ମିଳିଛି। ଏହି ପରିପ୍ରେକ୍ଷୀରେ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସଂଘର ପୂର୍ଣ୍ଣ ସହଯୋଗ କାମନା କରି କୋଭିଡ୍ କଟକଣାକୁ କଡାକଡି ଭାବେ ପାଳନ ନିମନ୍ତେ ଅନୁରୋଧ କରିଥିଲେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା

ମାସ୍କ ବ୍ୟବହାର, ସାମାଜିକ ଦୂରତା ଓ ସାନିଟାଇଜର୍ ପ୍ରତି ବିଶେଷ ଯତ୍ନବାନ ହୋଇ ଯେପରି ଗହଳି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି ।ହୋଟେଲ୍ କିମ୍ବା ଜଳଖିଆ ଦୋକାନରେ ଖାଇବା ବ୍ୟବସ୍ଥା ନ କରି ପାର୍ସଲ୍ ଦେବାକୁ କୁହାଯାଇଛି । ଏଣୁ ନିୟମ ପାଳନରେ ଉଲଂଘନ କଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ସମସ୍ତ ପ୍ରକାର କଟକଣା ମାନି ବ୍ୟବସାୟ କରିବାକୁ ଜିଲ୍ଲା ବଣିକ ସଂଘର କର୍ମକର୍ତ୍ତା ମାନେ ବୈଠକରେ ସମ୍ମତି ପ୍ରକାଶ କରିଥିଲେ ।

ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗଣେଶ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ସଦର ଉପଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତଙ୍କ ସମେତ ଚାମ୍ବର୍ ଅଫ୍ କମର୍ସର ସଭାପତି, ସଂପାଦକ ଓ ବ୍ୟବସାୟୀ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। (ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।

Exit mobile version