ବଜେଟ ଅଧିବେଶନ ସମାପ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ଭୁବନେଶ୍ୱର .30.3.2020 ରିପୋର୍ଟ – ସୋନାଲି :- କରୋନା ଭୂତାଣୁ (କୋଭିଡ୍‌-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ଷୋଡ଼ଶ ବିଧାନସଭାର ତୃତୀୟ ଅଧିବେଶନ (ବଜେଟ୍‌ ଅଧିବେଶନ) ଆଜି ଲୋକସେବା ଭବନର ସମିଳନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୧୨ ତାରିଖରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ବିଧାନସଭାରେ ଆଲୋଚନା ହୋଇଥିଲା । ଆଜି ଏହି ବିଭାଗ ବ୍ୟତୀତ ଅନ୍ୟସବୁ ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ୍‌ ଜରିଆରେ ବାଚନିକ ଭୋଟ୍‌ରେ ଗୃହରେ ପାରିତ ହୋଇଯାଇଛି ।

ଅର୍ଥମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଆର୍ଥିକ ବର୍ଷ ୨୦୨୦-୨୧ର ବଜେଟ୍‌ ପାଇଁ ଟ. ୧,୫୫,୯୬୩,୨୬,୮୧,୦୦୦ଙ୍କାର ବ୍ୟୟମଞ୍ଜୁରୀ ବିଧାୟକ ଗୃହର ଅନୁମୋଦନ ନିମନ୍ତେ ଉ ପସ୍ଥା ପନ କରିଥିଲେ । ଏ ସଂ ପର୍କିତ ଆଲୋଚନାରେ ବିରୋଧି ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ, ଭାରତୀୟ ଜାତୀୟ କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ନରସିଂହ ମିଶ୍ର ଅଂଶଗ୍ରହଣ କରିଥିଲେ ।

ଆଲୋଚନା ପରେ ଏହା ଗୃହର ଅନୁମୋଦନ ଲାଭ କରିଥିଲା । ବିଧାନସଭା ବଜେଟ୍‌ ଅଧିବେଶର କାର୍ଯ୍ୟକାଳ ଆସନ୍ତା ଅେ ପ୍ରଲ୍‌ ୯ ତାରିଖ ପର୍ଯ୍ୟନ୍ତ ଥିବାବେଳେ ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଗୃହକୁ ମୁଲତବୀ ରଖିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଗୃହର ସହମତି କ୍ରମେ ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କ ଅଭିଭାଷଣ ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ ।

Exit mobile version