ଅସହାୟ ଅବସ୍ଥାରେ ପଡିରହିଛନ୍ତି ଅସୁସ୍ଥ ବୃଦ୍ଧ, ଜନ୍ମ କଲା ପୁଅ ଝିଅ ବି ଅନେଇଲେନି

ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର ) ମାହାଙ୍ଗା :- ବୃଦ୍ଧ ବୟସରେ ସାହା ହେଲେନି ଜନ୍ମ କଲା ପୁଅ ଝିଅ, ପର ଭଳି ଅସହାୟ ଅବସ୍ଥାରେ ଛାଡିଦେଲେ, ତାଙ୍କ ନିକଟରେ ଏକ ମାତ୍ର ପୁତ୍ର ଥିଲେ ବି ସେ ପଚାରୁନି, ତିନି ଝିଅ ବାହା ହୋଇ ଯାଇଥିବାବେଳେ ସେମାନେ ବି ବାପାର ଅସମୟରେ ସହାୟ ହେଉନାହାନ୍ତି, କେବଳ ଗାଁ ର ସାଇ ଭାଇ ବୃଦ୍ଧ ଜଣକୁ ମେଡିକାଲ ଠାରୁ ଆରମ୍ଭ କରି ସବୁ ବୁଝୁଛନ୍ତି, ଏଭଳି ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ବ୍ଲକ ଉମର ପଂଚାୟତ ଉମର ଗ୍ରାମର ବେହେରା ସାହିରେ, ଏହି ଗ୍ରାମର ପ୍ରହଲ୍ଲାଦ ବେହେରା 80 ଙ୍କୁ ପୁଅ ଝିଅ ମାନେ ନପଚାରିବାରୁ ଏବେ ଗାଁ ନିକଟ ବାଲିଆଚକା ବଜାର ରେ ଥିବା ଏକ ଚାଳ ଛପର ଘରେ ଆଶ୍ରୟ ନେଇଛନ୍ତି,

ଗତ ଦୁଇଦିନ ପୂର୍ବେ ଉଚରକ୍ତ ଚାପରେ ପୀଡିତ ହୋଇ ଘର ଭିତରେ ପଡ଼ିଯାଇଥିବା ବେଳେ ଗାଁ ଲୋକେ ତାଙ୍କୁ କବାଟ ଭାଙ୍ଗି ଗୁରୁତର ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରି ମେଡିକାଲ ନେଇଥିଲେ, ତାଙ୍କୁ ପ୍ରଥମ ବ୍ରେନ ଷ୍ଟ୍ରୋକ ହୋଇଥିବା ଡାକ୍ତର କହିବା ସହ କଟକ ବଡ଼ ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ତାଙ୍କର କେହି ଆତ୍ମୀୟ ସ୍ୱଜନ ନଥିବାରୁ ବାଧ୍ୟ ହୋଇ ଗାଁ ଲୋକ ଗାଁ କୁ ନେଇ ଆସିଥିଲେ, ଏଥି ନେଇ ଗାଁ ତାଙ୍କର ପୁଅ ଓ ସମସ୍ତ ଝିଅ ଙ୍କୁ ଖବର ଦେଇଥିଲେ ବି ସେମାନେ କେହି ବି ଆସିନଥିଲେ ବୃଦ୍ଧ ବାପା ଙ୍କ ନିକଟକୁ,

ଏବେ ବୃଦ୍ଧ ପ୍ରହଲ୍ଲାଦ ମୃତ୍ୟୁ ସହ ଲଢେଇ କରୁଥିବାବେଳେ କେବଳ ଗାଁ ସାଇ ଭାଇ ମାନେ ଯତ କିଂଚିନ ସାହାଯ୍ୟ ସହଯୋଗ କରୁଛନ୍ତି, ବୃଦ୍ଧ ପ୍ରହଲ୍ଲାଦ ଙ୍କ ସାନ ଝିଅ ପୁଲିସ ବିଭାଗରେ ଚାକିରୀ କରିଥିବା ବେଳେ ସେମାନଙ୍କୁ ବାପାଙ୍କ ଅସୁସ୍ଥତା ନେଇ ଖବର ଦିଆ ଯାଇଥିଲା ବେଳେ ସେମାନେ ବି ବାପାର ଅସମୟରେ ପହଂଚି ନାହାନ୍ତି, ତୁରନ୍ତ ପ୍ରଶାସନ ପକ୍ଷରୁ ବୃଦ୍ଧ ପ୍ରହଲ୍ଲାଦକୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଗ୍ରାମ ବାସି ଦାବି କରିଛନ୍ତି

Exit mobile version