ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ୍ ) ଭୁବନେଶ୍ୱର 30.3.2020 :- ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ କୁମାର ମହାପାତ୍ରଙ୍କ ଅକାଳ ବିୟୋଗ ଘଟିଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ ଯୁବ ଜନତା ଦଳ ତଥା ବିଜୁ ଜନତା ଦଳର ଏକ ଅପୂରଣୀୟ କ୍ଷତି ଘଟିଛି ।ସେ ଜଣେ ଦୃଢ ସଂଗଠକ ତଥା ଯୁବ ସମାଜସେବୀ ଥିଲେ । ବିଭିନ୍ନ ସମୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଯୋଗଦେଇ ଅନେକ ଯୁବ ପିଢିଙ୍କୁ ସେଥିରେ ସାମିଲ କରାଉଥିଲେ । ତାଙ୍କର ଏହି ଅକାଳ ବିୟୋଗ ସମ୍ବାଦଟି ବିଜୁ ଯୁବ ଜନତା ଦଳ ତଥା ବିଜୁ ପରିବାରର ସମସ୍ତଙ୍କ ମନରେ ଶୋକର ଛାୟା ଖେଳାଇଦେଇଛି । ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ବିନମ୍ର ପ୍ରାର୍ଥନା ସହ ଶୋକସନ୍ତପ୍ତ ପରିବାରକୁ ଭଗବାନ ସହାୟ ହୁଅନ୍ତୁ ବୋଲି ବିଜୁ ଯୁବ ଜନତା ଦଳ ତରଫରୁ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମରେଶ ପତ୍ରୀ ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଛନ୍ତି ।
ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକପ୍ରମୋଦ କୁମାର ମହାପାତ୍ରଙ୍କ ଅକାଳ ବିୟୋଗ

- Categories: Uncategorized, ଓଡ଼ିଶା, ରାଜନୀତି, ହୋମ୍
Related Content
ଅବସରପ୍ରାପ୍ତ ଶିକ୍ଷକଙ୍କୁ ‘ଗୁରୁ ସମ୍ବର୍ଦ୍ଧନା ଉତ୍ସବ’ ଅନୁଷ୍ଠିତ
by
Proprietor Abhimanyu Maharana
September 6, 2026
ନୟାଗଡ଼ ଜିଲ୍ଲା କାରାଗାରରେ ସ୍ଵାବଲମ୍ବନ ଭିତ୍ତିକ ଦକ୍ଷତା କାର୍ଯକ୍ରମର ଉଦ୍ ଘାଟନ
by
Proprietor Abhimanyu Maharana
September 6, 2026
ହେମେନ୍ଦ୍ର ସେନା, ନୟାଗଡ଼ ତରଫରୁ ରକ୍ତଦାନ ଶିବିର
by
Proprietor Abhimanyu Maharana
September 6, 2026
ମିଲିଭଗତରେ ଚାଲିଛି ନୟାଗଡ଼ ଜିଲ୍ଲାବ୍ୟାପି ସ୍ୱାସ୍ଥ୍ୟ ବ୍ୟବସାୟ : କଂଗ୍ରେସ
by
Proprietor Abhimanyu Maharana
September 6, 2026
ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ବ୍ରାହ୍ମଣୀ ମାଉସୀ ଉଦ୍ଧାର
by
Proprietor Abhimanyu Maharana
September 6, 2026
ଖୋରଧା ଜ଼ିଲା ଯାଦବ ସମିତିର କାର୍ଯ୍ୟକାରିଣୀ ସାଙ୍ଗଠନିକ ବୈଠକ କନ୍ଧ ନୟାଗଡ ଠାରେ ଅନୁଷ୍ଠିତ ହୋଇଯାଇଛି
by
Proprietor Abhimanyu Maharana
September 6, 2026