Home ଅପରାଧ ଦର୍ପନାରାୟଣପୁର ଗୋଡିମଡା ଅଞ୍ଚଳରୁ ଚୋରି ହୋଇଥିବା ସୁନା ଗହଣା ଜବତ : ୩ ଅଭିଯୁକ୍ତ ଙ୍କୁ ଗିରଫ କରିଛି ରଣପୁର ପୋଲିସ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର ) ରଣପୁର,ରିପୋର୍ଟ ଅଭିମନ୍ୟୁ :- ଆଜି ନୟାଗଡ଼ ଜିଲ୍ଲା ରଣପୁର ଗତ ମଙ୍ଗଳବାର ଦିନ ରଣପୁର ବ୍ଲକ ଦର୍ପନାରାୟଣପୁର ଗୋଡିମଡା ଅଞ୍ଚଳରୁ ଚୋରୀ ହୋଇଥିବା ସୁନା ଗହଣା ସହିତ ତିନି ଅଭିଯୁକ୍ତ ଙ୍କୁ ଖୁବ କମ୍ ସମୟ ମଧ୍ୟରେ ଗିରଫ କରିଛି ରଣପୁର ପୋଲିସ । ଆଜି ନୟାଗଡ଼ ଜିଲ୍ଲା ଏସପି ଶ୍ରୀ ସିଦ୍ଧାର୍ଥ କଟାରିଆ ରଣପୁର ଥାନା ଗ୍ରସ୍ତ କରି ଏକ ସାମ୍ବାଦିକ ସମ୍ମିଳନୀରେ ରଣପୁର ପୋଲିସ ର ସଫଳତା ଓ ସାହାସିକତା କୁ ପ୍ରଶଂସା କରିବା ସହ ଉକ୍ତ କେସ୍ ବିଷୟରେ ସଂକ୍ଷିପ୍ତ ସୂଚନା ଦେଇଛନ୍ତି । ତେବେ ସୂଚନା ମୁତାବକ ବୃତ୍ତିଗତ ସୁନା ଓ ରୂପା ବ୍ୟବସାୟୀ ଅରୁଣ କୁମାର ସାହୁ ଙ୍କ ଠାରୁ ଗତ ମଙ୍ଗଳବାର ଦିନ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଥିଲେ ଲୁଟେରା | ଅରୁଣ ତାଙ୍କ ବଜାଜ ପ୍ଲାଟିନା ମୋଟରସାଇକେଲ ଦ୍ୱାରା ୨୫୦୦ ଗ୍ରାମ ରୂପା ଅଳଙ୍କାର ଏବଂ ୧୫୦ ଗ୍ରାମର ସୁନା ଅଳଙ୍କାର ସହିତ ଶଙ୍କେଇ ଗ୍ରାମକୁ ବ୍ୟବସାୟ କରିବାକୁ ଯାଇଥିଲା ବେଳେ ଗୋଡିମାଡା ଗ୍ରାମ ରାସ୍ତାରେ ତିନି ଜଣ ଲୁଟେରା ବଜାଜ ପଲସର 180 MC ନମ୍ବର ( OD / 25J 56144 ) ମୋଟରସାଇକେଲରେ ଆସି ବ୍ୟବସାୟୀ ଙ୍କ ଠାରୁ ସୁନା ରୁପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ଉକ୍ତ ସୂଚନାନୁସାରେ ଅଭିଯୁକ୍ତ ମାନେ ଭୁଜାଲି ଦେଖାଇ ବ୍ୟବସାୟୀ ଙ୍କ ଠାରୁ ସୁନା ଓ ରୂପା ଅଳଙ୍କାର ଥିବା ବ୍ୟାଗ୍ ଟିକୁ ଲୁଟି ନେଇଥିଲେ । ରଣପୁର ପୋଲିସ ଷ୍ଟେସନରେ ଅଭିଯୋଗକାରୀ ଅଭିଯୋଗ କରିବା ପରେ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ରଣପୁର PS କେସ୍ ନଂ 123 ଓ ଆଇପିସି ଧାରା 394/34 ଏକ ମାମଲା ରୁଜ୍ଜୁ ହୋଇଥିଲା । ଅଭିଯୋଗ କୁ ଆଧାର କରି ରଣପୁର ଥାନାର ଭାର ପ୍ରାପ୍ତ ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ତୁରନ୍ତ ତଦନ୍ତ ଆରମ୍ଭ କରିଥିଲେ । ତେବେ ତଦନ୍ତକାରୀ ଅଧିକାରୀ ଆଈଆଇସି ଜ୍ୟୋତି ପ୍ରକାଶ ପଣ୍ଡା ସମେତ ପୋଲିସ ଟିମ୍ ମଙ୍ଗଳବାର ରାତିରେ ତିନି ଅଭିଯୁକ୍ତ ଙ୍କ ଉପରେ ଚଢ଼ାଉ କରିଥିଲେ । ସେମାନଙ୍କ ଠାରୁ ଚୋରି ହୋଇଥିବା ସମସ୍ତ ସୁନା ରୁପା ଗହଣା ଜବତ କରିବା ସହ ଲୁଟ ପାଟ ରେ ବ୍ୟବହୃତ ମୋଟର ସାଇକେଲ , ଭୁଜାଲି ଭଳି ମରଣାତ୍ମକ ଅସ୍ତ୍ର ଜବତ କରିଛନ୍ତି । ଉକ୍ତ ଅଭିଯୁକ୍ତ ମାନେ ହେଲେ ବିନୋଦ ରାଉତ (୨୫ ବର୍ଷ ), ସୁଶାନ୍ତ ପ୍ରଧାନ ( ୨୪ ବର୍ଷ) , ସନ୍ତୋଷ କୁମାର ସାହୁ (୪୪ବର୍ଷ ) ଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ସୁଶାନ୍ତ ପ୍ରଧାନ ଠାରୁ ୩୬୭ ଗ୍ରାମର ରୂପା ଅଳଙ୍କାର ଏବଂ ୩୯ ଗ୍ରାମ ସୁନା ଅଳଙ୍କାର ଜବତ ହେବା ସହ ବଜାଜ ପଲସର180 ଏମସି OD 25J / 5614 ନାମରେ ପଞ୍ଜିକରଣ ହୋଇଥିବା ମୋଟର ସାଇକେଲ ଜବତ ହୋଇଛି । ଏବଂ ବିନୋଦ ରାଉତଙ୍କ ଠାରୁ ୩୫୦ ଗ୍ରାମ ରୂପା ଅଳଙ୍କାର ଏବଂ ୨୫ ଗ୍ରାମ ସୁନା ଅଳଙ୍କାର ସହିତ ଗୋଟିଏ ଭୁଜାଲି ଓ ଅଭିଯୁକ୍ତ ସନ୍ତୋଷ କୁମାର ସାହୁ ୧୫୬୦ ଗ୍ରାମ୍ ର ନୂଆ ରୂପା ଅଳଙ୍କାର ଏବଂ ୧୦୦ ଗ୍ରାମ ପୁରୁଣା ରୂପା ଅଳଙ୍କାର ଓ ୫୪ ଗ୍ରାମ୍ ର ସୁନା ଅଳଙ୍କାର କୁ ଜବତ କରିଛି ରଣପୁର ପୋଲିସ । ଲୁଟ କୁ ୨୪ ଘଣ୍ଟା ନପୁରୁଣୁ ରଣପୁର ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ସମସ୍ତ ସୁନା ରୁପା ଅଳଙ୍କାର ଜବତ କରିଛି ବୋଲି ଆଜି ନୟାଗଡ଼ ଜିଲ୍ଲା ଏସପି ସିଦ୍ଧାର୍ଥ କଟାରିଆ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଶ୍ରୀଯୁକ୍ତ କଟାରିଆ ରଣପୁର ପୋଲିସ ର ବାହାଦୂରତା କୁ ପ୍ରଶଂସା କରିବା ସହ ରଣପୁର ps ପକ୍ଷରୁ ଖୁବ ଶୀଘ୍ର ଅପରାଧ ମୁକ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ କାର୍ଯ୍ୟ କରିବ ବୋଲି ଜଣାଇଛନ୍ତି । Categories: ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026 ଜାଗୃତିକା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ଗାନ୍ଧୀ ଜୟନ୍ତୀ ରେ ବରିଷ୍ଠ ନାଗରିକ ସଙ୍ଘ ର ରାସ୍ତା ସଫେଇ ଅଭିଯାନ by Proprietor Abhimanyu Maharana October 4, 2026