ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ବନମହୋତ୍ସବ ସପ୍ତାହର ପ୍ରଥମ ଦିବସରେ ବୃକ୍ଷ ରୋପଣ

ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର ) ନୟାଗଡ଼  :- ଆଜି ଜୁଲାଇ ୦୧ ତାରିଖ ବନ ମହୋତ୍ସବ ସପ୍ତାହର ପ୍ରଥମ ଦିବସ। ଏହି ଅବସରରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର,ନୟାଗଡ଼ ତରଫରୁ ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ହାଉସିଂ ବୋର୍ଡ ନିକଟରେ ଗଢ଼ି ଉଠିଥିବା ବିଦ୍ଯାଳୟର ନିଜସ୍ବ ଯାଗାରେ ଏହି ଗଛଲଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଆମ୍ବ,କଦଳୀ, ବେଲ,ସଜନା,ଡାଳିମ୍ବ,ପଣସ, ତୁଳସୀ,ଟଗର ଆଦି ବିଭିନ୍ନ ଗଛ ଗୁଡିଏ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ଉପଦେଷ୍ଟା ଶିକ୍ଷାବିତ୍ ହରିହର ପାତ୍ର, ଟ୍ରଷ୍ଟି ପ୍ରସନ୍ନ କୁମାର ବସନ୍ତିଆ,ଗାୟତ୍ରୀ ମହାପାତ୍ର, ଜଗତ କଲ୍ଯାଣ କାଶ୍ଯପ, ପ୍ରିୟମ୍ବଦା ମହାପାତ୍ର,

ଶୋଭାରାଣୀ ସାହୁ, ଅର୍ଚ୍ଚନା ରଥ, ପୁଷ୍ପିତା ରଥ, ସରୋଜିନୀ ଦାଶ, ଚନ୍ଦ୍ର ମୋହନ ମିଶ୍ର,ପ୍ରକାଶ କୁମାର ସାହୁ,କାଳିଚରଣ ଡାକୁଆ ଆଦି ବହୁ ସଭ୍ଯ ଓ ଗୁରୁଜୀ ଗୁରୁମା ଯୋଗଦେଇ ଥିଲେ । ଆଗାମୀ ସାତଦିନ ପର୍ଯ୍ୟନ୍ତ ଗଛ ଲଗା କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂପାଦକ ଶ୍ରୀଯୁକ୍ତ ସାହୁ ସୂଚନା ଦେଇଛନ୍ତି । (ରିପୋର୍ଟ -ରାମକୃଷ୍ଣ ରଥ )

Exit mobile version