ଚାଷୀଙ୍କ ଧାନ ଉଠାଇବା ଦାବୀରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଜାତୀୟ ରାଜପଥ ଅବରୋଧ

ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର ) ବରଗଡ଼ :- ରାଜ୍ୟ ସରକାର ଚାଷୀ ପ୍ରତି ଅଣଦେଖା ତଥା ଚାଷୀଙ୍କ ଧାନ ବିକ୍ରୀ ସମସ୍ୟାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବରାହଗୋଡା ଅଟଳ ଛକଠାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଙ୍କ ନେତୃତ୍ବରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଫଳରେ ଦୁଇ ଘଣ୍ଟା ଧରି ରାସ୍ତା ର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଥିଲା । ଜିଲ୍ଲା ରେ ଲାଗିରହିଥିବା ଚାଷୀ ଆନ୍ଦୋଳନ ସମାଧାନ ସରକାର କରିପାରୁ ନାହାଁନ୍ତି। ଅନ୍ୟ ପଟେ ଟୋକନ ଲେପ୍ସ ହୋଇଥିବା ଯୋଗୁଁ ଚାଷୀଙ୍କ ଧାନ ମଣ୍ଡିରୁ ଉଠି ପାରୁନାହିଁ। ଫଳରେ ଏବେ ଜିଲ୍ଲା ରେ ୧୧ ହଜାର ଚାଷୀ ଙ୍କ ଲକ୍ଷାଧିକ କ୍ଵିଣ୍ଟାଲ ଧାନ ମଣ୍ଡିରେ ପଡି ରହିଛି। ସମସ୍ତ ଚାଷୀ ଙ୍କ ଧାନ ବିକ୍ରି ଦାବିରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଆସନ୍ତାକାଲି ବରଗଡ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି ।

ରାସ୍ତାରୋକ ରେ ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ୍ୱର ଶତପଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମିଳନ ସେଠ, ବରିଷ୍ଠ ବିଜେପି ନେତା ସୁଶାନ୍ତ ମିଶ୍ର, ସନତ ଗଡ଼ତିଆ, ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର, ବରଗଡ ଜିଲ୍ଲା ବିଜେପି ଉପ ସଭାପତି ସରୋଜ ସାମଲ, କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟ କିଶୋର ଭୋଇ, ଜିଲ୍ଲା ସାଧାରଣ ସମ୍ପାଦକ କୁଶ କୁମ୍ଭାର, ରବି ଦାସ, କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ମଦନ ପଟେଲ, ଶାନ୍ତନୁ ସାହୁ, କୃଷକ ମୋର୍ଚ୍ଚା ଜିଲ୍ଲା ଉପ ସଭାପତି ଭୋଜରାଜ ସାହୁ, କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଆନନ୍ଦ ସାହୁ, କୃଷକ ମୋର୍ଚ୍ଚା ସମ୍ପାଦକ ଶତ୍ରୁଘନ ସାହୁ, ରଞ୍ଜନ ସାହୁ, ଦେବାର୍ଚ୍ଚନ ସାହୁ, ସର୍ଜନ ଦଣ୍ତସନା, ବରତୁଣ୍ତା ପୂର୍ବତନ ସରପଞ୍ଚ ଦୁଃଶାସନ କୁମ୍ଭାର, ଚନ୍ଦ୍ରମଣି ପାଣ୍ଡେ, ଶରତ ବିଶି, ରାଜେନ୍ଦ୍ର ସେଠ ଓ ବିକ୍ରମ ସେଠ ପ୍ରମୁଖ ସାମିଲ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version