ଗଜପତି,ଗଞ୍ଜାମ ଓ ଫୁଲବାଣୀ ଜିଲ୍ଲା ସ୍ଵେଚ୍ଛାସବୀ ଏବଂ ଯୁବକ ମାନଙ୍କୁ ନେଇ ନେହୂରୁ ଯୁବକ କେନ୍ଦ୍ରର ଭର୍ଚୁଆଲ ସଚେତନତା କାର୍ଯକ୍ରମ ଅନୁଷ୍ଠିତ 

ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର ) ପାରଳାଖେମୁଣ୍ଡି :- ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଏବଂ ୟୁନିସେଫର ମିଳିତ ଆନୁକୁଲ୍ୟରେ ଭର୍ଚ୍ୟୁଆଲ ମୋଡରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସାଧାରଣଙ୍କ ସଚେତନ ଉପରେ ବିଭିନ୍ନ ମତବ୍ୟକ୍ତ କରିଥିଲେ । ସମ୍ମାନୀୟ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ରର ଆଞ୍ଚଳିକ ନିର୍ଦ୍ଦେଶକ ନବୀନ କୁମାର ନାୟକ, ନେହେରୁ ଯୁବ କେନ୍ଦ୍ରର ରାଜ୍ୟ ନିର୍ଦ୍ଦେଶକା ରିତା ଭଗତ, ଉପ-ନିର୍ଦ୍ଦେଶକ ବିମଳ ପାଟ୍ରିକ୍ ସାହା ପ୍ରମୁଖଙ୍କ ସହ ୩ ଜିଲ୍ଲା ଯଥା ଗଜପତି,

ଗଞ୍ଜାମ ଓ ଫୁଲବାଣୀର ସ୍ୱେଚ୍ଛାସେବୀ ଓ ଯୁବକମାନେ ଯୋଗ ଦେଇଥିଲେ । ଏଥିରେ ପ୍ରାୟ ୬୦୦ରୁ ଉର୍ଦ୍ଧ ସଦସ୍ୟମାନେ ଯୋଗ ଦେଇ ଭର୍ଚୁଆଲ ମୋଡ ରେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷୀକା ଭାବେ ମିନତି ସିଂ ଯୋଗଦେଇ କୋଭିଡ୍ ସମ୍ପର୍କେ ସଚେତନତା କରିବା ସହ ସୋସିଆଲ ମିଡିଆ ସମ୍ପର୍କରେ ସତ୍ୟତାକୁ ନେଇ ଅ।।ଲୋକପାତ କରିିଥିଲେ । ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ଯୁବ କେନ୍ଦ୍ରର ଅଧିକାରୀ ଅକ୍ଷୟ କୁମାର ନିଶାଣିଙ୍କ ସମେତ ଫୁଲବାଣୀ ଓ ଗଜପତି ଜିଲ୍ଲାର ଯୁବ କେନ୍ଦ୍ରର ଅଧିକାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version