ମାଟ୍ରିକ ପରୀକ୍ଷା ରେଜଲ୍ଟକୁ ନେଇ ତୁଳସୀପୁର ହାଇସ୍କୁଲର ପ୍ରଧାନଶିକ୍ଷଯତ୍ରୀ ଙ୍କୁ ଘରିଲେ ଅସନ୍ତୋଷ ଛାତ୍ର

ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର )ବାଙ୍କୀ :-ମାଟ୍ରିକ ପରୀକ୍ଷା ରେଜଲ୍ଟକୁ ନେଇ ଅବିଭାବକ ଏବଂ ଛାତ୍ରମାନେ ବାଙ୍କୀ ଡମପଡା ବ୍ଲକ ର ତୁଳସୀପୁର ହାଇସ୍କୁଲର ପ୍ରଧାନଶିକ୍ଷଯତ୍ରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ପରୀକ୍ଷାର ଫଳାଫଳକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ। ମାଟ୍ରିକ ପରୀକ୍ଷାର ରେଜଲ୍ଟକୁ ନେଇ ଅବିଭାବକ ଏବଂ ଛାତ୍ରମାନେ ସ୍କୁଲ କର୍ତ୍ତୃପକ୍ଷ ଏବଂ ବୋର୍ଡକୁ ଦାୟୀ କରିଥିଲେ। ଛାତ୍ର ମାନଙ୍କ ର ନବମ ବାର୍ଷୀକ ପରୀକ୍ଷା ଏବଂ ଦଶମର ପ୍ରିଟେଷ୍ଟ ପରୀକ୍ଷାର ଫଳକୁ ନେଇ ମୂଲ୍ୟାଙ୍କନ କରାଯାଇଥିଲେ ମଧ୍ୟ ଏବେ ଆସିଥିବା ମାର୍କକୁ ନେଇ ଅବିଭାବକ ଏବଂ ଛାତ୍ରମାନେ ଅସନ୍ତୁଷ୍ଟ ଅଛନ୍ତି। ଏଥିନେଇ ପ୍ରଧାନ ଶିକ୍ଷତ୍ରି ମାନସୀ ମଞ୍ଜରି ସେଠି ଙ୍କୁ ଛାତ୍ର ମାନେ ଘେରି ପଚରିବାରୁ ସେ ସେମାନଙ୍କ ସମ୍ମୁଖରେ ନିଜର ଯୁକ୍ତି ରଖିଥିଲେ । ଛାତ୍ର ଓ

ଅବିଭାବକମାନେ ଏହାର ଦୃଢ ପ୍ରତିବାଦ କରିଥିଲେ। ବୋର୍ଡରୁ ମିଳିଥିବା ଫଳାଫଳକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ହତାଶଭାବ ଦେଖାଦେଇଥିଲା। ବୋର୍ଡର ଏହି ନିଷ୍ପତି ଛାତ୍ରମାନଙ୍କ ଭବିଷ୍ୟତକୁ ଘୋର ଅନ୍ଧକାର ମଧ୍ୟକୁ ଠେଲି ଦେଇଛି। ଏଣୁ ଏମାନେ ସମସ୍ତେ ଏକତ୍ରିତ ହୋଇ ବୋର୍ଡର ଏହି ନିଷ୍ପତିକୁ ପୂନଃବିଚାର କରିବା ପାଇଁ ଦାବି ଜଣେଇଛନ୍ତି। ବୋର୍ଡର ନିଷ୍ପତି ଯାହା ବର୍ତମାନ ଛାତ୍ରମାନେ ଆଉ ପରୀକ୍ଷା ଦେବା ପରିସ୍ଥିତରେ ନାହାନ୍ତି। ତେଣୁ ତୁରନ୍ତ ଏହାକୁ ବିଚାରକୁ ନେଇ ପଲାମାନଙ୍କ ଅଭିଯୋଗକୁ ଗ୍ରହଣ କରି କୌଣସି ଏକ ସମାଧାନର ବାଟ ବାହାର କରାଯାଉ ନଚେତ୍ ନିଜର ଭବିଷ୍ୟତ ଅନ୍ଧାର ଆଶଙ୍କା କରି ଛାତ୍ରମାନେ କୌଣସି ଭୁଲ୍ ପଦପେକ୍ଷ ନେଇପାରନ୍ତି ବୋଲି ବହୁ ବୁଦ୍ଧି ଜୀବୀ ପ୍ରକାଶ କରିଛନ୍ତି।ପ୍ରଧାନ ଶିକ୍ଷତ୍ରି ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ସେ ଫୋନ ଉଠେଇ ନଥିଲେ      ରିପୋର୍ଟ ଗୌତମ ମିଶ୍ର

Exit mobile version