ବାଇକ ଧକ୍କାରେ ମହିଳା ଗୁରୁତର

ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର ) କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ଲାଖପଦର ଛକରେ ଦୁଇ ବାଇକ୍ ମୁହାଁମୁହିଁ ହୋଇ ଜଣେ ମହିଳା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣା ମତେ କେସିଙ୍ଗାର ନିରଂଜନ ମିଶ୍ର ଓ ତାଙ୍କ ପତ୍ନୀ ଜାନକୀ ମିଶ୍ର ବାଇକ ଓଡି ୦୮ଜେ ୧୮୯୫ରେ ମୁନିଗୁଡା ଯାଇ ଘରକୁ ଫେରୁଥିବା ବେଳେ ଲାଖପଦର ଛକରେ ବିପରୀତ ଦିଗରୁ ଆସୁଥିବା ବାଇକ ଓଡି ୦୮ କେ ୨୯୯୧ ସହ ଧକ୍କା ହୋଇଥିଲା ।

ଦୁର୍ଘଟଣାରେ ସ୍ଵାମୀ ଆହତ ହୋଇଥିବା ବେଳେ ସ୍ତ୍ରୀ ଜାନକୀ ମିଶ୍ର ଗୁରୁତର ଆହତ ହୋଇଥିଲେ। ଦୁଇ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ କେସିଙ୍ଗା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version