ବରପାଲି ରେ ବିଦ୍ୟୁତ ଲାଇନ୍ କଟାକୁ ନେଇ ଉତ୍ତେଜନା

ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର ) ବରପାଲି :- ବିଦ୍ୟୁତ ବିତରଣ ଟାଟା କମ୍ପାନୀ ହାତକୁ ନେବା ପରେ ଖାଉଟି ଙ୍କୁ ଜୁଲୁମ କରାଯାଉଥିବା ଅଭିଯୋଗ ରେ ଆଜି ବରପାଲି ର ଜନସାଧାରଣ ବିଦ୍ୟୁତ ଏସଡିଓ ଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ । ପରେ ବିଧାୟିକା ରୀତା ସାହୁ ଘଟଣା ସ୍ଥଳରେ ପହଞ୍ଚି ବରଗଡ଼ ସ୍ଥିତ ନିର୍ବାହୀ ଯନ୍ତ୍ରୀ ଙ୍କ ସହ ଆଲୋଚନା କରିବା ପରେ ସମାଧାନ ର ବାଟ ପିଟିଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ ଟାଟା କମ୍ପାନୀ ଜିଲ୍ଲା ରେ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା ହାତ କୁ ନେବା ପରେ ବିଦ୍ୟୁତ ବଣ୍ଟନ ଠିକ୍ ଭାବେ ହୋଇପାରୁନାହିଁ । ସବୁ ସମୟରେ ବିଦ୍ୟୁତ କାଟ କରାଯାଉଛି । ବିନା ମିଟର ରିଡିଙ୍ଗରେ ବିଲ ପଇଠ କରିବାକୁ ବାଧ୍ୟ କରାଯାଉଛି । ଏହାର ବ୍ୟତିକ୍ରମ ହେଲେ ଲାଇନ୍ କଟି ଦିଆଯାଉଛି । ଏପରି ଜୁଲୁମର ପ୍ରତିବାଦରେ ଲୋକେ ବିଦ୍ୟୁତ ଅଫିସ ଘେରାଉ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version