ତୃତୀୟ ଦିନରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ଙ୍କ ବିକ୍ଷୋଭ

ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର )ବରଗଡ଼ :-  ବରଗଡ଼ ଜିଲ୍ଲା ରେ ଚାଷୀ ଙ୍କ ଆନ୍ଦୋଳନ ସତ୍ବେ କୈାଣସି ସମାଧାନ ର ବାଟ ବାହାରି ପାରୁନାହିଁ। ଜିଲ୍ଲା ସାରା ରବି ଋତୁରେ ସଂଗ୍ରହ ହୋଇ ମଣ୍ଡିରେ ପଡି ରହିଥିବା ହଜାର ହଜାର କ୍ଵିଣ୍ଟାଲ ଧାନ ବିକ୍ରି ନ ହୋଇ ପଡି ରହିଛି। ଗତ କିଛି ଦିନ ପୂର୍ବେ ଚାଷୀ ମାନେ ବରପାଲି ତହସିଲଦାର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି ଧାରଣା ରେ ବସି ଥିଲେ। ସେହିପରି କୋସଲ ସେନା ପକ୍ଷରୁ ଗୋଡଭଗା ଠାରେ ଜାତୀୟ ରାଜପଥ ଅବରୋଧ କରି ଚାଷୀ ଙ୍କ ଧାନ ବିକ୍ରି ଦାବି କରିଥିଲେ।

ଏବେ ପୁଣି ଭେଡେନ ବ୍ଲକ ଅନ୍ତର୍ଗତ ରେଶମ ଅଞ୍ଚଳ ର ଚାଷୀ ମାନେ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ଧାନ ବସ୍ତା ରଖି ଗତ ୨୯ ତାରିଖ ରୁ ଧାରଣା ରେ ବସିଛନ୍ତି। ତାଙ୍କ ଆନ୍ଦୋଳନ କୁ ବିଭିନ୍ନ ଚାଷୀ ସଂଗଠନ ଓ ଅନୁଷ୍ଠାନ ସମର୍ଥନ ଜଣାଇ ଧାରଣା ସ୍ଥଳରେ ବସିଥିବା ପରିଲକ୍ଷିତ ହୋଇଥିଲା । ଗତ କାଲି ରାତିରେ ଜିଲ୍ଳା ପ୍ରଶାସନ ଓ ଯୋଗାଣ ଅଧିକାରୀ ଧାରଣା ସ୍ଥଳରେ ବସିଥିବା ଚାଷୀ ଙ୍କ ସହ ଆଲୋଚନା କରିଥିଲେ। ହେଲେ କୈ।ଣସି ସମାଧାନ ହୋଇପାରିନଥିଲା। ଫଳରେ ଆଜି ତୃତୀୟ ଦିନ ରେ ଚାଷୀ ମାନେ ଧାରଣାରେ ବସିଛନ୍ତି। ( ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ )

Exit mobile version