Home ଓଡ଼ିଶା ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ବି ଡି ୟୁ ଭର୍ଚୁଆଲ୍ ମିଟିଂ ଅନୁଷ୍ଠିତ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୩୦ ଜୁନ ବୁଧବାର ) ଖୋର୍ଦ୍ଧା :- ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ) ଅଧୀନରେ ଏକ ପଦକ୍ଷେପ ଭାବରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅଧୀନରେ ଥିବା ଇସ୍ପାତ ଗ୍ରାହକଙ୍କ ସହ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ଶଶି କାନ୍ତ ସିଂହଙ୍କ ନେତୃତ୍ୱରେ ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ତଟ ରେଳବାଇର ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ବିଭାଗ ଏବଂ ଶିଳ୍ପ, ବାଣିଜ୍ୟ ପ୍ରତିନିଧି ଏବଂ ମଣ୍ଡଳ ସ୍ତରରେ ରେଳ ମାଲ ପରିବହନ ଗ୍ରାହକଙ୍କ ମଧ୍ୟରେ ନିରବଚ୍ଛିନ୍ନ ଯୋଗାଯୋଗକୁ ସୁଗମ କରିବା ପାଇଁ ଏକ ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ) ପ୍ରତିଷ୍ଠା କରିଛି । ଟ୍ରାଫିକ୍ ର ନୂତନ ସ୍କିମ୍ ଆକୃଷ୍ଟ କରି ରେଳବାଇ ଦ୍ୱାରା ପରିବହନ ହେଉଥିବା ମାଲ ପରିବହନ ପରିମାଣ ବୃଦ୍ଧି ଦିଗରେ କାର୍ଯ୍ୟ କରିବା ଏବଂ ଗ୍ରାହକଙ୍କ ଠାରୁ ମାଲ ପରିବହନ ପାଇଁ ପ୍ରସ୍ତାବ ଗୁଡ଼ିକର ଶୀଘ୍ର ଅନୁମୋଦନରେ ସାହାଯ୍ୟ କରିବା ଉଦେଶ୍ୟରେ ଅନୁଷ୍ଠିତ ଏହି ବୈଠକରେ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ, ଟାଟା ଷ୍ଟିଲ, ବିଏସଏଲ ଲିମିଟେଡ ଏବଂ ଭିସା ଷ୍ଟିଲ ଲିମିଟେଡର ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ। ଇସ୍ପାତ ଗ୍ରାହକଙ୍କୁ ବିଭିନ୍ନ ଟ୍ରାଫିକ ଯୋଜନା ସହିତ ବିଡିୟୃ ଅଧୀନରେ କଞ୍ଚାମାଲ, ପ୍ରସ୍ତୁତ ଉତ୍ପାଦ ଏବଂ ଇସ୍ପାତ ଉତ୍ପାଦିତ ସାମଗ୍ରୀ ପରିବହନ ପାଇଁ ଦେଶର ବିଭିନ୍ନ ସ୍ଥାନକୁ ପଠାଇବାର ଯୋଜନା ବିଷୟରେ ଅବଗତ କରାଯାଇଥିଲା । ରେଳ ମାଧ୍ୟମରେ ଟ୍ରାଫିକ୍ ପରିବହନର ନୂତନ ଯୋଜନାର ସୁଯୋଗ ନେବାକୁ ଶ୍ରୀ ସିଂହ ସମସ୍ତ ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲେ ଏବଂ ଖୋର୍ଦ୍ଧା ରୋଡ଼ ମଣ୍ଡଳ ନିଜ ଗ୍ରାହକଙ୍କୁ ମାଲ ପରିବହନରେ ସର୍ବୋତ୍ତମ ସେବା ଯୋଗାଇବା ପାଇଁ ସର୍ବଦା ପ୍ରସ୍ତୁତ ଅଛି ବୋଲି ଜଣାଇଥିଲେ । ଏହି ବୈଠକରେ ସିନିୟର ଡିଭିଜନାଲ ଅପରେଟିଂ ମ୍ୟାନେଜର ତଥା ଖୋର୍ଦ୍ଧା ରୋଡ଼ ଡିଭିଜନ ବିଡିୟୁ ର ସଂଯୋଜକ ଶ୍ରୀ କେ.ଭି.ଏସ୍.କେ. କିଶୋର, ସିନିୟର ଡିଭିଜନାଲ ମେକାନିକାଲ ଇଞ୍ଜିନିୟର, ଶ୍ରୀ ଦୀନେଶ କୁମାର, ସିନିୟର ଡିଭିଜନାଲ କମର୍ସିଆଲ ମ୍ୟାନେଜର ଶ୍ରୀ ଅମିତେଶ ଆନନ୍ଦ ତଥା ଶ୍ରୀ ଏଚ୍ ବି ବିଶ୍ଵାଳ, ସିନିୟର୍ ଡିଭିଜନାଲ ଫାଇନାନ୍ସ ମ୍ୟାନେଜର ପ୍ରମୁଖ ଏହି ବୈଠକରେ ରେ ଉପସ୍ଥିତ ଥିଲେ । ବିଡିୟୁ ନିୟମିତ ଭାବେ ବାଣିଜ୍ୟ ୟୁନିଟ୍ ସହିତ ଯୋଗାଯୋଗ କରି ନୂତନ ଟ୍ରାଫିକ୍ ପ୍ରସ୍ତାବଗୁଡ଼ିକର କାର୍ଯ୍ୟକାରିତା ପାଇଁ ଏକ ନୋଡାଲ୍ ପଏଣ୍ଟ ଭାବରେ କାର୍ଯ୍ୟ କରିବ ବୋଲି ମତବ୍ୟକ୍ତ କରିଥିଲେ | (ଖୋର୍ଦ୍ଧା-ଜଟଣୀରୁ ଇଫତେଖାର ଅଲ୍ଲୀ ) Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content by Proprietor Abhimanyu Maharana September 18, 2026 ଦିଲ୍ଲୀର ଲର୍ଡ଼ ଜଗନ୍ନାଥ ସୋସାଇଟି ପକ୍ଷରୁ ଗଣେଶ ପୂଜା ଆୟୋଜନ by Proprietor Abhimanyu Maharana September 18, 2026 ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୁଳଚନ୍ଦ୍ରଙ୍କର ପୂଣ୍ୟ ୧୩୯ତମ ଜନ୍ମ ଦିବସ ପାଳିତ by Proprietor Abhimanyu Maharana September 18, 2026 ଓଡ଼ିଶାରେ ଗାଣପତ୍ୟ ଉପାସନା ଶ୍ରୀଜଗନ୍ନାଥ ଚେତନାର ଏକ ପ୍ରମୁଖ ଅଙ୍ଗ by Proprietor Abhimanyu Maharana September 18, 2026 ତାରିଣୀପୀଠରେ ଶତାଧିକ କୃଷକଙ୍କ ସମାଗମ ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ by Proprietor Abhimanyu Maharana September 18, 2026 ନୟାଗଡ଼ରେ ବିଜେପିର ମିଶ୍ରଣ ପର୍ବ : ପଦ୍ମ ଧରିଲେ ବିରୁଡ଼ା ପଞ୍ଚାୟତର ବିଜେଡି କର୍ମୀ by Proprietor Abhimanyu Maharana September 18, 2026