ଜୀବନ ବିନ୍ଦୁ ପକ୍ଷରୁ ୧୦୫ ୟୁନିଟ ରକ୍ତ ସଂଗ୍ରହ

ଓଡ଼ିଶା ତାଜା ନ୍ୟୁଜ (୩୦ ଜୁନ ବୁଧବାର ) ବାଙ୍କୀ :- ବାଙ୍କୀ ବ୍ଲକ କେନ୍ଦୁପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣ ରେ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ବାଙ୍କୀ ବାଙ୍କୀ ବ୍ଲକ ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଦସ୍ୟ ମାନଙ୍କ ସହଯୋଗରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିର କୁ ବାଙ୍କୀ ବିଧାୟକ ତଥା ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବୀରଞ୍ଜନ ତ୍ରିପାଠୀ ଉଦଘାଟନ କରିଥିଲେ।ଏହି ରକ୍ତ ଦାନ ଶିବିରରେ ଆଖ ପାଖ ଅଞ୍ଚଳର ବହୁ ଯୁବକ ଓ ଯୁବତୀ ସ୍ବେଚ୍ଛା କୃତ ଭାବେ ଆସି ରକ୍ତ ଦାନ କରିଥିଲେ ।ରକ୍ତ ଦାନ କରିଥିବା ଯୁବକ ଓ ଯୁବତୀ ଙ୍କୁ ଜୀବନ ବିନ୍ଦୁ ଦ୍ୱାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ବାଙ୍କୀବ୍ଲକ ଯୁବ ବିଜେଡି ସଭାପତି ତଥା କାଳିପୋଇ ସରପଞ୍ଚ ସୁବାସ ସ୍ବାଇଁ ଓ କେନ୍ଦୁପଲ୍ଲୀ ର ପୂର୍ବତନ ସରପଞ୍ଚ ପ୍ରଦୁନ୍ନ ସୁବୁଦ୍ଧି (କାଳୁ)ରକ୍ତ ଦାନ ଶିବିରକୁ ପରିଚନା କରିଥିଲେ ।ଆଜିର ରକ୍ତ ଦାନ ଶିବିରରେ ୧୦୫ ୟୁନିଟ ରକ୍ତ ସଂଗହ କରାଯାଇଛି ।

ଓଡ଼ିଶା ମୋ ପରିବାର,ଜୀବନ ବିନ୍ଦୁ ପକ୍ଷରୁ ରକ୍ତ ଦାନ ଶିବିର ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଏହି କାର୍ଯ୍ୟକ୍ରମ ଜାରି ରହିବ ରକ୍ତ ଦାନ କରି ଅନ୍ୟର ଜିବନ ବଞ୍ଚେଇବା ରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତୁ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ଜନ ସାଧାରଣ ଙ୍କୁ ଅନୁରୋଧକରିଥିଲେ।ରକ୍ତ ଦାନ କେନ୍ଦ୍ରକୁ ଯୁବ ଗୋଷ୍ଠି ଆସି ରକ୍ତ ଦାନ କରନ୍ତୁ ରକ୍ତ ଦାନ ଏକ ମହତ ଦାନ ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ବାଙ୍କୀ ଜଗନ୍ନାଥପୁର ସରପଞ୍ଚ ବିଜନ ସାହୁ,ସମବାୟବିତ ସୁବାସ ଚନ୍ଦ୍ର ପାଢ଼ୀ, ଜୟ କୃଷ୍ଣ ମିଶ୍ର, ବାଙ୍କୀ ବ୍ଲକ ବିଜେଡି ସଭାପତି ଅନନ୍ତ ଦାସ ,କଟକ ଜିଲ୍ଲାବିଜେଡି ଛାତ୍ର ଉପସଭାପତି ଜ୍ୟୋତି ରଞ୍ଜନ ରାଉତ,ବାଙ୍କୀ ବ୍ଲକ ଛାତ୍ର ସମ୍ପାଦକ ଅଜୟ କୁମାର ରାଉତ,ବାଙ୍କୀ ଏନଏସି ବିଜେଡି ଛାତ୍ର ସଭାପତି ବ୍ରଜ ବଲ୍ଲଭ କର,ବାଙ୍କୀ ବ୍ଲକସୋସିଆଲ ମିଡିଆ କୋଅର୍ଡିନେଟର ବିଶ୍ୱଜିତ ଦାସ,ସୁନୀଲ ଖଟୁଆ, ଯୋଗ ଦେଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ । (ରିପୋର୍ଟ ଗୌତମ ମିଶ୍ର )

Exit mobile version