ପୁରୀ : କଳସରେ ରସ ପାତି ଆବରଣ କାର୍ଯ୍ୟ ସମ୍ପୂର୍ଣ୍ଣ, ରଙ୍ଗ କାର୍ଯ୍ୟ ଚାଲିଛି : ତିନିରଥର ୧୨ଟିରୁ ଦୁଇଟି ଲେଖାଁଏ ଦୁଆର ବେଢା ଢାଞ୍ଚା ନିର୍ମାଣ ହୋଇଛି

ତା ୨୯.୬.୨୦୨୧,ମଙ୍ଗଳବାର  ରଥଖଳାରୁ 

ରଥନିର୍ମାଣ ଅଗ୍ରଗତି  ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ :-୧୯୭ ତିନିରଥର ମୋଟ ମହାରଣା  ୭୮ ତିନିରଥର ଭୋଇ ସେବକ  ୭୬ ତିନିରଥର କରତି ସେବକ ୫ ପାହି ମହାରଣା ୧ ଓଝା ବା କମାର ସେବକ ୧୬ ତୁମ୍ବ ବିନ୍ଧ କାରୀଗର ୧ ତିନିରଥ ରୂପକାର ସେବକ ୧୯ ରଥଖଳା ସହାୟକ ୧ ମୋଟ ୧୯୭

ରଥ ନିର୍ମାଣ ଅଗ୍ରଗତି 

ଓଡ଼ିଶା ତାଜା ନ୍ୟୁଜ (୩୦ ଜୁନ ବୁଧବାର )ପୁରୀ ,ରିପୋର୍ଟ ଅଭିମନ୍ୟୁ ମହାରଣା  :- ତିନିରଥର ଦୁଇଟି ଲେଖାଁଏ ଦୁଆର ବେଢା ନିର୍ମାଣ ଶେଷ ହୋଇଥିଲା । ଆଜି ଆଉ ଦୁଇଟି ଲେଖାଁଏ ଦୁଆର ବେଢା ନିର୍ମାଣ ସରି ତିନିରଥର ମୋଟ ୧୨ଗୋଟି ବୁଆର ବେଢା ନିର୍ମାଣ ସମ୍ପୁର୍ଣ୍ଣ ହୋଇଅଛି ।  ଆଜି ତିନିରଥର ବେଦୀ ସମୁଖ ଭାଗରେ ପଟା ଵାଡ଼ିଆ କାର୍ଯ୍ୟ ଶେଷ ହୋଇଅଛି । ତିନିରଥର ଚାରି କୋଣ ଗିଡିକୁ ଛାଡି ବେଦୀ ଚାରି ପାର୍ଶ୍ୱରେ ପଟା ପଡିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇଅଛି ।  ତିନିରଥର ସିଂହାସନ ବେଦୀ ପ୍ରସ୍ତୁତ ପାଇଁ ଆଗଆଣି ପଛଆଣି ଦୋୟ ଢମକ ଉପରେ ଆଜି ପାଞ୍ଚୋଟି ‘ଜଗତପୃଷ୍ଠ ଶେଣୀ’ପଡ଼ି ଅଛି, ଏହାପରେ ଉଭୟ ପାର୍ଶ୍ୱରେ ୩ଟି ଲେଖାଁଏ ‘ବାହୁଟ ଫାଳିଆ’ପଡି ସିଂହାସନ ବେଦି ନିର୍ମାଣ ପାଇଁ ପତାପଡିବ ।  ପ୍ରଭା ଫ୍ରେମ ନିର୍ମାଣ ଶେଷ ହୋଇ ଅଛି । 

ତିନିରଥର ନିର୍ମାଣ ଶେଷ ହୋଇଥିବା ଦୁଆର ବେଢାରେ ଚିତ୍ର କର ସେବକ ମାନେ ରୂପ ଅଙ୍କନ ପାଇଁ ପ୍ରାଇମର ଦେଇଛନ୍ତି । ଏଥିସହ ତିନିରଥର ରୂପ ଖୋଦେଇ ଗୁଜ ,ପଟାଗୁଜ ଗୁଡିକରେ ରୂପଚିତ୍ର ଅଙ୍କନ କରୁଛନ୍ତି ଏତତ୍ ବ୍ୟତୀତ ଶୁଆ, ଅଁଳା,ଋଷି ପଟା ଗୁଡିକରେ ଋଷି ଚିତ୍ର ଅଙ୍କନ ଶେଷ କରି ୫ଟି ନାଟ ଗୋଡ଼ରେ ରୂପଚିତ୍ର ଅଙ୍କନ ଶେଷ କରି ଆଉ ୬ ଗୋଟି ନାଟ ଗୋଡ଼ରେ ରୂପଚିତ୍ର ଅଙ୍କନ ଶେଷ ପର୍ଯ୍ୟାୟରେ ପହଁଛିଛି ।

 

ଦୋଳବେଦୀ ଅସ୍ଥାଇ କମାର ଶାଳରେ ଓଝା ସେବକ ମାନେ ସିଂହାସନ ବେଦି ନିର୍ମାଣ କାର୍ଯ୍ୟ ପାଇଁ ଜଗତପୃଷ୍ଠ ଶେଣୀ କଣ୍ଟା ୬ ଟି ଲେଖାଁଏ ଯୋଗାଇବା ସହ ,ଦୁଆର ବେଢା କଣ୍ଟା, ସିଂହାସନ କଣ୍ଟା, ଧୂଳି ଦଣ୍ଡା କଣ୍ଟା ନିର୍ମାଣ ଜାରୀରଖିଛନ୍ତି ।  ତିନିରଥର ଦରଜୀ ସେବକ ମାନେ ଶ୍ରୀମନ୍ଦିର କାର୍ଯ୍ୟକାୟ ଉପର ପ୍ରକୋଷ୍ଠରେ ତିନିରଥର ୪ ଟି ଲେଖାଁଏ ଦୁଆର ବେଢା ପାଇଁ କନା କଟିଙ୍ଗ ପରେ ତିନିରଥର ବତା କାନା କଟିଙ୍ଗ ପାଇଁ ମାପ ଦାଗ ପକାଉଛନ୍ତି ।

ରଥ ଖଳାଠାରେ, ଜଂଘା କଣ୍ଟା ବ୍ୟବହାର ହୋଇ ରଥ ମାନଙ୍କର ୧୩ ପରସ୍ତ ପୋଟଳ ଲାଗିଛି ଓ କଳସରେ ରସ ପାତି ଆବରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସେଥିରେ ରଙ୍ଗ କାର୍ଯ୍ୟ ଚାଲିଛି । ତିନିରଥର ୧୨ଟିରୁ ଦୁଇଟି ଲେଖାଁଏ ଦୁଆର ବେଢା ଢାଞ୍ଚା ନିର୍ମାଣ ହୋଇ ପୂର୍ବରୁ ତିଆରି ହୋଇ ରହିଥିବା ଚନ୍ଦ୍ରଶାଳୀ ଏବଂ ଗାରେଡି ସଂଯୋଗ ହୋଇଛି ।

Exit mobile version