ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ବରିଷ୍ଠ ଉପସଭାପତି ଟାଣୁଆ ସଂଗ୍ରାମୀ ନେତା ସ୍ଵର୍ଗତ କିଶୋର ପରିଚ୍ଛା ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା

ଓଡ଼ିଶା ତାଜା ନ୍ୟୁଜ ( ୨୯ ଜୁନ ମଙ୍ଗଳବାର) ପାଟଣାଗଡ଼ :-  ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ଉପସଭାପତି ତଥା ବରିଷ୍ଠ ଟାଣୁଆ ସଂଗ୍ରାମୀ ନେତା ସ୍ବର୍ଗତ କିଶୋର ପରିଚ୍ଛା ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା ପାଢେଲ ସ୍ଥିତ ପରିଚ୍ଛା ହେଚେରି କେମ୍ପସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଚିତ୍ରସେନ ବର୍ଗତ୍ତି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଶୋକସଭା ରେ ବରଗଡ଼ ଜିଲ୍ଲା ପଦ୍ମପୁର ପୂର୍ବତନ ବିଧାୟକ ତଥା ପଦ୍ମପୁର ଡିଭିଜନ ସଂପାଦକ ପ୍ରଦୀପ କୁମାର ପୁରୋହିତ ମୂଖ୍ୟ ଅତିଥି ,ଖରିଆର ଡିଭିଜନ ସଂପାଦକ ଯଦୁମଣି ପାଣିଗ୍ରାହୀ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ସ୍ଵର୍ଗତ ପରିଚ୍ଛା ଙ୍କର ବଲିଷ୍ଠ ନେତୃତ୍ବ ଗରିବ ଶ୍ରମିକଙ୍କ ପାଇଁ ତାଙ୍କର ସଂଗ୍ରାମ ଓ ସଂଘ ସହିତ ଜଡିତ ପୁରୁଣା କଥା ସବୁ ଶ୍ରୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଉକ୍ତ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମର ଅବସରରେ ଡିଭିଜନ ର ସମସ୍ତ କର୍ମ କର୍ତ୍ତା , ସର୍ବ ସମ୍ମତି କ୍ରମେ ସ୍ବର୍ଗତ ପରିଚ୍ଛା ଙ୍କର ବିୟୋଗରେ ତାଙ୍କ ସ୍ଥାନରେ ଡିଭିଜନ ର ନେତୃତ୍ୱ ନେବା ପାଇଁ ତାଙ୍କର ସୁପୁତ୍ର ଶିବାନନ୍ଦ ପରିଚ୍ଛା ଙ୍କୁ ପ୍ରସ୍ତାବ ଆଗତ ହୋଇ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ଆଜି ଠାରୁ ଶିବାନନ୍ଦ ପରିଚ୍ଛା ଦାୟିତ୍ଵ ନେବା ସାଙ୍ଗକୁ ତାଙ୍କ ବାପା ଙ୍କ କଥା କୁ ଅନୁସରଣ କରି ଡିଭିଜନ ର ସମସ୍ତ ଦାୟିତ୍ବ ଓ କର୍ତ୍ତବ୍ୟ ନିର୍ବାହ କରି ବଲିଷ୍ଠ ନେତୃତ୍ବ ପ୍ରଦାନ କରିବେ ବୋଲି ସମସ୍ତେ ଆଶା ବ୍ୟକ୍ତ କରିଥିଲେ ।

ଏହି ଶ୍ରୃତି ସଭାରେ ଚିତ୍ତରଞ୍ଜନ ବେହେରା ,ଧ୍ରୃବ ଚାନ୍ଦ ,ମକାରୁ ପଣ୍ଡା , ନୀଳମଣି ବୁଡେକ ,ଶିବ ପଟନାୟକ ,ତିଲ ବାଗ , କାଶୀ ପ୍ରସାଦ ସାହୁ , ଦ୍ରୋଣ ବନଛୋର,ତିର୍ଥ ଜୁଏଡ , ରାଜୀବ ବିଶ୍ଵାଳ ସାମିଲ ହୋଇଥିଲେ । ପାଟଣାଗଡ଼ ଡିଭିଜନ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସମସ୍ତ ରେଞ୍ଜର ଶତାଧିକ କର୍ମ କର୍ତ୍ତା ଯୋଗଦେଇଥିବା ବେଳେ ସଂଘ ରାଜ୍ୟ ସଂପାଦକ କୋକିଳ ସାହୁ ସଭାପରିଚାଲନା କରିଥିଲେ । ( ଗୋରେଖନାଥ ବରିହା)

Exit mobile version