କାଲଟାକ୍ସ ଅଂଚଳରେ ରହୁଥିବା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର ଲୋକ

ଓଡ଼ିଶା ତାଜା ନ୍ୟୁଜ ( ୨୯ ଜୁନ ମଙ୍ଗଳବାର) ଢେଙ୍କାନାଳ  :- ଆଜି ସହରର କାଲଟାକ୍ସ ଅଂଚଳରେ ରହୁଥିବା ଜଣେ ବିବାହିତ ମହିଳାଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ଟାଉନ୍ ଥାନାରେ ଯୌତୁକ ପାଇଁ ଶାଶୁ ଘର ଲୋକ ହତ୍ୟା କରିଥିବା ଆଣିଛନ୍ତି ମୃତକଙ୍କ ବାପ ଘର ପରିବାର।

ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ତୁମୁସୀଙ୍ଗା ଗାଙ୍ଗିଯୋଡି ଗ୍ରାମ ର ସଂଯୁବାଳା ସାହୁ ଗତ ବର୍ଷ ଜୁନ ମାସରେ କାମାକ୍ଷାନଗର ଧୋବା ବାହଳି ଗ୍ରାମର ସୁରେନ୍ଦ୍ର ସାହୁ ଙ୍କୁ ବିବାହ କରିଥିଲେ । ସୁରେନ୍ଦ୍ର ତାଙ୍କ ପରିବାର ସହ ଟାଉନ ଥାନା ଅନ୍ତର୍ଗତ କାଲଟାକ୍ସ ଅଞ୍ଚଳରେ ରହି ଆସୁଥିଲେ। ଗତକାଲି ରାତିରେ ସଂଯୁବାଳା ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଶାଶୁ ଘର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଡ଼ାକ୍ତର ଦେଖିବା ପରେ ସଂଯୁବାଳା ଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ପୂର୍ବରୁ ସଂଯୁବାଳା ଙ୍କୁ ଯୌତୁକ ପାଇଁ ଶାଶୁ ଘର ଲୋକେ ବାରମ୍ବାର ଅତ୍ୟାଚାର କରୁଥିବା ର କହିଛନ୍ତି ବାପା ଘର ଲୋକ। ଗତକାଲି ଶାଶୁ ଘର ଲୋକ ମିଶି ତାଙ୍କ ଝିଅ ଙ୍କୁ ଜୋର ଜବରଦସ୍ତ ବିଷ ପିଆଇ ହତ୍ୟା କରିଥିବା ର ଅଭିଯୋଗ କରିଛନ୍ତି ବାପ ଘର ଲୋକ। ଏନେଇ ଢେଙ୍କାନାଳ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ସ୍ଵାମୀ, ଶାଶୁ ଓ ଶଶୁର ଙ୍କୁ ଅଟକ ରଖି ପୋଲିସ ର ପଚରା ଉଚରା ଜାରି ରଖିଛି। ଶାଶୂ ଘର ଲୋକ ରହୁଥିବା ଘରୁ ଏକ ବିଷ ବୋତଲ ଜବତ କରିଛି ପୋଲିସ। (ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।

Exit mobile version