ମା’ ବିରଜାଙ୍କ ପ୍ରଚାର ଓ ପ୍ରସାର ପାଇଁ ବ୍ୟାସନଗରେ ମନ୍ଦିର ପ୍ରତିଷ୍ଠା ହେଉ: ବିଶ୍ୱଜିତ୍‌

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁନ ସୋମବାର ) କୋରାଇ :- ଯାଜପୁର ହେଉଛି ଭାରତ ବର୍ଷର ଶକ୍ତିପୀଠ । ଯେଉଁ ଶକ୍ତିପୀଠରେ ଶକ୍ତିମୟୀ ମା’ ବିରଜା, ବିଷ୍ଣୁ (ବରାହ), ସଦାଶିବ ରହିଛନ୍ତି । ଯାଜପୁରର ପରିଚୟ କହିଲେ ମା’ ବିରଜାଙ୍କୁ ବୁଝାଏ । ମା’ ବିରଜାଙ୍କ ମହିମାର ପ୍ରଚାର ଓ ପ୍ରସାର ନିମନ୍ତେ ବ୍ୟାସନଗର ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମା’ଙ୍କ ମନ୍ଦିର ପ୍ରତିଷ୍ଠା କରାଯାଉ । ଏହାକୁ ବିରୋଧ କରାନଯାଇ ସ୍ୱାଗତ କରାଯାଉ ବୋଲି କହିଛନ୍ତି କୋରାଇ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱଜିତ୍ ନାୟକ । ମହର୍ଷିର୍ ବ୍ୟାସଦେବ ମହାଭାରତ ରଚନା କରିବା ପୂର୍ବରୁ ଯାଜପୁର ଆସି ମା’ ବିରଜା ଦର୍ଶନ କରିଥିଲେ । ସେଠାରୁ ଫେରିବା ବାଟରେ ବ୍ୟାସ ସରୋବନର ନାମକ ସ୍ଥାନରେ କିଛିିଦନ ଅବସ୍ଥାନ କରି ମା’ଙ୍କ ଉଦ୍ଦେଶ୍ୟରେ ମାଘ ସପ୍ତମୀରେ ଏକ ଯଜ୍ଞ କରିଥିଲେ । ସେଥିପାଇଁ ସେ ସ୍ଥାନ ଆଜି ପବିତ୍ର ଏବଂ ପୌରାଣିକ ଦୃଷ୍ଟିକୋଣରୁ ଅତି ନିବିଡ଼ । ଯାଜପୁରର ଅହିହାସ ଅଂଚଳ ତରପଦା ପଂଚାୟତର ଗୋପକୁଳ ଗାଁ, ଚୌଦ୍ୱାର ପୌରପରିଷଦ ଅନ୍ତର୍ଗତ ୧୨ନଂ ୱାର୍ଡର ଓଟିଏମ୍ କଲୋନୀରେ ବିରଜା ମନ୍ଦିର ରହିଥିବା ସ୍ଥଳେ ରାଉରକେଲା ହନୁମାନ ବାଟିକା ପରିସରରେ ଏକ ଭବ୍ୟ ବିରଜା ମନ୍ଦିର ନିର୍ମାଣ ପାଇଁ ୨୦୧୯ ମସିହାରୁ ଶୁଭ ପଡ଼ି ଏବେ ସମ୍ପୂର୍ଣ୍ଣ ଅବସ୍ଥାରେ ଅଛି । ଆମେ ସମସ୍ତେ ଆମର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଫଟୋକୁ ପ୍ରତି ଘରେ ଘରେ ପୂଜାର୍ଚ୍ଚନା କରୁଛନ୍ତି ।

ଯଦି ବ୍ୟାସନଗର ଅଂଚଳର ଜଣେ ଭକ୍ତ ଆଉ ଦୁଇପାଦ ଆଗକୁ ଯାଇ ମା’ଙ୍କ ଛୋଟିଆ ମନ୍ଦିର ନିର୍ମାଣ କରୁଛି ଏଥିରେ ଅସୁବିଧା କେଉଁଠି ? ପ୍ରଶାସନ ମନ୍ଦିରର ଆଖ୍ୟା ଦିଆଯାଇଛି । ଯେଉଁଥିପାଇଁ ଅଯଥା ବାଦ ବିବାଦ, ଆଲୋଚନା ସମାଲୋଚନା ତର୍କ ଓ ବିତର୍କ କରାଯାଇଛି ଓ ଏଥିରୁ ନିବୃତ ରହିବା ଆବଶ୍ୟକ । ବ୍ୟାସନଗର ସମେତ ରାଜ୍ୟରେ ବିଭିନ୍ନ ସ୍ଥାନର ଅନାବାଦି ଜାଗାରେ ଅନେକ ମଠ, ମନ୍ଦିର, ମସଜିତ୍‌, ଚର୍ଚ୍ଚ, ଗିର୍ଜା ନିର୍ମାଣ କରାଯାଇଛି । ମା’ ବିରଜାଙ୍କ ମନ୍ଦିର ନିର୍ମାଣ ପାଇଁ ବ୍ୟାସନଗର ତହସିଲ ପକ୍ଷରୁ ତାଙ୍କୁ ନୋଟିସ୍ କରିବା ଅତି ଦୁର୍ଭାଗ୍ୟଜନକ । ଶାନ୍ତିପ୍ରିୟ ବ୍ୟାସନଗରବାସୀ ଧର୍ମିୟ ଭାବନା, ଭାବାବେଗ ପ୍ରତି ପ୍ରଶାସନ କୁଠାରଘାତ ନକରି ସେମାନଙ୍କ ଚିନ୍ତାଧାରାକୁ ସ୧ାନ ଦେଇ ଏଭଳି କାର୍ଯ୍ୟକ୍ରମରୁ ନିବୃତ ରହୁ । ଆମେ ଜଣେ ଜଣେ ଯାଜପୁରିଆ ହିସାବରେ ମା’ ବିରଜାଙ୍କ ସନ୍ତାନ ହୋଇ ତାଙ୍କ ମହିମାର ପ୍ରଚାର ଓ ପ୍ରସାର ପାଇଁ ଦଳମତ ନିର୍ବିଶେଷରେ ନିଜ ନିଜ ସ୍ତରରେ ଉଦ୍ୟମ କରିବା ଉଚିତ୍ । ବ୍ୟାସନଗର ଅଂଚଳର ମୁରବି, ବୁଦ୍ଧିଜୀବୀ ଓ ବିଭିନ୍ନ ସାମାଜିକ ସଂଗଠନର କାର୍ଯ୍ୟକର୍ତା ଏକତ୍ରିତ ହୋଇ ମା’ ବିରଜାଙ୍କ ମନ୍ଦି ନିର୍ମାଣ ସପକ୍ଷରେ ଉଠାଇଥିବା ଦାବିକୁ ପ୍ରଶଂସା କରିବା ସହିତ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ କରିଛନ୍ତି । ଶେଷରେ ଶ୍ରୀ ନାୟକ କହିଛନ୍ତି ଯେ, ଭାଇଚାରାର ସହର ବ୍ୟାସନଗରରେ ମା’ ବିଜରାଙ୍କ ମନ୍ଦିର ନିର୍ମାଣରେ ପ୍ରଶାସନ ଅଯଥା ହସ୍ତକ୍ଷେପ ନକରି ଅଂଚଳବାସୀଙ୍କ ସହଯୋଗ ତଥା ମା’ଙ୍କ ଆଶୀର୍ବାଦରେ ମନ୍ଦିର ପ୍ରତିଷ୍ଠାକାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ ହୋଇ ମା’ ପୂଜା ପାଆନ୍ତୁ ବୋଲି ଆଶାପୋଷଣ କରିଛନ୍ତି । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ ) 

Exit mobile version