ପାତାଳୀ ଶ୍ରୀକ୍ଷେତ୍ରରେ ଭିତ୍ତିଭୂମିର ବିକାଶ ପାଇଁ ଦାବି

ଓଡ଼ିଶା ତାଜା ନ୍ୟୁଜ ( ୨୯ ଜୁନ ମଙ୍ଗଳବାର) ବୀର ମହାରାଜପୁର :- ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୋନପୁର ଜିଲ୍ଲାର ପ୍ରସିଦ୍ଧ ଆଧ୍ୟାତ୍ମିକ ପର୍ଯ୍ୟଟନ କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ରଠାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ସାଧାରଣରେ ଦାବି ହେଉଛି । ପାତାଳୀ ଶ୍ରୀକ୍ଷେତ୍ରରେ ଯଥାଶୀଘ୍ର ରୋପ – ୱେ ସହ ଶିଶୁ ଉଦ୍ୟାନ ନିର୍ମାଣ, ସୌନ୍ଦର୍ଯ୍ୟକରଣ, ବିଭିନ୍ନ ସ୍ଥାନରେ ପିଣ୍ଡି ନିର୍ମାଣ,  ଆଲୋକିକରଣ, ପାହାଚ ସଜ୍ଜିକରଣ, ପାନୀୟ ଜଳ ବ୍ୟବସ୍ଥା, ବିଭିନ୍ନ ଗୁମ୍ଫାକୁ ରାସ୍ତା ନିର୍ମାଣ ତଥା ଉକ୍ତ କ୍ଷେତ୍ରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ବିକାଶ ପାଇଁ ଦୀର୍ଘ ଦିନରୁ ଦାବୀ ହେଉଛି ।

ଉଲ୍ଲେଖଥାଉ କି ୨୦୦୩ ମସିହାରେ ପ୍ରାକୃତିକ ପରିବେଶରେ ଭରା ପାତାଳୀ ଶ୍ରୀକ୍ଷେତ୍ରକୁ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେଇଥିଲେ । ୨୦୧୧ରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପ୍ରଦତ୍ତ ଚତୁର୍ଦ୍ଧା ମୂର୍ତ୍ତି ଏଠାରେ ପ୍ରତିଷ୍ଠା ହୋଇଥିଲା । ୨୦୧୨ ଜୁଲାଇ ୫ରେ ଏଠାରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପୁରୀ ଗଜପତିଙ୍କ ଦ୍ଵାରା ଭୂମିପୂଜନ ବି ସମ୍ପନ୍ନ ହୋଇଛି । ସେହିଭଳି ଏଠାରେ ୨୦୧୯ ଫେବୃଆରୀ ୧୧ରେ ରୋପୱେ ନିର୍ମାଣ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିବା ଜଣାଯାଇଛି । ଶୀଘ୍ର ଏସବୁ କାର୍ଯ୍ୟ ସମ୍ପାଦିତ ହେଲେ ପାତାଳୀ ଶ୍ରୀକ୍ଷେତ୍ର ଏକ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ହୋଇପାରିବ ବୋଲି ସାଧାରଣରେ ଆଶା କରାଯାଉଛି ।

Exit mobile version