ନଦୀରୁ ବେଆଇନ ବାଲି ଚାଲାଣ ବେଳେ ଚଢ଼ାଉ, ୧୪ଟି ଟ୍ରକ ଓ ଟ୍ରାକ୍ଟର ଜବତ

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁନ ସୋମବାର ) ଶେରଗଡ଼ :- ଗତ କିଛି ଦିନ ଧରି ଶେରଗଡ଼ ତହସିଲ ଅଞ୍ଚଳରେ ବାଲି ମାଫିଆ ମାନେ ସକ୍ରିୟ ହୋଇ ଉଠିଥିବା ଜଣାପଡିଛି । ଶେରଗଡ଼ ରାଜସ୍ବ ଅଞ୍ଚଳର ବିଭିନ୍ନ ନଦୀରୁ ପ୍ରତିଦିନ ଶହ ଶହ ଟିପ୍ପର ବାଲି ଚାଲାଣ କରାଯାଉଥିବା ଜଣାପଡିଛି । ଖବର ପାଇ ଏହାକୁ ରୋକ ଲଗାଇବା ପାଇଁ ଶେରଗଡ଼ ତହସିଲଦାର ଡଃ ଦୟାସିନ୍ଧୁ ପରିଡାଙ୍କ ନେତୃତ୍ବରେ ରାଜସ୍ବ କର୍ମଚାରୀ ଓ ଶେରଗଡ଼ ପୋଲିସ ମିଳିତ ଚଢ଼ାଉ କରିଥିଲେ । ସନ୍ତୋଷପୁରୁ ଓ ଗୋଠଗାଁରେ ଚଢ଼ାଉ କରି

୧୪ ଗୋଟି ଟ୍ରକ୍ ଓ ଟ୍ରାକ୍ଟର କୁ ଜବତ କରିବା ସହିତ ନଦୀ ମୁହାଣ ଗୁଡ଼ିକୁ ଜେସିବି ମେସିନ ଦ୍ବାରା ଖୋଲିଥିଲେ ଯେପରି କି ଟ୍ରକ ଓ ଟ୍ରାକ୍ଟର ନଦୀ ଭିତରକୁ ଯାଇପାରିବ ନାହିଁ। ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ସନ୍ତୋଷ ପୁର ଠାରେ ରାତ୍ରିଯାପନ କରିଥିବା ଜଣା ପଡ଼ିଛି। ଉକ୍ତ ଗାଡିକୁ ଜବତ କରି ଥାନାରେ ଜମା ଦେଇଥିବା ଜଣାପଡିଛି। ଚଢ଼ାଉରେ ଥାନା ଭାରପ୍ରାପ୍ତ ଅଧିକାରୀ ମମତା ସାମନ୍ତରାୟ, ଏସ ଆଇ ବିଦେଶୀ ସେଠି, ରାଜସ୍ବ ସୁପରଭାଇଜର ମନୋଜ ନାହାକ ଓ ରାଜସ୍ବ ନିରୀକ୍ଷକଙ୍କ ସମେତ ତହସିଲ କର୍ମଚାରୀ ଓ ପୁଲିସ ପ୍ରଶାସନ ଅଂଶ ଗ୍ରହଣ କରିଥିଲେ ।      (ଶେଷଦେବ ସାହୁ, ସ୍ବତନ୍ତ୍ର ପ୍ରତିନିଧି )

Exit mobile version